ତୃତୀୟ ଥର ମା’ ହେବେ ଜେନେଲିଆ ! ଏହି ଫଟୋ ଭାଇରାଲ ହେବା ପରେ ଆରମ୍ଭ ହେଲା ଚର୍ଚ୍ଚା – Ibnodisha

[ad_1]

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଦେଶମୁଖଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ବିବାହ ପରେ ଜେନେଲିଆ ଫିଲ୍ମରେ ବେଶୀ ସକ୍ରିୟ ରହୁନଥିବା ବେଳେ ବିଭିନ୍ନ ଇଭେଣ୍ଟରେ ନିଜ ସ୍ବାମୀଙ୍କ ସହ ନଜର ଆସନ୍ତି ଜେନେଲିଆ। ଶନିବାର ଉଭୟଙ୍କୁ ଏକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଇଭେଣ୍ଟର କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଜେନେଲିଆ ପୁଣି ଥରେ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି।
ଶନିବାର ଦିନ ରିତେଶ ଏବଂ ଜେନେଲିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଇଭେଣ୍ଟରେ ଦୁହେଁ ସାଙ୍ଗରେ ବହୁତ ସୁନ୍ଦର ଦେଖାଯାଉଥିଲେ। ନୀଳ ପ୍ୟାଣ୍ଟ ସହିତ ଧଳା ସାର୍ଟରେ ରିତେଶଙ୍କୁ ଦେଖିବାକୁ ମିଳିଥିବାବେଳେ ଜେନେଲିଆ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ଏହା ସହ ସେ ହଳଦିଆ ରଙ୍ଗର କାନଫୁଲ ଏବଂ ହିଲ୍ସ ପିନ୍ଧିଥିବା ଦେଖାଯାଇଥିଲା।
ତେବେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ବେଳେ ଜେନେଲିଆ ନିଜ ପେଟ ଉପରେ ହାତ ରଖିଥିବା ଦେଖାଯାଇଥିଲା। ବାରମ୍ବାର ସେ ନିଜ ପେଟ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖି ଏବେ ଲୋକେ ସେ ଗର୍ଭବତୀ ଥିବା ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରିତେଶ ଏବଂ ଜେନେଲିଆ ଫେବ୍ରୁଆରି ୨୦୧୨ରେ ବିବାହ କରିଥିଲେ। ଦୁଇ ବର୍ଷ ପରେ, ୨୦୧୪ରେ, ସେମାନେ ସେମାନଙ୍କର ପ୍ରଥମ ସନ୍ତାନ ରିୟାନକୁ ସ୍ୱାଗତ କରିଥିଲେ। ଏହା ପରେ ୨୦୧୬ମସିହାରେ, ଜେନେଲିଆ ତାଙ୍କର ଦ୍ୱିତୀୟ ସନ୍ତାନ ରାହିଲଙ୍କୁ ଜନ୍ମ ଦେଇଥିଲେ।
[ad_2]