ଦେଶ

ଜି-୨୦ ଦିଲ୍ଲୀ ଘୋଷଣାନାମାରେ ୪ ‘ପି’: ଘୋଷଣାନାମା ସହମତିକୁ ଜୋରଦାର ସ୍ବାଗତ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ପାଇଁ ଆଜି ଏକ ବଡ଼ ବିଜୟ ହୋଇଛି। ଜି-୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନେଇ ଘୋଷଣା କରିଛନ୍ତି ଏବଂ କହିଛନ୍ତି, ସମସ୍ତଙ୍କ ସହମତିକ୍ରମେ ଏହା ସଫଳ ହୋଇପାରିଛି। ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ ଏହାର ପ୍ରମୁଖ ବୈଶିଷ୍ଟ୍ୟ ଏବଂ ଭୁରାଜନୈତିକ ଦିଗ ଉପରେ ଆଲୋକପାତ କରିଛନ୍ତି। କାନ୍ତ କହିଛନ୍ତି, ନୂଆଦିଲ୍ଲୀ ‌ଘୋଷଣାନାମାରେ ୪ ପି – ପ୍ଲାନେଟ୍‌ (ଗ୍ରହ), ପିପୁଲ୍‌ (ଲୋକ), ପିସ୍‌ (ଶାନ୍ତି) ଏବଂ ପ୍ରସ୍‌ପରିଟି (ସମୃଦ୍ଧି) ଉପରେ ଫୋକସ୍‌ କରାଯାଇଛି। ଭାରତ ମଣ୍ଡପମରେ ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଉଦ୍‌ବୋଧନ ଦେବା ସମୟରେ ମୋଦୀ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ କରାଇବାକୁ ପ୍ରସ୍ତାବ ଆଣିଥିଲେ।

ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହମତି କ୍ରମେ ଉକ୍ତ ଘୋଷଣାନାମା ଗୃହୀତ ହୋଇଥିବା ସେ ଘୋଷଣା କରିଛନ୍ତି। ଘୋଷଣାନାମ ଗୃହୀତ ହୋଇଛି ବୋଲି ଘୋଷଣା କରିବାକୁ ଯାଇ ମୋଦୀ କହିଛନ୍ତି, ‘ଏକ ଭଲ ଖବର ରହିଛି। ସମସ୍ତଙ୍କ ସହଯୋଗ କ୍ରମେ ନୂଆଦିଲ୍ଲୀ ଜି-୨୦ ଘୋଷଣାନାମା ଉପରେ ସହମତି ପ୍ରକାଶ ପାଇଛି। ମୋଦୀ କହିଛନ୍ତି, ଭାରତର ଜି-୨୦ ଅଧ୍ୟକ୍ଷତା ସମଗ୍ର ଜି-୨୦ ଅଧ୍ୟକ୍ଷତାର ଇତିହାସରେ ସବୁଠା‌ରୁ ଲକ୍ଷ୍ୟଭେଦୀ ଏବଂ କାର୍ଯ୍ୟ ଆଧାରିତ ହୋଇପାରିଛି। ନୂଆ ‘ଜିଓପଲିଟିକାଲ ପାରା’ ସଂକ୍ରାନ୍ତରେ କାନ୍ତ ଏକ ଟ୍ବିଟ୍‌ କରି କହିଛନ୍ତି, ଆଜିର ବିଶ୍ବରେ ପ୍ଲାନେଟ୍‌, ପିପୁଲ୍‌, ପିସ୍‌ ଏବଂ ପ୍ରସ୍‌ପରିଟି ପାଇଁ ଏକ ଶକ୍ତିଶାଳୀ ଆହ୍ବାନ ମିଳିଛି। ଆଜିର ବିଶ୍ବରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ପ୍ରଦର୍ଶିତ କରିଛି। ନୂଆଦିଲ୍ଲୀ ଘୋଷଣାନାମାର ଅନ୍ୟ କେତେକ ବୈଶିଷ୍ଟ୍ୟ ହେଉଛି, ଶକ୍ତିଶାଳୀ, ସ୍ଥା‌ୟୀ, ସନ୍ତୁଳିତ ଏବଂ ସମ୍ମିଳିତ ବିକାଶ।

ଘୋଷଣାନାମା ସହମତିକୁ ଜୋରଦାର ସ୍ବାଗତ

ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ଏବଂ ଦ୍ବନ୍ଦ୍ବ ପରେ ଜି-୨୦ ସମ୍ମିଳନୀରେ ସମସ୍ତ ରାଷ୍ଟ୍ରନେତା ସମ୍ମିଳନୀର ଘୋଷଣାନାମାରେ ଏକ ସହମତିରେ ପହଞ୍ଚିଛନ୍ତି। ଦିଲ୍ଲୀ ଘୋଷଣାନାମାକୁ ସମସ୍ତେ ସହମତି ପ୍ରଦାନ କରିଛନ୍ତି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ଅନେକ ନେତା ଏବଂ ଅଧିକାରୀ ସ୍ବାଗତ କରିଛନ୍ତି। ଶନିବାର ଅପରାହ୍ନରେ ମୋଦୀ ଘୋଷଣାନାମା ଗୃହୀତ ହେବା ସଂକ୍ରାନ୍ତରେ ଘୋଷଣା କରିଥିଲେ। ଏହାପରେ ସବୁଆଡ଼ୁ ସ୍ବାଗତର ସୁଅ ଛୁଟିଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ ଆଜି ଜି-୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାନାମାକୁ ଗୃହୀତ କରାଗଲା। ମାନବକୈନ୍ଦ୍ରିକ ଜଗତୀକରଣ ସଂକ୍ରାନ୍ତରେ ମୋଦୀଙ୍କ ଗୁରୁତ୍ବାରୋପ ଏବଂ ଗ୍ଲୋବାଲ୍‌ ସାଉଥ୍‌କୁ ନେଇ ଆମର ଚିନ୍ତା ଏହି ଘୋଷଣାପତ୍ରରେ ପ୍ରତିଫଳିତ ହୋଇଛି। ସମସ୍ତ ସଦସ୍ୟଙ୍କ ସମର୍ଥନ ପାଇଁ ଧନ୍ୟବାଦ। ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ଘୋଷଣାନାମା ଐତିହାସିକ ଏବଂ ପଥ ପ୍ରଦର୍ଶକ। ସମସ୍ତ ବିକାଶ ଏବଂ ଭୂରାଜନୈତିକ ପ୍ରସଙ୍ଗରେ ଶତ ପ୍ରତିଶତ ସହମତି ମିଳିଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଘୋଷଣାନାମାକୁ ସ୍ବୀକୃତି ମିଳିବା‌ ହେଉଛି ଆନନ୍ଦ ଏବଂ ଉତ୍ସବର ମୁହୂର୍ତ୍ତ। କେନ୍ଦ୍ର ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଘୋଷଣାନାମାକୁ ସ୍ବୀକୃତି ମିଳିବା ଅତି ଚମତ୍କାର ସଫଳତା। ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତାର ଏକ ସ୍ପଷ୍ଟ ପ୍ରମାଣ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button