IBN ଓଡ଼ିଶା ବ୍ୟୁରୋ

Vastu Shastra- ଏହି 3 ଜଣ ମହିଳା ଭୁଲରେ ମଧ୍ୟ କରଟୁ ନାହିଁ ତୁଲସୀ ପୂଜା, ରାଗିଯାନ୍ତି ମହାଲକ୍ଷ୍ମୀ, ହୋଇଥାଏ ମହାପାପ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ ଜଣ ନାରୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ସେହି ଘରେ କେବେବି ସୁଖ ସମୃଦ୍ଧି ସ୍ଥାପନ ହୋଇନଥାଏ । ବନ୍ଧୁଗଣ ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତିଙ୍କ ଘରେ ରହିଥାଏ । ପ୍ରାଚୀନ ହିନ୍ଦୁ ଧର୍ମ ର ଗ୍ରନ୍ଥ ରେ ତୁଳସୀ ଗଛର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତୁଳସୀ ଗଛ ପୃଥିବୀ ରେ ସ୍ଥିତ ସମସ୍ତ ବନସ୍ପତି ଙ୍କ ମଧ୍ୟରୁ ଅନ୍ୟତମ ଅଟେ ।

ତୁଳସୀ ଗଛ ବିଭିନ୍ନ ପ୍ରକାର ରୋଗକୁ ନାଶ କରିଥାଏ ଏବଂ ଘରେ ସକରାତ୍ମକ ଉର୍ଜା କୁ ସୃଷ୍ଟି କରିଥାଏ ଏବଂ ଏହା ସହିତ ଘରେ ତୁଳସୀ ଗଛ ରହିବା ଦ୍ଵାରା ସୁଖ ଏବଂ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ଘର ବିଭିନ୍ନ ରୋଗରୁ ମୁକ୍ତ ରହିଥାଏ ।

ଏହି କାରଣରୁ ପ୍ରାଚୀନ ଋଷିମୁନି ମାନେ ତୁଳସୀ ଗଛର ପୂଜା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ତୁଳସୀ ଗଛର ପତ୍ର ଖାଇଥାଏ ତେବେ ସେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣ ରୁ ମଧ୍ୟ ତୁଳସୀ ଗଛର ଉପକାରୀତା ସମ୍ବନ୍ଧରେ ବର୍ଣ୍ଣିତ ରହିଛି । କିନ୍ତୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ଲଗାଇବାକୁ ନେଇ ମଧ୍ୟ କିଛି ନୀତି ନିୟମ ରହିଛି ଯାହାକୁ ମାନିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ବନ୍ଧୁଗଣ ତୁଳସୀ ଗଛ କୁ ବୃହସ୍ପତି ବାରରେ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଅନୁକୂଳ ସମୟ ହୋଇଥାଏ । କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତୁଳସୀ ଗଛ କୁ ଘରର ଅଗଣାରେ ଲଗାଇବା ଶୁଭ ଅଟେ । ପ୍ରତିଦିନ ସକାଳ ସମୟରେ ତୁଳସୀ ଗଛରେ ପାଣି ଅର୍ପଣ କରି ପରିକ୍ରମା କରିବା ଏବଂ ସନ୍ଧ୍ୟା ସମୟରେ ତୁଳସୀ ଗଛ ତଳେ ଘିଅ ଦୀପ ଜାଳିବା ସର୍ବୋତ୍ତମ ଅଟେ ।

ଚନ୍ଦ୍ର ଗ୍ରହଣ ସମୟରେ ଅନ୍ନରେ ତୁଳସୀ ପତ୍ର ରଖିବା ଦ୍ୱାରା ଗ୍ରହଣ ଲାଗି ନଥାଏ । ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହେବା ସହ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଜଣ ନାରୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଯାହାଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୩ଜଣ ନାରୀ ଙ୍କ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରାଚୀନ କାଳରୁ ମାନ୍ୟତା ରହି ଆସିଛି ଯେ, ଯେଉଁ ନାରୀର ମାସିକ ଧର୍ମ ସମୟ ଚାଳଥାଏ ସେହି ସମୟରେ ସେ କୌଣସି ପବିତ୍ର ସ୍ଥାନକୁ ଗମନ କରି ପାରିବ ନାହିଁ । ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୃଷ ଅଟେ । ତେଣୁ ଯେଉଁ ନାରୀ ର ମାସିକ ଧର୍ମ ଚାଲିଥାଏ ସେ ତୁଳସୀ ଗଛ ରେ ଜଳ ଅର୍ପଣ କରିବା ଅନୁଚିତ ହୋଇଥାଏ । ନଚେତ ମାତା ଲକ୍ଷ୍ମୀ ଏହାଦ୍ବାରା ଅସନ୍ତୁଷ୍ଟ ହୋଇଥାନ୍ତି ।

 

୨. ବନ୍ଧୁଗଣ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ଅଟେ । ତେଣୁ ଏହି ଗଛ ରେ କେବଳ ପତିବ୍ରତା ନାରୀ ହିଁ ଜଳ ଅର୍ପଣ କରି ପାରିବେ । ଯେଉଁ ନାରୀ ଚରିତ୍ର ହୀନ ହୋଇଥାଏ ଅର୍ଥାତ ପର ପୁରୁଷ ସହ ସମ୍ପର୍କ ସ୍ଥାପନ କରିଥାଏ ସେହି ନାରୀ ତୁଳସୀ ଗଛରେ ଜଳ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୋପଦୃଷ୍ଟି ପଡ଼ିଥାଏ । ତେଣୁ ଚରିତ୍ରହୀନା ନାରୀ ତୁଳସୀ ଗଛ ରେ ଜଳ ଅର୍ପଣ କରିବା ଅନୁଚିତ ।

୩. ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେଉଁ ନାରୀ ଅନ୍ୟ ମାନଙ୍କ ସହ ଛଳ କପଟ କରିଥାଏ ସେହି ନାରୀ ତୁଳସୀ ଗଛ ଭଳି ପବିତ୍ର ଜିନିଷ ରେ ଜଳ ଅର୍ପଣ କରିବା ଉଚିତ ନୁହେଁ । ଏହି ନାରୀ ମାନେ ତୁଳସୀ ଗଛରେ ଜଳ ଅର୍ପଣ କଲେ ସେମାନଙ୍କୁ କୁଫଳ ମିଳିଥାଏ ଏବଂ ମାତା ଲଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଛଳ କପଟ କରୁଥିବା ଅର୍ଥାତ ଦୁଷ୍ଟ ନାରୀ ମାନେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଅନୁଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button