IBN ଓଡ଼ିଶା ଏକ୍ସକ୍ଲୁସିଭ୍

Covid Alert: ଭାରତରେ ପୁଣି ବଢିଲା କରୋନା ଭୟ, ସଂକ୍ରମଣ ବୃଦ୍ଧି ପରେ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ସମୟ ହେବ କୋରୋନା ମହାମାରୀ ଥମିବାରେ ଲାଗିଥିଲା । ସେଥିପାଇଁ ସବୁ ଆଡେ ଲୋକ ମାନେ ଖୋଲା ଖୋଲା ଭାବେ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ପୁଣି ଥରେ କୋରୋନା ସଂକ୍ରମଣ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରା ଯାଇଛି । ବର୍ତ୍ତମାନ ସମୟରେ କୋରୋନା ମହାମାରି କୁ ନେଇ ଆସିଛି ବଡ ଖବର । କୋରୋନାର ଚତୁର୍ଥ ଲହର ଆଶଙ୍କା ନେଇ କେନ୍ଦ୍ର ର ସତର୍କତା ଜାରି ହୋଇଛି ।

ଚୀନ, ବ୍ରାଜିଲ, ଆମେରିକା, କୋରିଆ ଓ ଜାପାନ ରେ କୋରୋନା ସଂକରଣ ବଢିବାରେ ଲାଗିଛି । ଚୀନ ଓ ଆମେରିକା ସମେତ ଅନ୍ୟ ୫ଟି ଦେଶରେ କୋରୋନା ସଂକ୍ରମଣ ବଢିବା ପରେ କେନ୍ଦ୍ର ସରକାର ଆଲର୍ଟ ହୋଇ ଯାଇଛନ୍ତି । ନମୁନା କୁ ଜୀନମ ଶିକ୍ଵେନ୍ସି ପଠେଇବା ପାଇଁ ସବୁ ରାଜ୍ୟ କୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏହା ଦ୍ଵାରା ସମୟ ପୂର୍ବରୁ ନୂଆ ଭ୍ୟାରିଆଣ୍ଟ ସମ୍ପର୍କ ରେ ଜଣା ପଡିବ ବୋଲି କୁହା ଯାଇଛି ।

ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଥିବା ଯାହା କି କୁହା ଯାଇଛି । ତେବେ କୋରୋନାର ନୂଆ ଭ୍ୟାରିଆଣ୍ଟ ଜାଣିବା ପାଇଁ ଜିନମ ଶିକ୍ୱ୍ବେନ୍ସି ଜରୁରୀ ଅଟେ । ଏଥିପାଇଁ ସବୁ ରାଜ୍ୟକୁ ନମୁନା ପଠାଇବା ପାଇଁ ଏ ଚିଠି ରେ କୁହା ଯାଇଛି । ଏହା ସହ ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆ ଯାଇଛି । କୋଭିଡ଼ ଟୀକାକରଣ ଅଭିଯାନ ର ମୁଖ୍ୟ ଆଜି କହିଛନ୍ତି ପଡୋଶୀ ଚୀନ ରେ କୋରୋନା ବଢୁଥିଲେ ବି ଭାରତକୁ ସେଭଳି ଚିନ୍ତା କରିବାର ଆବଶ୍ୟକ ନାହି ।

କାରଣ ଦେଶରେ ଟୀକାକରଣ ହୋଇ ସାରିଛି । ଦୁନିଆରେ ଦେଖା ଦେଇଥିବା ନୂଆ ଭ୍ୟାରିଆଣ୍ଟ ଭାରରେ ମିଳି ସରାଇଛି ତେଣୁ ସାବଧାନ ଜରୁରୀ ଅଟେ । ଚୀନ ରେ ଏ ଯାଏଁ ଅନେକ ଲୋକଙ୍କର ଟିକାକରଣ ସଋ ନାହି । ତେବେ ଚୀନ ରୁ ଆରମ୍ଭ ହୋଇଥିବା କୋରୋନା ସଂକ୍ରମଣ ଏବେ ପୁଣି ଥରେ ଦେଖିବାକୁ ମିଳିଛି । ତେବେ କୋରୋନା ର ଚତୁର୍ଥ ଲହର କିପରି ରହିବ ସେ ନେଇ କିଛି ବି ସ୍ପଷ୍ଟ ସୂଚନା ମିଳିପାରି ନାହି ।

ପୂର୍ବ ରୁ କୋରୋନାର ପ୍ରଥମ ଲହରୀ ଠାରୁ ତୃତୀୟ ଲହର ଯାଏଁ ଅନେକ କିଛି ଦେଖିବାକୁ ମିଳିଥିଲା ଆଉ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ମଧ୍ୟ ଯାଇଥିଲା । ତେବେ ଚତୁର୍ଥ ଲହର ପାଇଁ ଏବେ ଠାରୁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button