ରାଜ୍ୟ

ହଠାତ୍‌ ଆକାଉଣ୍ଟ୍‌ରେ ଜମା ହେଇଗଲା ଲକ୍ଷେ, ଦୁଇ ଲକ୍ଷ: ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଠେଲାପେଲା – Ibnodisha

[ad_1]

ଆଳି: ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଜି ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ୨/୩ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ଯାଏ ପଡିଥିଲା। ମୋବାଇଲ୍ ଫୋନରେ ଏ ସୂଚନା ପାଇ ଲୋକେ ବି ଟଙ୍କା ଉଠାଇ ନେବାକୁ ବ୍ୟାଙ୍କରେ ଭିଡ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସର ସହାୟତା ନେବାକୁ ପଡିଥିଲା। ଅନେକ ଲୋକଙ୍କୁ ଫେରାଇ ଦିଆଯାଇଥିବା ବେଳେ ପ୍ରାୟ ୨୦/୩୦ ଜଣ ଲୋକଙ୍କୁ ୧୦ ହଜାର ଟଙ୍କା ଉଠାଇବାର ସୁଯୋଗ ଦେଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଅନ୍ୟପଟେ ଏଭଳି ଟଙ୍କା କେଉଁ ଉତ୍ସରୁ ଆସିଛି ସେ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ବି କହି ପାରି ନାହାନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ପଡ଼ିଆଳି ବାଟିପଡାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଥିଲା। ବ୍ୟାଙ୍କ ଖୋଲିବା ସମୟରୁ ବ୍ୟାଙ୍କ ଆଗରେ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କ ଭିଡ଼ ଜମି ଯାଇଥିଲା। ବ୍ୟାଙ୍କ ପରିସରରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ। ବ୍ୟାଙ୍କ ପରିଚାଳକ ଟଙ୍କା ନେଣଦେଣ ବନ୍ଦ କରିଦେଇଥିଲେ। ଫଳରେ ଶତାଧିକ ଗ୍ରାହକ ଟଙ୍କା ଉଠାଇ ନ ପାରି ଫେରିଯାଇଥିଲେ। ହେଲେ ଗତକାଲି ଗୋଟିଏ ଦିନରେ ହଠାତ ଏହି ଶାଖାର ଗ୍ରାହକଙ୍କ ଖାତାକୁ କୌଣସି ସୂଚନା

ନ ଥାଇ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ତାହା ଆକାଉଣ୍ଟଧାରୀଙ୍କଠୁ ଆରମ୍ଭ କରି ବ୍ୟାଙ୍କ ପରିଚାଳକଙ୍କ ସମେତ ସମସ୍ତଙ୍କୁ ଚକିତ କରିଛି। ବାଟିପଡା ଶାଖା ଅଧୀନ ସହିରା, ସାନମଙ୍ଗ, ବାଟିପଡା ଓ ନୂଆପଡା ପଞ୍ଚାୟତର ଶତାଧିକ ଆକାଉଣ୍ଟଧାରୀଙ୍କ ଖାତାରେ ଏହି ଅର୍ଥ ଜମା ହୋଇଥିବା ଜଣାପଡ଼ିଛି। ଏ ସଂପର୍କରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବାଟିପଡା ଶାଖା ପରିଚାଳକ ପ୍ରତାପ ପ୍ରଧାନ କହିଛନ୍ତି ଯେ, ଆଜି ବ୍ୟାଙ୍କ ଖୋଲିବା ପରେ ୨୦ରୁ ୩୦ ଗ୍ରାହକ ଟଙ୍କା ଉଠାଣ ପାଇଁ ଆସିଥିଲେ। ଏକକାଳୀନ ସମସ୍ତଙ୍କୁ ଆବଶ୍ୟକ ପରିମାଣର ଅର୍ଥ ପୈଠ କରିବା ସମ୍ଭବ ନ ଥିବାରୁ ସେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା। କିନ୍ତୁ ପରେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଗହଳି ଓ ଠେଲାପେଲା ହେବାରୁ ପୁଲିସ ସହାୟତା ନିଆଯାଇଥିଲା ଓ ଟଙ୍କା ଉଠାଇବା ବନ୍ଦ କରି ଦିଆଯାଇଥିଲା। ତେବେ କେଉଁ ସୂତ୍ରରୁ ଟଙ୍କା ଆସିଛି ସେ ସଂପର୍କରେ ସ୍ପଷ୍ଟ ହୋଇ ନଥିବା ବେଳେ ଏହାର ଛାନଭିନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button