IBN ଓଡ଼ିଶା ବ୍ୟୁରୋ

Dhanu Rashi, Rasifala 2021 – ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ବର୍ଷ 2021, ଆପଣଙ୍କ ଜୀବନରେ ଆସିବ କେଉଁ ସବୁ ବଡ ପରିବର୍ତ୍ତନ

ଧନୁରାଶି ପାଇଁ ଏହି ବର୍ଷ ବହୁତ ଭଲ ରହିବ ୨୦୨୧ ମସିହାରେ ଆପଣ ଅଦ୍ଭୁତ ପୂର୍ବ ସଫଳତା ପାଇବେ। ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ରହିବ।ଶରୀର ସୁସ୍ଥ ରହିବ । ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳ ରହିବା ଫଳରେ ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ । ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । କୌଣସି ପ୍ରିୟମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ ଓ ବାକିଥିବା ଅର୍ଥପ୍ରାପ୍ତି ହେବ ।

ସାମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ । ଯେଉଁ କାର୍ଯ୍ୟରେ ହାତ ଦେବେ, ଠିକ୍ ନିର୍ଣ୍ଣୟ କରିପାରିବେ । ଶତୃ ପରାଜିତ ହେବେ । ଦିନଟିଏ ଆପଣଙ୍କ ଜୀବନ ଲାଗି ଅତ୍ୟନ୍ତ ମଙ୍ଗଳଦାୟକ ରହିବ । ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ଓ ଆତ୍ମୀୟ ଶତ୍ରୁତା ସମସ୍ୟାର ସମାଧାନ ହୋଇଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ମନ ଚାହୁଁଥିବା କମ୍ପାନୀରେ ଚାକିରି ମିଳିବାର ଖବର ପାଇବେ । ବ୍ୟବସାୟ ମାମଲାରେ ଆପଣ ଯାତ୍ରା କରିବେ । କାରବାରରେ ଆପଣଙ୍କୁ ଫାଇଦା ହେବ । ସାମାନ୍ୟ ଛୋଟିଆ କଥାରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ ।

ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବା ଫଳରେ ଖୁସି ହୋଇପାରନ୍ତି । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍ ରହିବ ନାହିଁ।ବ୍ୟବସାୟରେ ପ୍ରଚୁର ଲାଭହେବ । ଋଣମୁକ୍ତି ହେବା ପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ ।

କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ଭାଇଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ପାଇବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନେ ପୂର୍ଣ୍ଣ ସହଯୋଗ କରିବେ। ଭଗବାନ ଶିବଙ୍କ ଆରାଧନା କରନ୍ତୁ ।

ମାନସିକ ଶାନ୍ତି ପାଇଁ ଆପଣଙ୍କ ଖାଲି ବସିବାର ଅଭ୍ୟାସ କ୍ଷତିକାରକ ପ୍ରମାଣିତ ହୋଇ ପାରେ । ଶେଷରେ କଠିନ ପରିଶ୍ରମ କରିବାକୁ ପଡିବ ଆପଣଙ୍କ ପାଖରେ ଆପଣଙ୍କ ଗୁରୁତ୍ଵପୂର୍ଣ ଯୋଜନା ଏବଂ କାମକୁ ବିକଶିତ କରିବା ଏବଂ ଲାଗୁ କରିବା ପାଇଁ ବହୁତ ସମୟ ଅଛି । କୌଣସି କାମକୁ ଭାଗ୍ୟ ଭରସାରେ ଛାଡନ୍ତୁ ନାହିଁ । ସମାଜରେ ଆପଣଙ୍କର ମାନ ସଂମ୍ମାନ ବଢିବ । ମନ ଚିନ୍ତିତ ରହିବ କିନ୍ତୁ କିଛି ଭୁଲ ନିଷ୍ପତ୍ତି ନେବେ ନାହିଁ । ଆର୍ଥିକ କ୍ଷେତ୍ରରେ ଆସନ୍ତା ବର୍ଷ ଟି ଏକ ବହୁତ ଭଲ ବର୍ଷ ହେବ କାରଣ ଆପଣ ଗ୍ରାହକଙ୍କ ପାଖରେ କିଛି ଆକର୍ଷକ ହେବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button