IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପାରିବାରିକ ଅଦାଲତରେ Anubhabଙ୍କ ଓକିଲ Barshaଙ୍କୁ ପଚାରିଲେ କିଛି ଏମିତି ପ୍ରଶ୍ନ କି ବର୍ଷାଙ୍କ ଓକିଲ ରାଗି କହିଲେ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବର୍ଷା ଏବେ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି ଏବଂ ରାଜନୀତିରେ ନୂଆ ନୂଆ ପାଦ ଦେଇଛନ୍ତି । ବର୍ଷା ତାଙ୍କର ଓ ଅନୁଭବଙ୍କ ପାରିବାରିକ ବିବାଦ କୁ ନେଇ ଏବେ ବେସ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ଏକ ଅଲଗା ବଡ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବର୍ଷା ।

ବର୍ତ୍ତମାନ ସମୟରେ ବର୍ଷା ଙ୍କୁ ନେଇ ଏମିତି ଏକ ଖବର ପ୍ରସାର ହେଉଛି ଯାହାକୁ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଖବର ଟି ତାଙ୍କର ପାରିବାରିକ ବିବାଦକୁ ନେଇ ହୋଇଛି । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୂଚନା ଅନୁଯାୟୀ କଟକ ପାରିବାରିକ ଅଦାଲତରେ ବର୍ଷାଙ୍କୁ ଆପତ୍ତି ଜନକ ପ୍ରଶ୍ନ ପଚରା ଯାଇଛି ତେବେ ଏହି ପ୍ରଶ୍ନ ଅନୁଭବଙ୍କ ଓକିଲ ପଚାରି ଥିବା ନେଇ କୁହା ଯାଉଛି । ଆଉ ସେହିଭଳି ଆପତ୍ତି ଜନକ ପ୍ରଶ୍ନକୁ ବର୍ଷାଙ୍କ ଓକିଲ ବିରୋଧ କରିଥିଲେ ।

ଏଭଳି ପ୍ରଶ୍ନ ନାରୀର ସମ୍ମାନରେ ଆଞ୍ଚ ଆଣୁଛି ବୋଲି କହିଥିଲେ । ଅନୁଭବଙ୍କ ଓକିଲ ବର୍ଷାଙ୍କ ଇଂରାଜୀରେ ଉତ୍ତର ରଖିବାକୁ କହିଥିଲେ ବର୍ଷା କିନ୍ତୁ ଓଡିଆରେ ଉତ୍ତର ରଖିବେ ବୋଲି କୋର୍ଟକୁ ଜଣାଇ ଥିଲେ । ଆଜି ଜେରା ଅସମ୍ପୂର୍ଣ୍ଣ ଥିବାରୁ ଆସନ୍ତା କାଲି ପୁଣି ଜେରା ହେବେ ବୋଲି ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ । ସେ ପଟେ ଅନୁଭବଙ୍କ ଜେରା ବେଳେ ଏଭଳି ପ୍ରଶ୍ନ ପଚରା ଯାଏ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ଗୀତା ଲ୍ହୋତ୍ରା ।

ତେବେ ବର୍ଷା ଓ ଅନୁଭବ ଙ୍କ ପାରିବାରିକ ମାମଲା ଦୀର୍ଘ ବର୍ଷ ହେବ ଚାଲିଛି ଯାହାର ଏ ଯାଏଁ କୌଣସି ସମାଧାନ ବାହାରି ପାରୁ ନାହି । ଏବେ ବି ଦୁହିଙ୍କର ମାମଲା କଟକ ଫ୍ୟାମିଲି କୋର୍ଟ ରେ ବିଚାରଧିନ ଅବସ୍ଥାରେ ରହିଛି । ବର୍ତ୍ତମାନ ସମୟରେ କଟକ ପାରିବାରିକ କୋର୍ଟରେ ଏହି ମାମଲା ଚାଲି ଥିବା ବେଳେ ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଆପତ୍ତି ଜନକ ପ୍ରଶ୍ନ ପଚାରି ଥିଲେ ଆଉ ଏହାର ଉତ୍ତର ଇଂରାଜୀରେ ଦେବା ପାଇଁ କହିଥିଲେ ।

କିନ୍ତୁ ବର୍ଷା ଓଡିଆରେ ଉତ୍ତର ଦେବାକୁ କହି ଥିବାରୁ ଏ ନେଇ ବର୍ଷା ସାରା ଓଡିଶାରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟି ଛନ୍ତି । ତେବେ ବର୍ଷା ଙ୍କର ଏଭଳି ଉତ୍ତର ଦେବା କେତେ ଦୂର ଠିକ ହେଲା ଏବଂ ଅନୁଭବ ଙ୍କ ଓକିଲ ଯେଉଁ ଆପତ୍ତି ଜନକ ପ୍ରଶ୍ନ ପଚାରି ଛନ୍ତି ତାହା କେତେ ଦୂର ଠିକ ଏହା ସମୟ ହିଁ କହିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button