ରାଜ୍ୟ

ବାଲେଶ୍ବରରେ ଯୁବକକୁ ଗୁଳିମାଡ଼, ଗୁରୁତରଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର – Ibnodisha

[ad_1]

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳରେ ସୋମବାର ଅପରାହ୍ଣରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ହେଲେ ବିନୟ କୁମାର ବିହାରୀ(୨୩)।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ଣ ସମୟରେ ବିନୟ ଉକ୍ତ ଗ୍ରାମର ଅନ୍ଧାରୀମଙ୍ଗଳା ଠାକୁରାଣୀ ଗଳିରେ ଆସୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲା। ଗୁଳି ବିନୟର ବାମହାତ କାନ୍ଧରେ ବାଜିଛି। ଗୁରୁତର ଅବସ୍ଥାରେ ସେ କିଛି ସମୟ ସେଠାରେ ଅଟକି ରହିବା ପରେ ବିଳମ୍ବରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡ ପରେ ଘଟଣାକୁ ନିଜନିଜ ଭିତରେ ଦୀର୍ଘସମୟ ପର୍ଯ୍ୟନ୍ତ ଚାପି ଦିଆଯାଇଥିଲା। ପରେ ବାଲେଶ୍ୱର ସିଟି ଡିଏସପି ଗାୟତ୍ରୀ ପ୍ରଧାନ ଓ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରେମପ୍ରଜ୍ଞା ମହାନ୍ତି ଖବର ପାଇ ହସ୍ପିଟାଲରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି।

ତେବେ ଘଟଣା ପଛର ନିର୍ଦିଷ୍ଟ କାରଣ ଜଣାପଡ଼ିନଥିବା ବେଳେ ପୂର୍ବଶତ୍ରୁତା ଓ ଦାଦାବଟିକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କୁହାଯାଇଛି। ସୂଚନାଥାଉକି ୨୦୧୬ ମସିହା ଜୁନ ୨୪ ତାରିଖରେ ଏହି ଅଞ୍ଚଳରେ ଗ୍ୟାଙ୍ଗଷ୍ଟର ଖାସୁଆ ଓରଫ ସୁଶାନ୍ତ ଦାସକୁ ତା’ର ପାରମ୍ପରିକ ଶତ୍ରୁ ପାପା ପଣ୍ଡାର ଗ୍ୟାଙ୍ଗ ସଂଘବଦ୍ଧ ଆକ୍ରମଣ ସହ ହତ୍ୟା କରିଥିଲେ। ସେତେବେଳେ ଏହି ଘଟଣା ବେଶ କିଛିଦିନ ଯାଏ ବାଲେଶ୍ୱର ସହରକୁ ଅଶାନ୍ତ କରିଥିଲା। ଘଟଣାକ୍ରମରେ ଦୁର୍ଦାନ୍ତ ଅପରାଧୀ ପାପା ପଣ୍ଡାର ସାନଭାଇ କୁନୁ ପଣ୍ଡାକୁ ପାପାର ଗ୍ୟାଙ୍ଗ ହତ୍ୟା କରିଥିଲେ। ଦୀର୍ଘଦିନ ଧରି ପାପା ରହିବା ପରେ ଗତବର୍ଷ ଗିରଫ ହୋଇଥିଲା। ଏବେ ବିନୟ ବିହାରୀ ଗୁଳିମାଡ଼ ଘଟଣା ପରେ ବାଲେଶ୍ୱର ସହର ପୁଣିଥରେ ଅଶାନ୍ତ ହୋଇପଡ଼ିଛି। ତେବେ ଘଟଣାକୁ ନେଇ ଏଯାଏ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button