ଦେଶ

୩.୮ ଲକ୍ଷ କୋଟି ଡଲାର କ୍ଲବ୍‌ରେ ଷ୍ଟକ୍ ବଜାର – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ଜି୨୦ ବୈଠକ ଆୟୋଜନ କରିବା ଏକ ଐତିହାସିକ ମୁହୂର୍ତ ହୋଇଥିବା ବେଳେ ଚମତ୍କାର ସଂଯୋଗ ଭାବେ ଭାରତୀୟ ଷ୍ଟକ ବଜାର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଭାରତର ଷ୍ଟକ ବଜାର ଚଳିତ ସପ୍ତାହରେ ୩.୮ ଲକ୍ଷ କୋଟି ଡଲାର କ୍ଲବ୍‌ରେ ସାମିଲ ହୋଇଛି। ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଆଗକୁ ବଢ଼ୁଥିବା ଭାରତରେ କର୍ପୋରେଟ ଆୟ ବହୁତ ଭଲ ରହିଛି। ରିଟେଲ୍‌ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ବଜାୟ ରହିଛି। ଫଳରେ ନିବେଶକମାନଙ୍କୁ ଷ୍ଟକ ବଜାର ବହୁତ ଭଲ ରିଟର୍ଣ୍ଣ ପ୍ରଦାନ କରୁଛି ଯାହା ଅନ୍ୟ ବିକାଶଶୀଳ ଦେଶଗୁଡ଼ିକୁ ଦେଖିବାକୁ ମିଳୁନାହିଁ। ଏସିଆରେ ନିବେଶ କରିବା ଲାଗି ବିଚାର କରୁଥିବା ନିବେଶକମାନଙ୍କ ପାଇଁ ଭାରତ ଏବେ ସବୁଠୁ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହୋଇଛି। ଚୀନ୍‌ର ଗୁରୁତ୍ବ କମ୍ ହେବାରେ ଲାଗିଛି।

ଜି୨୦ ବୈଠକରେ ଭାରତ ଏହାର ଶକ୍ତି ଓ ସାମର୍ଥ୍ୟକୁ ଦୁନିଆ ସାମ୍ନାରେ ଉପସ୍ଥାପନ କରୁଥିବା ବେଳେ ଷ୍ଟକ ବଜାରର ଏହି ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ସମ୍ପର୍କର ମଧ୍ୟ ଦୁନିଆକୁ ଅବଗତ କରିବାର ସୁଯୋଗ ପାଇଛି। ଚଳିତ ବର୍ଷ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରେ ୧୬୦୦ କୋଟି ଡଲାର ନିବେଶ କରିସାରିଲେଣି ଯାହା ଗତ ତିନି ବର୍ଷ ମଧ୍ୟରେ ସର୍ବା‌ଧିକ। ବିଶ୍ବର ମାନୁଫାକ୍‌ରିଂ ହବ୍‌ରେ ପରିଣତ ହେବାକୁ ଅଭିଳାଷ ରଖିଥିବା ଭାରତ ବିଭିନ୍ନ ପ୍ରକାର ଟିକସ ଓ ପ୍ରୋତ୍ସାହନ ସ୍କିମ୍‌ ମଧ୍ୟ ଘୋଷଣା କରିଛି। ସେବିଷୟରେ ମଧ୍ୟ ଜି୨୦ ରାଷ୍ଟ୍ରଗୁଡ଼ିକୁ ଅବଗତ କରିପାରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button