IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ର 5 ମିନିଟ ରେ ମୁଣ୍ଡବିନ୍ଧା ରୁ ମିଳିବ ଆରାମ, କେବଳ କରନ୍ତୁ ଏହି ସହଜ ଘରୋଇ ଉପାୟ, ୧୦୦% ତୁରନ୍ତ ସମାଧାନ- Baba Ramdev Health Tips

ବନ୍ଧୁଗଣ ବେଳେ ବେଳେ ଅଚାନକ ମୁଣ୍ଡବିନ୍ଧା ଆମ ପାଇଁ ଏକ ବଡ଼ ଅସୁବିଧା ବନିଯାଏ। ଅନେକ ଲୋକ ଦୈନନ୍ଦିନ କାମ କାର୍ଯ୍ୟ ର ଚାପ ଯୋଗୁଁ ମାଇଗ୍ରେନପେନ ର ଶିକାର ହୋଇଥାନ୍ତି।

ମୁଣ୍ଡ ବିନ୍ଧା ନିୟମିତ ଭାବରେ ହେବା ଏକ ବଡ଼ ଅସୁବିଧା ହୋଇପାରେ। ତେଣୁ ଏହାର ନିବାରଣ କରିବା ମଧ୍ୟ ତୁରନ୍ତ ଆବଶ୍ୟକତା ରହିଥାଏ।

ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ଏବଂ ଘରୋଇ ଉପାୟ ଯାହା ଆପଣଙ୍କ ମୁଣ୍ଡ ବିନ୍ଧା କୁ ସହଜରେ ଭଲ କରିଦେବ। ଏହି ଉପାୟ ରେ ବ୍ୟବହାର ହେଉଥିବା ଦ୍ରବ୍ୟ ସହଜରେ ଆପଣଙ୍କ ରୋଷେଇ ଘର ମଧ୍ୟରେ ମିଳିଯିବ,ତାହା ହେଉଛି ଜିରା ଏବଂ ଗୂଡ଼। ଜିରା ଓ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।

ଜିରା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ସହ ଖାଦ୍ୟ ହଜମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟ। ସେହିପରି ଗୁଡ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ଜାଣନ୍ତୁ ଗୁଡ ଓ ଜିରା ଉଭୟ ସ୍ୱାସ୍ଥ୍ୟ ପାଇଁ କି କି ଉପକାର କରେ। ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ…

ମୁଣ୍ଡବିନ୍ଧା ଦୂର କରିବାର ଗୁଡ ଓ ଜୀରା ପାଣି ରାମବାଣ ଔଷଧ ଅଟେ।

ଗୁଡ ଓ ଜୀରା ପାଣି ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।

ଏହି ପାଣି ମହିଳା ଓ ଯୁବତୀଙ୍କ ପାଇଁ ଅତି ଉତ୍ତମ।

ଗୁଡ ଓ ଜୀରା ପାଣି ମେରୁଦଣ୍ଡ ଜନିତ ସମସ୍ୟାରୁ ଉପଶମ ଦେଇଥାଏ।

ଗୁଡ ଓ ଜୀରା ପାଣି ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ଏହା ଦ୍ବାରା ଏନିମିୟା ର ଆଶଙ୍କା କମ୍ ଥାଏ।

ଏକ ଗବେଷଣାରୁ ଜଣାପଡିଛି ଯେ, ଗୁଡ ଓ ଜୀରା ପାଣି ପିଇବା ଦ୍ବାରା ଜ୍ବର ଭଲ ହୋଇଥାଏ।

ଗୁଡ ଓ ଜୀରା ପାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ।

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଦୁଇ କପ୍ ପାଣି ନେଇ ଗ୍ୟାସରେ ମଧ୍ୟମ ଆଞ୍ଚରେ ବସାନ୍ତୁ। ଏକ ଚାମଚ ଗୁଡ ଓ ଏକ ଚାମଚ ଜୀରା ନେଇ ସେଥିରେ ମିଶାଇ ଫୁଟାନ୍ତୁ। ପାଣି ଗୋଟେ କପ୍ ହୋଇଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏହାକୁ ଛାଣି ଏକ କପରେ ନେଇ ପିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button