ରାଜ୍ୟ

କାଗଜ କଳ ଶ୍ରମିକ ସଂଘ ବୈଠକ : ବିଧାନସଭା‌ ଘେରିବାକୁ ସଜବାଜ୍ – Ibnodisha

[ad_1]

ଜୟପୁର: ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ସେବା କାଗଜ କଳ ଶ୍ରମିକ ସଂଘ ଓ ଅବସରପ୍ରାପ୍ତ ଶ୍ରମିକ ବୈଠକ ସଂଘର ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୫୫ ଦିନ ଧରି କାଗଜଗଳ ବନ୍ଦ ରହିଥିବା ଏବଂ ସାଂପ୍ରତିକ ସ୍ଥିତିକୁ ନେଇ ଦୀର୍ଘ ଆଲୋଚନା ହୋଇଥିଲା। ଜିଲ୍ଲାପାଳଙ୍କ ଠାରୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଶିଳ୍ପ ମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଏକ ଉଚ୍ଚସ୍ତରୀୟ ବୈଠକ ଡାକି କାଗଜ କଳ ଓ ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ବାରମ୍ବାର ଅନୁରୋଧ କରିବା ପରେ ବି ଫଳ ଶୁନ। ଆସନ୍ତା ବିଧାନସଭା ଅଧିବେଶନ ବେଳେ ସଂଘ ପକ୍ଷରୁ ଭୂବନେଶ୍ୱରରେ ଧାରଣା ଦେଇ ସମସ୍ତ ବିଧାୟକମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯିବକୁ ନିଷ୍ପତ୍ତି ନିଆଯାଇଥିଲା। ସେଠାକୁ ଯିବା  ପୂର୍ବରୁ ଜୟପୁର ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ବରେ ସମସ୍ତ ସଂଗଠନ ମାନଙ୍କୁ ନେଇ ଏକ କନଭେନସନ୍ ଅନୁଷ୍ଠିତ କରି ସ୍ଥାନୀୟ କ୍ଷେତ୍ରରେ ଆନ୍ଦୋଳନ ଜୋରଦାର କରାଯିବକୁ ନିଷ୍ପତି ହୋଇଥିଲା।

ସୂଚନା ଅନୁଯାୟୀ, ଗତ ଜୁଲାଇ ୧୬ ତାରିଖରୁ କାରଖାନା ଉତ୍ପାଦନ ବନ୍ଦ ରହିଛି।ପାଞ୍ଚ ମାସ ହେଲା ଶ୍ରମିକମାନଙ୍କୁ ଦରମା ମିଳିନାହିଁ । ସେପ୍ଟେମ୍ବର ଏକ ତାରିଖରେ ୟୁନିଟ୍ ହେଡ୍ କୁ ଘେରାଉ କରିବା ପରେ ଗୋଟିଏ ମାସର ଆଡଭାନ୍ସ ଦରମା ସ୍ଥାୟୀ ଶ୍ରମିକ ମାନଙ୍କୁ ଦେଇଛି ।  ଠିକା ଶ୍ରମିକ  ଓ ସୁରକ୍ଷା କର୍ମୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଶ୍ରମିକ ମାନଙ୍କ ଇପିଏଫ ଟଙ୍କା ମିଳିପାରୁ ନାହିଁ। ଅବସରପ୍ରାପ୍ତ ଶ୍ରମିକମାନେ ପେନସନ ଗ୍ରାଚ୍ୟୁଇଟି ବକେୟା ପାଉଣା କିଛି ପାଇ ପାରିଲେ ନାହିଁ।୩୨ ଜଣ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନେକେ ମୃତ୍ୟୁ ସହ ଲଢେଇ କରି ବଞ୍ଚିଛନ୍ତି। ପ୍ରାୟ ଚାରି ବର୍ଷ ହେଲା କାରଖାନା ନାମକୁ ମାତ୍ର ଚାଲିଛି। କଞ୍ଚାମାଲ ଯୋଗାଣକାରୀ ସଂସ୍ଥାମାନଙ୍କର ବକେୟା ନଦେବାରୁ ସେମାନେ ଯୋଗାଣ ବନ୍ଦ ରଖିଛନ୍ତି। ବୈଠକରେ ପ୍ରଦୀପ ପାଞ୍ଜିଆ, ବନମାଳୀ ପାତ୍ର, ବସନ୍ତ ବେହେରା,ଅଲେଖ ପାତ୍ର,ଉମା ଶତପଥୀ,ଡି ପି ଅଗସ୍ତି,ଅଜୟ ବଳ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button