IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯଦି ଆପଣ ରାତିରେ ଦେଖୁଛନ୍ତି ସାପ ସ୍ଵପ୍ନ, ତେବେ ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ, ଶୁଭ ନା ଅଶୁଭ- Swapna Shastra

ବନ୍ଧୁଗଣ ହିନ୍ଦୁଧର୍ମରେ ସାପକୁ ପୂଜା କରାଯାଇଥାଏ । ହିନ୍ଦୁଧର୍ମରେ ସାପକୁ ବହୁତ ପୂଜନୀୟ ମାନା ଯାଇଛି । ସାପ ମାନଙ୍କ ବିଷୟରେ ବିଭିନ୍ନ ଗ୍ରନ୍ଥ ଓ ପୁରାଣରେ ଉଲ୍ଲେଖ ରହିଛି । ସାପ କେତେବେଳେ ଦେବତାଙ୍କ ପ୍ରତୀକ ଅଟେ ତ କେତେବେଳେ ଦେହାନ୍ତର ସଙ୍କେତ ହୋଇଥାଏ ।

ତେଣୁ ବନ୍ଧୁଗଣ ସାପ ମଣିଷ ଜୀବନ ସହିତ ପ୍ରାଚୀନ କାଳରୁ ଯୋଡି ହୋଇ ରହିଅଛି । ଏଥିପାଇଁ ମଣିଷକୁ ନିଜ ସ୍ଵପ୍ନରେ ସାପ ଦେଖିବାକୁ ବହୁତ ସ୍ଵାଭାବିକ ଅଟେ । କିନ୍ତୁ ଯଦି ଆମେ ଆମ ସ୍ଵପ୍ନରେ ସାପ ଦେଖିଥାଉ ତା ହେଲେ ଆମେ ଡରିଯାଇ ଥାଉ ଓ ଆମେ ଭାବିଥାଉ ଏହା କିଛି ଅମଙ୍ଗଳର ସୂଚକ ତ ନୁହେଁ ।

ତେଣୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ସାପ ଦେଖିବାର ଅଲଗା ଅଲଗା ଅର୍ଥ ରହିଛି କେବେ ଏହା ଶୁଭ ହୋଇଥାଏ ତ କେବେ ଏହା ଅଶୁଭ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସ୍ଵପ୍ନରେ ସାପ ଦେଖିବାର ଅର୍ଥ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ଏକ ସାପକୁ ଧରୁଥିବାର ଦେଖିବେ ତା ହେଲେ ଏହା ବହୁତ ଶୁଭ ହୋଇଥାଏ । ଯଦି ଆପଣ ଏମିତି ସ୍ଵପ୍ନ ଦେଖୁଛନ୍ତି ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମଝବୁତ ହୋଇଯିବ ଓ ଆପଣ ପ୍ରଚୁର ଧନସମ୍ପତି କମାଇବେ ।

୨. ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ଏକ ସାପକୁ ମାରିଦେଉଥିବାର ଦେଖିବେ ତା ହେଲେ ଏହାର ଅର୍ଥ ହେଉଛି ଆପଣ ଜୀବନରେ ଆସୁଥିବା ଏକ ବଡ ସଙ୍କଟ ଟଳିଯିବାକୁ ଯାଉଛି କିମ୍ବା ଆପଣ ନିଜ ଶତ୍ରୁ ମାନଙ୍କ ଉପରେ ବିଜୟ ହାସଲ କରିବାକୁ ଯାଉଛନ୍ତି ।

୩. ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ଏକ ସାପ ଓ ଏକ ନେଉଳର ଲଢେଇ ଦେଖୁଛନ୍ତି ତା ହେଲେ ଏହାର ଅର୍ଥ ହେଉଛି ଆପଣଙ୍କୁ ଆଗାମୀ ଭବିଷ୍ୟତରେ କୌଣସି ସରକାରୀ ଚାକିରିରେ ଅବସର ମିଳିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଆପଣଙ୍କୁ କୌଣସି କୋର୍ଟ କାମ କିମ୍ବା ଅନ୍ୟ କୌଣସି କାମ ପାଇଁ ପ୍ରସ୍ତାବ ଆସିପାରେ ।

୪. ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ସାପର ଦାନ୍ତ ଦେଖୁଛନ୍ତି ତା ହେଲେ ଏହାର ଅର୍ଥ ହେଉଛି ଯେ, ଆପଣଙ୍କର କୌଣସି ବିଶ୍ବସ୍ତର ବନ୍ଧୁ ଆପଣଙ୍କୁ ଧୋକା ଦେଇପାରନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ଏହି ପ୍ରକାରର ସ୍ଵପ୍ନ ଦେଖୁଛନ୍ତି ତା ହେଲେ ସତର୍କ ରୁହନ୍ତୁ ।

୫. ଯଦି ବନ୍ଧୁଗଣ ଆପଣଙ୍କର ସ୍ଵପ୍ନରେ ସାପ ଆପଣଙ୍କୁ କାମୁଡି ଥିବାର ଦେଖନ୍ତି ତା ହେଲେ ଏହା ଆପଣଙ୍କର ଭବିଷ୍ୟତରେ ଆସୁଥିବା ଏକ ବଡ ସଙ୍କଟର ସଙ୍କେତ ଦେଇଥାଏ । ତେଣୁ ବନ୍ଧୁଗଣ ଏହି ପ୍ରକାରର ସ୍ଵପ୍ନ ଦେଖିଲେ ଆପଣ ସତର୍କ ରୁହନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button