ମହିଳାମାନେ ଘରେ ଏହିପରି ପୋଛା ଲଗାଇବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା, ଧନପ୍ରାପ୍ତି ପାଇଁ ପୋଛା ପାଣିରେ ପକାନ୍ତୁ କେବଳ ଏହି 1 ଜିନିଷ- Vastu Shastra

ଆପଣ ମାନେ ନିଜ ଘରକୁ ସଫା ସୁତୁରା ରଖିବା ପାଇଁ ଘରକୁ ପ୍ରତିଦିନ ପୋଛୁ ଥିବେ, ପରନ୍ତୁ କଣ ଆପଣମାନେ ଜାଣିଛନ୍ତି ପୋଛୁ ଥିବା ସମୟରେ ଯଦି ଆପଣ କିଛି ଭୁଲ କରନ୍ତି ,ତ ଆପଣଙ୍କୁ ଏହାର ବିପରୀତ ଫଳ ମିଳିଥାଏ। ବନ୍ଧୁଗଣ ଆମମାନଙ୍କୁ ଲାଗେ ଯେ ପୋଛା ଲଗାଇବା ଦ୍ୱାରା ଘର ସଫାସୁତୁରା ରହିଥାଏ। କିନ୍ତୁ ଯଦି ପୋଛା ଲଗାଇବା ସମୟରେ କିଛି ନିୟମ ଉପରେ ଧ୍ୟାନ ନଦେବେ ବା ନିୟମର ଉଲଙ୍ଘନ କରିବେ, ତେବେ ଆପଣଙ୍କ ଘରେ ଦରିଦ୍ରତା ଦେଖାଦେଇପାରେ।

ଯେପରି ଆମେ ଝାଡୁ ବ୍ୟବହାର କରିବାବେଳେ ସାବଧାନତା ର ସହିତ ବ୍ୟବହାର କରିଥାଉ ଏଵଂ ତାକୁ ବ୍ୟବହାର କରିବା ସମୟରେ କିଛି କଥା ଧ୍ୟାନ ରଖିଥାଉ,ସେହିପରି ପୋଛା ଲଗାଇବା ବେଳେ ମଧ୍ୟ କିଛି କଥା ମନେରଖିବା ଉଚିତ। ଆଜି ଆମେ ଆପଣଙ୍କୁ କହିବୁ କି ପୋଛା ଲଗାଇବା ବେଳେ କଉ କଥା ର ଧ୍ୟାନ ରଖିବା ଉଚିତ।ତେବେ ଚାଲନ୍ତୁ ଜାଣିବା ସେହି ନିୟମ ବିଷୟରେ ଓ ପୋଛା ଲଗାଇବା ବେଳେ ପାଣିରେ କଣ ପକାଇ ପୋଛିଲେ ଆପଣଙ୍କୁ ଲାଭ ମିଳିଥାଏ।

୧-କେବେହେଲେ ଦିନ ୧୨ଟା ପରେ ଏଵଂ ସଂଧ୍ୟା ସମୟରେ ପୋଛା ଲଗାନ୍ତୁ ନାହିଁ। ପୋଛା ସବୁବେଳେ ସକାଳ ବେଳା ଲଗାନ୍ତୁ। ଯାହା ଫଳରେ ଘରେ ରାତିରୁ ଜମା ହୋଇଥିବା ନକରାତ୍ମକ ଉର୍ଜ଼ା ବାହାରକୁ ଚାଲିଯାଇ , ଶୁଦ୍ଧ ଓ ସକରାତ୍ମକ ଉର୍ଜ଼ାରେ ଘର ପୂରି ଯାଇଥାଏ।

୨-ଶାସ୍ତ୍ର ଅନୁସାରେ ଗରୁବାର ଦିନ ପୋଛା ଲଗାଇବା ଅନୁଚିତ।ଏହା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ। ଆପଣ ଅନ୍ୟ ଦିନ ଘର କୁ ସଫା କରିପାରିବେ,ଏହା ଛଡା ଆପଣ ମାନେ ଗୁରୁବାର ଦିନ ନୂଆ ପୋଛା ଜିନିଷ କିଣିପାରିବେ।

୩-କିଛି ଲୋକ ମାନେ ବାଲ୍ଟି ଫାଟି ଗଲେ ସେହି ବାଲ୍ଟି କୁ ପୋଛା ପାଣି ରଖିବା ପାଇଁ ବ୍ୟବହାର କରନ୍ତି। କିନ୍ତୁ କେବେ ଫାଟି ଯାଇଥିବା ବାସନ ବା ବାଲ୍ଟି ରେ ପୋଛା ଲଗାଇବା ଉଚିତ ନୁହେଁ।ଏହା ବହୁତ ଅଶୁଭ ବୋଲି କୁହାଯାଇଛି। ଏଥିପାଇଁ ପୋଛା ରୁ ମିଳୁଥିବା ଲାଭ ଆପଣଙ୍କୁ କବେହେଲେ ପ୍ରାପ୍ତ ହେବନି।
ଯଦି ଅପଣଙ୍କ ଘରେ ଫାଟି ଯାଇଥିବା ବସ୍ତୁ ପୋଛା ପାଇଁ ବ୍ୟବହାର କରାଯାଏ,ତେବେ ତାକୁ ତୁରନ୍ତ ବଦଳାଇଦିଅନ୍ତୁ।

୪-ପୋଛା ସବୁବେଳେ ଉତ୍ତର ଦିଗରୁ ଲଗାଇବା ଉଚିତ।କାରଣ ଉତ୍ତର ଦିଗ କୁ ସବୁବେଳେ ଶୁଭ ଏଵଂ କୁବେରଙ୍କ ଦିଗ ବୋଲି କୁହାଯାଏ। ଉତ୍ତର ଦିଗ ରେ ପୋଛା ଲଗାଇବା ଦ୍ୱାରା ଏହାର ସବୁ ତତ୍ତ୍ୱ ଘରେ ରାହିଥାଏ। କୁହାଯାଏ ଯେ ଧନ ଲାଭ,ଶୁଭ କାର୍ଯ୍ୟ ,ମାତା ଲଷ୍ମୀ ଙ୍କ ର ପ୍ରଵେଶ ଉତ୍ତର ଦିଗ ପଟେ ବା ମାଧ୍ୟମରେ ହୋଇଥାଏ।ଯଦି ଆପଣ ଉତ୍ତର ଦିଗକୁ ସର୍ବଦା ପରିଷ୍କାର ପରିଛନ୍ନ ରଖିବେ ତେବେ ଘରେ ଧନ ଏଵଂ ସୌଭାଗ୍ୟ ସବୁବେଳେ ବଜାୟ ରହିବ। ଉତ୍ତର ଦିଗ କୁ ସର୍ବଦା ସଫାପାଣି ରେ ପୋଛିବା ଉଚିତ।

ଚାଲନ୍ତୁ ଜାଣିବା ପୋଛା ପାଣିରେ କଣ ପକାଇ ପୋଛିଲେ ଲାଭ ମିଳିଥାଏ।
ବନ୍ଧୁଗଣ ଅନେକ ଲୋକମାନଙ୍କ ଘରେ ରୋଗ, କ୍ଳେଶ,ନକରାତ୍ମକତା ଓଖରାପଦୃଷ୍ଟି ଆଦି ଲାଗିରହିଥାଏ। ଯଦି ଆପଣଙ୍କୁ ଏହାର ପ୍ରତିକାର ଦରକାର ତେବେ ଆପଣ ଏହି ଉପାୟ କୁ ପାଳନ କରନ୍ତୁ,ପୋଛା ଲଗାଇବାବେଳେ ଆପଣ ପୋଛା ପାଣି ରେ ନିମ୍ବ ପତ୍ର କିମ୍ବା ନିମ୍ବ ପତ୍ରକୁ ଫୁଟାଇ ତା ପାଣି କୁ ପୋଛା ପାଣି ରେ ବ୍ୟବହାର କରନ୍ତୁ ।
ଏହା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଖରାପ ନଜର ଆଦି ଘରୁ ଚାଲିଯାଇଥାଏ।ଫଳରେ ଆପଣଙ୍କ ଘରେ ସକରାତ୍ମକ ଉର୍ଜ଼ା ଆସିଥାଏ ,ଏଵଂ ସବୁ ଶୁଭ କାର୍ଯ୍ୟ ନିର୍ଭିଗ୍ଣ ରେ ହୋଇଥାଏ। ଯଦି ଆପଣ ମାନେ ନିଜ ଘରେ ଶାନ୍ତି ଏଵଂ ସଂବୃଦ୍ଧି ଚାହାଁନ୍ତି ତେବେ ଏହି ଉପାୟ ଉପଯୋଗ କରନ୍ତୁ।




