ରାଜ୍ୟ

ସଞ୍ଜ ନଇଁଲେ ୫୦ ଆଦିବାସୀ ଗାଁ ଅନ୍ଧାର: ସୋଲାର୍ ଯୋଜନା ବି ଫେଲ୍ – Ibnodisha

[ad_1]

ପାତ୍ରପୁର (ନୀଳାଞ୍ଚଳ ପଟ୍ଟନାୟକ): ଦୁର୍ଗମ ଗ୍ରାମାଞ୍ଚଳକୁ ବିଦ୍ୟୁତ୍ ସେବା ଓ ଯୋଗାଯୋଗ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା। କିନ୍ତୁ ବାସ୍ତବରେ ଯୋଜନା‌ କେମିତି କାର୍ଯ୍ୟକାରୀ ହେଉଛି, ତାହା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଧୀନ ତିନି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ତୁମ୍ବା, ବୁରାତାଲ୍ ଓ ଆଙ୍କୁଲିର ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ିବ। ପାହାଡ଼ ଓ ଜଙ୍ଗଲ ଘେରରେ ଥିବା ୫୦ଟି ଗ୍ରାମରେ ଆଜି ମଧ୍ୟ ସଞ୍ଜ ନଇଁ‌ଲେ ଅନ୍ଧାର ରାଜୁତି କରୁଛି। ପ୍ରତି ଘରେ ଡିବିରି ଜଳୁଛି।

୨୦୧୯ ମସିହାରେ ଏକ ସର୍ଭେ ଅନୁସାରେ ତିନି ପଞ୍ଚାୟତର ୫୦ରୁ ଅଧିକ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ନଥିବା ଜଣାପଡ଼ିଥିଲା। ଏହି ତଥ୍ୟ ଏବେବି ସରକାରୀ ରେକର୍ଡରେ ରହିଛି। ଫଳରେ ବହୁବାର ଦାବି ‌ପରେ ଉକ୍ତ ସମସ୍ତ ଗ୍ରାମକୁ ବିଦ୍ୟୁତ୍ ସେବା ଯୋଗାଇବାକୁ ସର୍ଭେ ପରେ ବିଜୁ ଜ୍ୟୋତି ଯୋଜନାରେ ତିନି ପଞ୍ଚାୟତର ବୁରାତାଲ୍, ନୂଆସାହି, ମାରମାରିଆ, ସାନଅଞ୍ଜାଙ୍ଗୁଲି, ବାଲିଗାଁନୂଆସାହି, ଭୋଗୀବନ୍ଧ ନୂଆସାହି, ଯମୁନାଘାଟି ନୂଆସାହି, ଲୁକାସାହି ନୂଆସାହି, ରମ୍ପା, ତାବୁଡ଼ିଆ ନୂଆସାହି, ତିତିରିସିଙ୍ଗି (୧), ତିତିରିସିଙ୍ଗି (୨), ଲେଙ୍ଗେନାସାହି, ଏ.ଧାନବାଡ଼, ବି.ଧାନବାଡ଼, ବୁରସାହି ଓ ଆଙ୍କୁଲି ପ୍ରମୁଖ ମୋଟ ୧୬ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମ ସାମିଲ ହୋଇଛି। ଉଦ୍‌ବେଗର ବିଷୟ ହେଲା, ଏହି ଯୋଜନା କେବଳ ସର୍ଭେରେ ହିଁ ଅଟକି ରହିଛି। ଅଧିକାଂଶ ଗ୍ରାମକୁ ଏଯାଏ ପକ୍କା ରାସ୍ତା ନଥିବାରୁ ଆନୁଷଙ୍ଗିକ ଭିତ୍ତିଭୂମି ପହଞ୍ଚାଇବା କଷ୍ଟସାଧ୍ୟ ହେଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି।

ସେହିପରି ତୁମ୍ବା ପଞ୍ଚାୟତ ଅଧୀନ ଥଳିବାଡ଼, କୁରାଙ୍ଗ ନୂଆସାହି, ବଡ଼ଅଞ୍ଜାଙ୍ଗୁଲି, ଆଙ୍କୁଲି ପଞ୍ଚାୟତ ଅଧୀନ ଝାମ୍ପୁରିମୂଷା, ବି.ଗାଇଡ଼ା, ପଠାଣିବସା, ବୁରାତାଲ ପଞ୍ଚାୟତ ଅଧୀନ ସାନଅଂଶୁପା, ବଡ଼ଅଂଶୁପା, ମହାଲିମ୍ବ, ତାଡ଼ିଙ୍ଗି, କୁଶମଳା, ବିଲୁଗାଁ, ସାନଚାଚାର, ବଡ଼ଚାଚାର, ମଇଁଷିଗାଁ, ମଇଁଷିଖତ, ବାତ୍ରାସାହି ଓ ମୁଣ୍ଡେଇସିଙ୍ଗି ପ୍ରମୁଖ ଗ୍ରାମକୁ ବିଦ୍ୟୁତ୍ ସେବା କେବେ ମିଳିବ ଏହାର ଉତ୍ତର କାହା ପାଖରେ ନାହିଁ। କିଛି ଗ୍ରାମରେ ତୁମ୍ବା ଉନ୍ନୟନ ସଂସ୍ଥା ପକ୍ଷରୁ ଓ ଦୀନଦୟାଲ୍ ଉପାଧ୍ୟାୟ‌ ଯୋଜନାରେ ସୋଲାର୍ ବ୍ୟବସ୍ଥା ହୋଇଥିଲେ ହେଁ, ତାହା ତିତ୍‌ଲି ବାତ୍ୟା ପରଠୁ ଅଚଳ ହୋଇପଡ଼ିରହିଛି। କିନ୍ତୁ ଏହାକୁ ସଜାଡ଼ିବା ଦିଗରେ ପଦକ୍ଷେପ ନିଆଯାଉନି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button