ଦେଶ

ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା – Ibnodisha

[ad_1]

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଶ୍ରୁକ୍ରବାର ଆସି ଦିଲ୍ଲୀରେ ପହଞ୍ଚିବେ। ଭାରତରେ ପହଞ୍ଚିଲା ପରେ ସେ ଯେଉଁ କାର୍‌ରେ ଯାତାୟାତ କରିବେ ତାହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କାଡିଲାକ (ବିଳାସପୂର୍ଣ୍ଣ କାର୍) ‘ଦି ବିଷ୍ଟ’, ଯାହା ବୋଇଂ ସି-୧୭ ଗ୍ଲୋବ୍‌ମାଷ୍ଟର-୩ ବିମାନ ଯୋଗେ ଆମେରିକାରୁ ବୁହା ହୋଇ ଆସିବ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ ସିଧା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ।

ତ୍ରିସ୍ତରୀୟ ସୁରକ୍ଷା: ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍‌ର କମାଣ୍ଡୋମାନେ ରହିବେ। ଏବଂ ସବା ଶେଷ ଅଭ୍ୟନ୍ତର ସର୍କଲରେ ରହିବେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ। ବାଇଡେନ ଏବଂ ଆମେରିକାର ଅନ୍ୟ ପତିନିଧିମାନେ ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବାର ବନ୍ଦୋବସ୍ତ ହୋଇଛି। ସେଠାକାର କର୍ମଚାରୀମାନଙ୍କର ପୃଷ୍ଠଭୂମି ଯାଞ୍ଚ କରାଯିବ। ବାଇଡେନ ଯେଉଁ ଚତୁର୍ଦ୍ଦଶ ମହଲାରେ ରହିବେ, ସେଠାକୁ ଯିବା ପାଇଁ ସ୍ବତନ୍ତ୍ର ଆକ୍ସେସ୍ କାର୍ଡର ବ୍ୟବସ୍ଥା ରହିବ। ବାଇଡେନଙ୍କ ପାଇଁ ଏକ ସ୍ବତନ୍ତ୍ର ଲିଫ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଏହି ହୋଟେଲର ପ୍ରାୟ ୪୦୦ ପ୍ରକୋଷ୍ଠ ବୁକ୍ କରାଯାଇଛି।

‘ବି‌ଷ୍ଟ’ ଆସୁଛି ଭାରତ: ‘ଦି ବିଷ୍ଟ’ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସରକାରୀ କାର୍। ଏହି କାଡିଲାକ୍ (ବିଳାସପୂର୍ଣ୍ଣ କାର୍) ଆମେରିକାର ବିଶାଳ ସାମରିକ ପରିବହନ ବିମାନ ବୋଇଂ ସି-୧୭ ଗ୍ଲୋବ୍‌ମା‌ଷ୍ଟର୩ ଯୋଗେ ଭାରତ ଆସିବ। ବିଶ୍ବର ସବୁଠାରୁ ମଜଭୁତ ଓ ସବୁଠାରୁ ନିରାପଦ ଭାବେ ଜଣାଶୁଣା ଏହି ବୁଲେଟ୍‌ପ୍ରୁଫ୍ କାର୍‌କୁ ଆମେରିକା ସିକ୍ରେଟ୍ ସର୍ଭିସ୍ ଅଧିକାରୀମାନେ ସବୁବେଳେ ଜଗିବେ। ଭାରତୀୟ ସେନା ଓ ବାୟୁସେନାର ହେଲିକପ୍ଟରଗୁଡ଼ିକ ଆକାଶରେ ଚକ୍କର କାଟି ଦିଲ୍ଲୀ ଉପରେ ନଜର ରଖିବେ। ଏହି ହେଲିକପ୍ଟରଗୁଡ଼ିକରେ ‌ସେନା ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର କମାଣ୍ଡୋମାନେ ରହିବେ। ବହୁ ସ୍ଥାନରେ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ଏବଂ ଦିଲ୍ଲୀର ବହୁତଳ ପ୍ରାସାଦଗୁଡ଼ିକରେ ଏନ୍‌ଏସ୍‌ଜି ଓ ସେନାର ସ୍ନିପରମାନେ ମୁତୟନ ହେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button