ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]
ଜୟପୁର : ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ମାଡ଼ମାରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାଜସ୍ଥାନର ଭିଲୱାଡାରେ । ମର୍ଣ୍ଣିଂୱାକରେ ଯାଉଥିବା ବେଳେ ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ବାଇକରେ ମହିଳାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ପରେ ଗଣଦୁଷ୍କର୍ମ କରିଥିବା ନେଇ ମହିଳା ଜଣଙ୍କ ପୋଲିସକୁ କହିଛନ୍ତି । ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ସେ ଜାଣିଥିବା କହିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ୪୨ ବର୍ଷୀୟ ଛୋଟୋ ଏବଂ ୩୦ ବର୍ଷୀୟ ଗିରିଧାରୀକୁ ପୋଲିସ ଗିରଫ କରିଛି । ମହିଳାଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ଫୋନ କରି ଆସିବାକୁ କହିଥିଲା । ହେଲେ ସେ ମନା କରିଦେଇଥିଲେ ।
ଏହା ପରେ ସୁଯୋଗ ଦେଖି ତାଙ୍କୁ ରାସ୍ତାରୁ ଉଠାଇନେଇଥିଲେ ଅଭିଯୁକ୍ତ । ଅଜ୍ଞାତସ୍ଥାନକୁ ନେଇଯିବା ପରେ ସେମାନେ ପ୍ରଥମେ ତାଙ୍କୁ ମାଡ଼ମାରିଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ହେଲେ ସେ କୌଶଳକ୍ରମେ ସେଠାରୁ ଖସି ପଳାଇଆସିବାକୁ ସମର୍ଥ ହୋଇଥିଲେ । ସେଠାରୁ ସେ ନିଜ କପଡ଼ା ଆଣିପାରିନଥିଲେ । କିଛି ବାଟ ନିର୍ବସ୍ତ୍ର ହୋଇ ଆସିବା ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ତାଙ୍କୁ କେହି ସହାୟତା କରିନଥିବା ନେଇ ପୀଡ଼ିତାଜଣଙ୍କ ଅଭିଯୋଗ କରିଛନ୍ତି । କିଛି ସମୟ ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ କପଡ଼ା ଦେଇଥିଲେ । ଏହା ସହ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ଠାରୁ ବୟାନ ରେକର୍ଡ କରିଥିଲା । ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେପଟେ ଘଟଣାସ୍ଥଳରେ ଫରେନ୍ସିକ ଅଧିକାରୀ ପହଞ୍ଚି ତଥ୍ୟ ଯୋଗଡ କରୁଥିବା ନେଇ ଭିଲୱାଡାର ଏଏସପି ବିମଲ ସିଂହ କହିଛନ୍ତି । ସେପଟେ ଏହି ଘଟଣା ବିରୋଧରେ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନେକ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଲୋକେ ଧାରଣାରେ ବସିଥିବା ଜଣାପଡ଼ିଛି ।
[ad_2]