IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଫିଲ୍ମ ‘ହମ ଆପକେ ହୈ କୌନ’ ରୁ ଫେମସ ହୋଇଥିବା ଷ୍ଟାର ମାନେ ଆଜି ଦେଖା ଯାଆନ୍ତି କିଛି ଏମିତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଫିଲ୍ମ ‘ହମ ଆପକେ ହେ କୌନ’ ରୁ ପ୍ରସିଦ୍ଧି ଲାଭ କରିଥିବା କଳାକାର ମାନଙ୍କ ସମ୍ବନ୍ଧରେ କହିବୁ । ଯେଉଁମାନେ ବର୍ତ୍ତମାନ ସମୟରେ ପୂର୍ବ ଅପେକ୍ଷା ବହୁତ ମାତ୍ରା ରେ ବଦଳି ସାରିଛନ୍ତି । ୧୯୯୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ହମ ଆପକେ ହେ କୌନ’ ବହୁତ ମାତ୍ରା ରେ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମ ର ସମସ୍ତ ଗୀତ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ହୋଇଥିଲା ।

କେବଳ ଗୀତ ହିଁ ନୁହେଁ ଏହି ଫିଲ୍ମ ରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ଏହି ଫିଲ୍ମ କୁ ଦୁଇ ଗୁଣ ଅଧିକ ଲୋକପ୍ରିୟ କରି ଦେଇଥିଲେ । ବର୍ତ୍ତମାନ ଏହି ଫିଲ୍ମ କୁ ୨୬ ବର୍ଷ ପୂର୍ଣ ହୋଇସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଫିଲ୍ମ ଦର୍ଶକ ମାନେ ଦେଖୁଛନ୍ତି ଏବଂ ପୂର୍ବ ଭଳି ହିଁ ଏହି ଫିଲ୍ମ ର ଲୋକପ୍ରିୟତା ବଜାୟ ରହିଛି ।

 ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମ ରେ ଅଭିନୟ କରିଥିବା ସମସ୍ତ କଳାକାର ବର୍ତ୍ତମାନ ସମୟରେ କଣ କରୁଛନ୍ତି ଏବଂ କିଭଳି ଅଛନ୍ତି ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି କଳାକାର ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଆଲୋକ ନାଥ- ଫିଲ୍ମ ରେ ପ୍ରେମ୍ ଏବଂ ରାଜେଶ ଙ୍କ ଦାଦା ଙ୍କ ଭୂମିକା ରେ ‘କୈଳାସ ନାଥ’ ନାମକ ଚରିତ୍ର ରେ ଅଭିନୟ କରିଥିଲେ, ଅଭିନେତା ‘ଆଲୋକ ନାଥ’ । ଏହି ଫିଲ୍ମ ରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା । ବର୍ତ୍ତମାନ ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ସାରିଛନ୍ତି ଏବଂ ନିଜର ୬୪ ବର୍ଷ ବୟସ ଅତିକ୍ରମ କରି ସାରିଛନ୍ତି । ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କୁ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରେ ଦେଖିବାକୁ ମିଳିଥିଲା । ଏହି ଅଭିନେତା ବର୍ତ୍ତମାନ ନିଜ ପରିବାର ସହିତ ମୁମ୍ବାଇ ର ଲୋଖଣ୍ଡୱାଲା ଫ୍ଲାଟରେ ହସଖୁସିରେ ନିଜ ଜୀବନ ବିତାଉଛନ୍ତି ।

୨. ରିମା ଲାଗୁ- ଫିଲ୍ମ ରେ କୈଳାସ ନାଥ ଙ୍କ ସମୁଦୁଣୀ ମିସେସ ଚୌଧୁରୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ ଅଭିନେତ୍ରୀ ‘ରିମା ଲାଗୁ’ । ଏହି ଅଭିନେତ୍ରୀ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । ସେ ୫୯ ବର୍ଷ ବୟସ ରେ ହିଁ କାର୍ଡିଆକ ଆରେଷ୍ଟ ରେ ପରଲୋକ ଗମନ କରିଥିଲେ ।

୩. ସଲମାନ ଖାଁ- ଫିଲ୍ମ ରେ ପ୍ରେମ୍ ନାମକ ଚରିତ୍ର ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ ଅଭିନେତା ‘ସଲମାନ ଖାଁ’ । ଏହି ଅଭିନେତା ଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା ଏବଂ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ବର୍ତ୍ତମାନ ଏହି ଅଭିନେତା ପୂର୍ବ ଅପେକ୍ଷା ବଦଳି ଯାଇଛନ୍ତି ଏବଂ ବର୍ତ୍ତମାନ ସେ ୫୫ ବର୍ଷ ବୟସ ର ଅଟନ୍ତି । ଯଦିଓ ତାଙ୍କୁ ଦେଖିଲେ ଏପରି ଲାଗିନଥାଏ । ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଅଭିନୟ କ୍ୟାରିଆର କୁ ଜାରି ରଖିଛନ୍ତି ଏବଂ ଯଦି ଏହି ଅଭିନେତା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ସେ ସିଙ୍ଗଲ ଅଛନ୍ତି ।

୪. ମାଧୁରୀ ଦିକ୍ଷୀତ- ଫିଲ୍ମ ରେ ପ୍ରେମ୍ ର ପ୍ରେମିକା ‘ନିଶା’ ନାମକ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ‘ମାଧୁରୀ ଦିକ୍ଷୀତ’ । ଫିଲ୍ମ ରେ ତାଙ୍କ ଅଭିନୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ୫୩ ବର୍ଷ ବୟସ ର ଅଟନ୍ତି ଏବଂ ବର୍ତ୍ତମାନ ମଧ୍ୟ ପୂର୍ବ ଭଳି ସୁନ୍ଦର ଦେଖା ଯାଉଛନ୍ତି । ସେ ନିଜର ପତି ଡାଂ ନେନେ ଏବଂ ନିଜ ଛୁଆ ମାନଙ୍କ ସହ ମୁମ୍ବାଇ ରେ ରହୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର ଅଭିନୟ କ୍ୟାରିଆର କୁ ଜାରି ରଖିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button