ମନୋରଞ୍ଜନ

ଶ୍ରୀକୃଷ୍ଣଙ୍କ ଭକ୍ତିରେ ବିଭୋର ହୋଇ ପରିବାର ସହିତ ଅଭିନୟ ଛାଡ଼ିଲେ ଏହି ତିନ ଅଭିନେତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ଅଭିନୟ ଦୁନିଆରେ ପ୍ରବେଶ କରିବା ସହିତ ତିଷ୍ଠି ରହିବା କଳାକାରଙ୍କ ପାଇଁ ସହଜ ହୋଇ ନଥାଏ। ଏଥିପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ତେବେ ଏଭଳି କଠିନ ପରିଶ୍ରମ କରି ବିଭିନ୍ନ ବାଧାବିଘ୍ନକୁ ଏଡାଇ ଅନେକ ସଂଘର୍ଷ କରି ଅଭିନୟ ଦୁନିଆରେ ପାଦ ଥାପିଥିଲେ ଅଭିନେତ୍ରୀ ନୂପୁର ଅଳଙ୍କାର, ପ୍ରିୟଙ୍କା ପଣ୍ଡିତ ଓ ଅନଘା ଭୋସଲେ। କିନ୍ତୁ ଶୁଣିବାକୁ ମିଳିଛି ଏହି ତିନିଜଣ ଅଭିନେତ୍ରୀ ଶ୍ରୀକୃଷ୍ଣଙ୍କ ଭକ୍ତିରେ ବିଭୋର ହୋଇଯାଇଛି। ଏଥିପାଇଁ ପ୍ରଥମେ ଘର ପରିବାର ଛାଡ଼ିଲେ, ତା’ପରେ ଅଭିନୟ ସହିତ ଚକଚକ୍ୟ ଜୀବନ ଛାଡ଼ି କୃଷ୍ଣଙ୍କ ଭକ୍ତିରେ ନିଜକୁ ହଜାଇ ଦେଇଛନ୍ତି।

ଅନଘା ଭୋସଲେ : ଅଭିନେତ୍ରୀ ଅନଘ‌ା ଭୋସଲେ ତଥା ‘ଅନୁପମା’ ସରିଏଲର ନନ୍ଦିନୀ ନିଜର ଦମଦାର ଅଭିନୟ ପାଇଁ ଘରେ ଘରେ ପରିଚିତ ଥିଲେ । ଗତବର୍ଷ ସେ ସୋସିଆଲ ମିଡିଆ ଜରିଆରେ ଅଭିନୟ ଛାଡ଼ି ଭଗବାନ କୃଷ୍ଣଙ୍କ ଭକ୍ତି କରୁଛନ୍ତି ବୋଲି ସମସ୍ତଙ୍କୁ ଜଣାଇଥିଲେ।

ନୂପୁର ଅଳଙ୍କାର: ଏହି କ୍ରମ‌ରେ ନୂପୁର ଅଳଙ୍କାରଙ୍କ ନାମ ବି ରହିଛି। ‘ଶକ୍ତିମାନ’, ‘ଘର କି ବେଟି ଲକ୍ଷ୍ମୀୟାଁ’ ଭଳି ଘରେ ଘରେ ପରିଚିତ ଟିଭି ଧାରାବାହିକରେ ଅଭିନୟ କରିଥିଲେ। ନୂପୁର କୃଷ୍ଣଙ୍କ ପ୍ରେମରେ ନିଜକୁ ହଜାଇ ଦେଇଥିଲେ। ଏଥିପାଇଁ ସେ ପରିବାର ସହିତ ଅଭିନୟକୁ ବି ତ୍ୟାଗ କରି ଦେଇଥିଲେ। ଆଉ ସାଧୁ ଭାବେ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ।

ପ୍ରିୟଙ୍କା ପଣ୍ଡିତ: ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ଆଜିକାଲି କୃଷ୍ଣଙ୍କ ଭକ୍ତି କରୁଥିବାର ଅନେକ ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛନ୍ତି । କିନ୍ତୁ କିଛି ବର୍ଷ ପୂର୍ବେ ତାଙ୍କର ଏକ ଏମଏମଏସ ଭିଡିଓ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ପରେ ପ୍ରିୟଙ୍କା ଭାଙ୍ଗି ପଡ଼ିଥିଲେ। କ’ଣ କରିବ‌େ କିଛି ବୁଝି ପାରି ନଥିଲେ। ‌ଶେଷରେ ସେ ପରିବାର ତା’ପରେ ଅଭିନୟ ଛାଡ଼ିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତି କରିବା ଆରମ୍ଭ କରିଥିଲେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button