IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି 5 ଟି କାମ, ନ ହେଲେ ଭୋଗିବେ ଭୟଙ୍କର ପରିଣାମ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ରାତ୍ରି ରେ ଶୋଇବା ପୂର୍ବରୁ କେଉଁ କାର୍ଯ୍ୟ ମହିଳା ମାନେ କରିବା ଅନୁଚିତ । ବନ୍ଧୁଗଣ ଜଣେ ଝିଅ ନିଜର ସବୁକିଛି ତ୍ୟାଗ କରି ଅନ୍ୟ ଜଣେ ଅଜଣା ପୁରୁଷ ର ହାତ ଧରିଥାଏ ଏବଂ ନିଜ ଘର କୁ ଛାଡ଼ି ଅନ୍ୟ ଏକ ଘର ର ଗୃହଲକ୍ଷ୍ମୀ ସାଜି ଥାଏ।। ଘର ର ସ୍ତ୍ରୀ ର କାର୍ଯ୍ୟ ଦ୍ୱାରା ଘର ର ଶୁଭ ଏବଂ ଅଶୁଭ ସାଧିତ ହୋଇଥାଏ। ଜଣେ ନାରୀ କରୁଥିବା ପ୍ରତ୍ୟେକ କାର୍ଯ୍ୟ ର ଶୁଭ ଏବଂ ଅଶୁଭ ଲକ୍ଷଣ ରହିଥାଏ ଏବଂ ଯାହାର ପ୍ରଭାବ ଘର ଉପରେ ପଡ଼ିଥାଏ। ବନ୍ଧୁଗଣ ଆପଣ ମାନେ ତ ଜଣିଛନ୍ତି ଯେ, ଜଣେ ନାରୀ ନିଜ ଘରକୁ ସ୍ୱର୍ଗ କରି ରଖିଥାଏ ନଚେତ ନର୍କ କରି ଦେଇଥାଏ।

ବନ୍ଧୁଗଣ ଜଣେ ନାରୀ ନିଜର ଅଜାଣତରେ ଶୋଇବା ପୂର୍ବରୁ କିଛି କାର୍ଯ୍ୟ କରିଥାଏ ଯାହାର ଫଳ ବହୁତ ଖରାପ ହୋଇଥାଏ। ଏହି କାର୍ଯ୍ୟ ର ପରିଣାମ ସ୍ୱାମୀ ଭୋଗ କରିଥାଏ ଯାହା ପାପ ହୋଇଥାଏ ଏବଂ ଏହି କାର୍ଯ୍ୟ ଦ୍ୱାରା ଦାରିଦ୍ର୍ୟତା, କରଜ ବଢ଼ିବା ଆଦି କୁପରିଣାମ ଭୋଗ କରିବାକୁ ପଡ଼ିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଜଣେ ନାରୀ ଶୋଇବା ପୂର୍ବରୁ କେଉଁ କାର୍ଯ୍ୟ କରିବା ଅନୁଚିତ ଏବଂ ଏହି କାର୍ଯ୍ୟ ର କୁପରିଣାମ ସମ୍ବନ୍ଧରେ।

୧. ବନ୍ଧୁଗଣ ରାତ୍ରି ରେ ଶୋଇବା ପୂର୍ବରୁ କୌଣସି ନାରୀ ନିଜ ଶରୀର ରେ ତେଲ ଲଗାଇବା ଆଦୋୖ ଉଚିତ ନୁହେଁ। ରାତି ସମୟରେ ଶରୀର ରେ ତେଲ ଲଗାଇବା ଦ୍ୱାରା ଶରୀର ରେ ବିଭିନ୍ନ ପ୍ରକାରର ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ। ରାତି ସମୟରେ ଅନେକ ପ୍ରକାରର ନକରାତ୍ମକ ଶକ୍ତି ଘୁରି ବୁଲନ୍ତି।ତେଣୁ ରାତି ସମୟରେ ଶରୀରରେ ତେଲ ଲଗାଇବା ଉଚିତ ହୋଇନଥାଏ। ଏପରି କରିବା ଦ୍ୱାରା ବୃହସ୍ପତି ଗ୍ରହ ଅସନ୍ତୋଷ ପ୍ରକାଶ କରିଥାଆନ୍ତି ଏବଂ ଏହାଦ୍ବାରା ଆପଣଂକ ଜୀବନ ରେ ଥିବା ପ୍ରତ୍ୟେକ ଖୁସି ର ସମାପ୍ତି ହୋଇଯାଇଥାଏ।

୨. ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ କୌଣସି ନାରୀ ଙ୍କୁ ଦହି ସେବନ କରିବା ଅନୁଚିତ। ଏହା କରିବା ଦ୍ୱାରା ଘରର ବାସ୍ତୁ ବିଗିଡ଼ି ଯାଇଥାଏ ଏବଂ ଘରର ସମସ୍ତ ଖୁସି ନଷ୍ଟ ହୋଇଯାଇଥାଏ ଏବଂ ଘରେ ଧନ ର ଅଭାବ ହୋଇଥାଏ।

୩. ବନ୍ଧୁଗଣ ପ୍ରତ୍ୟେକ ନାରୀର ସୌନ୍ଦର୍ଯ୍ୟ ହେଉଛି ତାର ଆଭୂଷଣ। ରାତି ରେ ଶୋଇବା ପୂର୍ବରୁ ଯଦି କୌଣସି ନାରୀ ନିଜର ଗହଣା କୁ ନିଜ ଶରୀର ରୁ କାଢ଼ିବା ଆଦୋୖ ଉଚିତ ନୁହେଁ।ଏପରି କରିବା ଦ୍ଵାରା ସନ୍ତାନ ହାନୀ ହୋଇଥାଏ ଏବଂ ନାରୀ ନିଜ ଅପମାନ ର କାରଣ ନିଜେ ସାଜିଥାଏ।

୪. ରାତିରେ ଶୋଇବା ସମୟରେ କୌଣସି ନାରୀ ସୁଗନ୍ଧିତ ପଦାର୍ଥ ତଥା ସୁଗନ୍ଧିତ ଫୁଲ ର ବ୍ୟବହାର କରନ୍ତୁ ନାହିଁ।ଏପରି କରିବା ଦ୍ୱାରା ରାତି ସମୟରେ ଥିବା ଅନେକ ନକରାତ୍ମକ ଶକ୍ତି ପ୍ରଭାବିତ ହୋଇଥାଆନ୍ତି ଏବଂ ଶରୀର ରେ ପ୍ରବେଶ କରିଥାନ୍ତି।ତେଣୁ ସୁଗନ୍ଧିତ ପଦାର୍ଥ ର ବ୍ୟବହାର କରନ୍ତୁ ନାହିଁ ନଚେତ ନକରାତ୍ମକ ଶକ୍ତି ଦ୍ୱାରା ବଶୀଭୂତ ହେବାର ସମ୍ଭାବନା ରହିଥାଏ।

୫.ପ୍ରତ୍ୟେକ ନାରୀ ରାତିରେ ଶୋଇବା ପୂର୍ବରୁ ଘରର ସମସ୍ତ ଅଇଁଠା ବାସନ କୁ ଧୋଇକରି ରଖନ୍ତୁ। କୌଣସି ଅଇଁଠା ବାସନ କୁ ନଧୋଇ ଶୁଅନ୍ତୁ ନାହିଁ। ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ଏବଂ ଯାହାଦ୍ୱାରା ଘରେ ଅଭାବ ଅନଟନ ଲାଗି ରୁହେ। ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କେବେଭି ସେହି ଘରେ ବାସ କରନ୍ତି ନାହିଁ।ତେଣୁ ଏପରି କରନ୍ତୁ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button