ମନୋରଞ୍ଜନ

କାଲିଫର୍ଣ୍ଣିଆରେ ସାଙ୍ଗ ସହ ନାଚିଲେ ମାଧୁରୀ ଦୀକ୍ଷିତ – Ibnodisha

[ad_1]

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ରେନେସାଁ ଟୁର୍‌ରେ କାଲିଫର୍ଣ୍ଣିଆ ଯାଇଥିବା ବେଳେ ସେଠାରେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ। ତେବେ ସେ ଏକୁଟିଆ ନୁହଁ, ତାଙ୍କ ସହ ସ୍ବାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ। ସେଠାରେ ସାଙ୍ଗ ସହ ମାଧୁରୀ ମନଖୁସିରେ ନାଚିଥିଲେ। ମାଧୁରୀ ସାମାଜିକ ଗଣମାଧ୍ୟମରେ ତାଙ୍କ ଅନୁଭୂତିର କିଛି ଝଲକ ସେୟାର କରିଛନ୍ତି। ଶନିବାର କାଲିଫର୍ଣ୍ଣିଆ ଷ୍ଟାଡିୟମ୍‌ରୁ ସ୍ବାମୀଙ୍କ ସହ ଏକ ସେଲ୍‌ଫି ସେୟାର କରି ଲେଖିଛନ୍ତି ‘କିଏ ବିଶ୍ବରେ ରାଜ୍ କରୁଛନ୍ତି, ଝିଅମାନେ’। କ୍ବିନ ବେ ଆମ ଯାତ୍ରାର ମୁଖ୍ୟାଂଶ। ଆମ ସହ ଆପଣଙ୍କ ମ୍ୟାଜିକ୍ ସେୟାର କରିଥିବାରୁ ବେୟୋନ୍ସଙ୍କୁ ଧନ୍ୟବାଦ। ଏହାକୁ ସମ୍ଭବ କରିଥିବାରୁ ଅଞ୍ଜଳି ରାଭାଲଙ୍କୁ ମଧ୍ୟ ଧନ୍ୟବାଦ। ମଞ୍ଚ ଉପରୁ ବେୟୋନ୍ସଙ୍କ ଏକ ସୁପର-ଜୁମ୍ ଫଟୋ ମଧ୍ୟ ସେ ସେୟାର କରିଥିଲେ।

ଏକ ଭିଡ଼ିଓରେ ଦେଖିବାକୁ ମିଳୁଛି ମାଧୁରୀ ଓ ତାଙ୍କ ବନ୍ଧୁ ବେୟୋନ୍ସଙ୍କ ଲାଇଭ୍ ସଂଗୀତର ତାଳେତାଳେ ନୃତ୍ୟ କରୁଛନ୍ତି। ସମ୍ଭବତଃ ଏହାକୁ ମାଧୁରୀଙ୍କ ସ୍ବାମୀ ରେକର୍ଡ କରିଥିଲେ। ମାଧୁରୀ ତାଙ୍କ ମୁଣ୍ଡର କେଶକୁ ପଛପଟେ ଖୋସା କରି ବାନ୍ଧି ଏକ ଧଳା ଟପ୍ ଓ କଳା ଜ୍ୟାକେଟ୍‌ରେ ଶୋଭା ପାଉଥିଲେ। ମାଧୁରୀଙ୍କ ଜଣେ ପ୍ରଶଂସକ କମେଣ୍ଟ ସେକ୍ସନରେ ଲେଖିଛନ୍ତି- ଏହା ଖୁବ୍ ମଜାଦାର ଯେ, ଭାରତରେ ଆପଣ ଯେ ବେୱାନ୍ସଙ୍କଠାରୁ ବି ଜଣେ ବଡ଼ ଷ୍ଟାର ଏ କଥା ଉକ୍ତ ଷ୍ଟାଡିୟମ୍‌ର ଦର୍ଶକମାନଙ୍କୁ ଜଣା ନ ଥିବ। ଆଉ ଜଣେ ଲେଖିଛନ୍ତି- ଓ ମାଇଁ ଗଡ୍! ଗୋଟିଏ ଷ୍ଟାଡିୟମ୍‌ରେ ଦୁଇଜଣ ତାରକା। ଗତମାସରେ ମାଧୁରୀ ତାଙ୍କ ପୁଅମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଥିବା କଥା ଲେଖିଥିଲେ। ମାଧୁରୀ ଓ ଶ୍ରୀରାମଙ୍କର ଦୁଇ ପୁଅ ଅଛନ୍ତି- ଆରିନ ଓ ରୢାନ। ଆରିନ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ବେଳେ ନିକଟରେ ରୢାନ କଲେଜରେ ନାଁ ଲେଖାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button