IBN ଓଡ଼ିଶା ବ୍ୟୁରୋ

ପ୍ରଜାପତି ଘରକୁ ଆସିଲେ କଣ ହୋଇଥାଏ ? ପଢନ୍ତୁ ଆଜିର Anuchinta

ଆସନ୍ତୁ ଆମେ ଆଜି କିଛି କଥା ଜାଣିବା କି ଯଦି ଘରକୁ ପ୍ରଜାପତି ଆସିବା , ବା ବଗିଚାରେ ଚଢେଇମାନେ ଉଡିବା ଏହି ଭଳି କିଛି କଥା ଆପଣଙ୍କର ସୁନେଲି ଭବିଷ୍ୟତକୁ ଦର୍ଶାଏ, ଭବିଷ୍ୟତରେ କାହାର କଣ ହେବ ତାହା କାହାରୀକୁ ବି ଜଣା ନାହିଁ, ମାତ୍ର ଶକୁନି ଶାସ୍ତ୍ର ବୁଝିବାକୁ ହେଲେ ଆମେ ଜାଣିପାରିବା ଯେ ଆମ ଭବିଷ୍ୟତରେ କଣ ହବ ଆଉ କଣ ହେବାକୁ ଯାଉଛି ।

ଆମକୁ ଜାଣିବା ଦରକାର ଯେ ଆମ ଚାରିପଟରେ କଣ କଣ ଘଟିବାକୁ ଯାଉଛି , ଆମର ଚାରିପାଖରେ ଏମିତି କିଛି ଘଟିଥାଏ ଯେଉଁ ଥିରୁ ଆମକୁ ଜାଣିବାକୁ ମିଳିଥାଏ ଆମର ଭବିଷ୍ୟତରେ କଣ ଘଟିବାକୁ ଯାଉଛି । ତେବେ ଆଜି ଆମେ ଏଭଳି ଘଟଣା ବିଷୟରେ ଜାଣିବାକୁ ଯାଉଛୁ ଯାହା ଘଟିବା ଦ୍ଵାରା ଆମ ଉପରେ ପଜିଟିଭ ପ୍ରଭାବ ପଡିବ ।

ପର୍ବ ଦିନରେ  ଉପହାର ମିଳିବା ଆପଣ ଯଦି ଆପଣଙ୍କ ଘରେ ପର୍ବ ମନେଇଥାନ୍ତି ଓ ଆପଣଙ୍କୁ ସେହି ଦିନ କିଛି ଉପହାର ମିଳିଥାଏ ତେବେ ଜାଣି ରଖନ୍ତୁ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଭରି ରହିଛି । ଆପଣଙ୍କ ଭବିଷ୍ୟତ ଉଜ୍ବଳ ଅଟେ । ରାସ୍ତାରେ ଗାଈ ଦେଖିବା ।

ଆପଣ ଯଦି କିଛି ଶୁଭ କାର୍ଯରେ ଯାଉଛନ୍ତି ଓ ଆପଣଙ୍କୁ ରାସ୍ତାରେ ଗାଈ ଦେଖାଗଲା ତେବେ ଜାଣିନିଅନ୍ତୁ ଆପଣଙ୍କ ସହ କିଛି ଭଲ ହେବାକୁ ଯାଉଛି । ଘରେ ବାଦୁଡିର ବଶା ହେବା । ଯଦି ଆପଣଙ୍କ ଘରେ ବାଦୁଡିର ବଶା ହୋଇଛି ତେବେ ଏହାକୁ ଦେଖି କେବେବି ଡରନ୍ତୁନୀ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଚଢେଇ ମାନଙ୍କର ବଗିଚାକୁ ଆସିବା । ଯଦି ଆପଣଙ୍କ ବଗିଚାକୁ ଚଢେଇ ଆସନ୍ତି ଓ ସେଠାରେ କିଚିରି ମିଚିରି ହୁଅନ୍ତି ଏହା ଆପଣଙ୍କ ଘର ପାଇଁ ଶୁଭର ସୂଚକ ହୋଇଥାଏ । ଯଦି ଆପଣ କୁଆଡେ କାମରେ ଯାଉଛନ୍ତି ଓ ରାସ୍ତାରେ ଆପଣକୁ ସାପ ଦେଖା ଗଲା ଏହା ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । ଏହାର ଅର୍ଥଯେ ଆପଣଙ୍କ ଜୀବନରେ କିଛି ବଡ ପରିବର୍ତନ ହେବାକୁ ଯାଉଛି ।

ଭାଙ୍ଗୁଥିବା ତାରା ଦେଖିବା । ଭଙ୍ଗୁଥିବା ତାର ଯଦି ଆପଣ ଦେଖିବେ ତାହା ଆପଣଙ୍କ ପାଇଁ ଶୁଭର ପ୍ରତୀକ , ଏହା ଆପଣଙ୍କର ଉନ୍ନତିର ସୂଚନା ଦେଉଛି । ଘରକୁ ପ୍ରଜାପତି ଆସିବା ଏକ ଶୁଭର ସୂଚନା ଅଟେ । ଘରକୁ ପ୍ରଜାପତି ଆସିବା ଦ୍ଵାରା ସୂଚନା ଦେଇଥାଏ କି ଆପଣଙ୍କର ବା ଆପଣଙ୍କର ପରିବାରରେ କୌଣସି ଶୁଭ କାର୍ଯ ହେବାକୁ ଯାଉଛି ।

କାନ କୁଣ୍ଡେଇ ହେବା । ଯଦି ଆପଣଙ୍କ କାନ କୁଣ୍ଡେଇ ହେଉଛି ତେବେ ଆପଣଙ୍କର ଚର୍ଚା ହେଉଛି । ଯଦି ଆପଣଙ୍କର ବାମ କାନ କୁଣ୍ଡେଇ ହେଉଛି ତେବେ ଆପଣଙ୍କର ପ୍ରଶଂସା ଓ ଯଦି ଡାହାଣ କାନ କୁଣ୍ଡେଇ ହେଉଛି ତେବେ ଆପଣଙ୍କର ନିନ୍ଦା ହେଉଛି । ଭୁଲରେ ଯଦି ଓଲଟା ଡ୍ରେସ ପିନ୍ଧିବା , ଯଦି ଭୁଲରେ ଓଲଟା ଡ୍ରେସ ପିନ୍ଧୁଛନ୍ତି ତେବେ ଜାଣି ଯାନ୍ତୁ ଆପଣଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତନ ହେବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button