ଦେଶ

ଏମିତି ଲୋକ ହେଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳି, ଦିନେ ନା ଦିନେ ବନିଥାନ୍ତି କୋଟିପତି- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ମନୁଷ୍ୟ କୁ ଜୀଵନ ର ସମସ୍ତ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ରେ ଥିବା ନାରୀ ମାନଙ୍କ ସମ୍ବନ୍ଧରେ ଅନେକ ବିବରଣୀ ର ଜ୍ଞାନ ନିଶ୍ଚିତ ଭାବରେ ଥିବ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବୁ ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଥିବା କିଛି ଏଭଳି ଲକ୍ଷଣ ସମ୍ବନ୍ଧରେ ଯାହା ଜଣେ ପୁରୁଷ ପାଖରେ ନିଶ୍ଚିତ ଭାବରେ ରହିବା ଉଚିତ । ଏହି ସମସ୍ତ ଲକ୍ଷଣ ଯେଉଁ ପୁରୁଷ ପାଖରେ ରହିଥାଏ ସେ ଖୁବ ଭାଗ୍ୟଶାଳୀ ହୋଇଥାଏ ଏବଂ ଭବିଷ୍ୟତରେ କୋଟିପତି ସାଜିଥାଏ । ତେବେ ଆସନ୍ତୁ ସେହି ଲକ୍ଷଣ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ପୁରୁଷ ସର୍ବଦା ନିଜ ପରିବାର ସଦସ୍ୟ ଙ୍କ ଧ୍ୟାନ ରଖିଥାଏ ଏବଂ ସର୍ବଦା ନିଜ ପରିବାର ଓ ମିତ୍ର ଙ୍କ ସମ୍ପର୍କ ରେ ରହିଥାଏ ସେହି ବ୍ୟକ୍ତି ଭାଗ୍ୟ ର ବହୁତ ଧନୀ ହୋଇଥାଏ । ଏଭଳି ପୁରୁଷ ଭବିଷ୍ୟତ ରେ ବହୁତ ଉନ୍ନତି କରିଥାଏ ଏବଂ ସୌଭାଗ୍ୟ ପ୍ରାପ୍ତ କରିଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ପୁରୁଷ ଜଣେ ଭଲ ସ୍ରୋତା ହୋଇଥାଏ ଅର୍ଥାତ ଯିଏ କହିବା ଠାରୁ ଅଧିକ ଶୁଣିବା ପାଇଁ ସକ୍ଷମ ରହିଥାଏ ସେହି ବ୍ୟକ୍ତି ର ବୈବାହିକ ତଥା ଦାମ୍ପତ୍ତ୍ୟ ଜୀବନ ସୁଖମୟ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ପୁରୁଷ ଅନ୍ୟ କୌଣସି ବ୍ୟକ୍ତି କୁ ନିଜର ବ୍ୟକ୍ତିଗତ କଥା ସମ୍ବନ୍ଧରେ ପ୍ରକାଶ କରି ନଥାଏ । ସେହି ବ୍ୟକ୍ତି ଭାଗ୍ୟ ର ଧନୀ ହୋଇଥାଏ । କାରଣ ଯେଉଁ ବ୍ୟକ୍ତି ନିଜର ବ୍ୟକ୍ତିଗତ କଥାକୁ ଗୋପନୀୟ ରଖିଥାଏ ସେହି ବ୍ୟକ୍ତି ହିଁ ଜୀବନ ରେ ସୁଖ ରେ ରହିଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ପୁରୁଷ କେବେବି ନିଜର ପ୍ରଶଂସା କରି ନଥାଏ ସେହି ପୁରୁଷ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । କାରଣ ଶାସ୍ତ୍ର ଅନୁସାରେ ନିଜର ପ୍ରଶଂସା କରିବା ଅହଂକାର ସମାନ ଅଟେ ଏବଂ ଯେଉଁ ବ୍ୟକ୍ତି ଗର୍ବ କରିଥାଏ ସେହି ବ୍ୟକ୍ତି କେବେବି ଖୁସି ରେ ରହିପାରି ନଥାଏ । ଏହା ସହିତ ଯେଉଁ ବ୍ୟକ୍ତି ସମସ୍ତଙ୍କ ଆଦର କରିଥାଏ ସେହି ବ୍ୟକ୍ତି ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ପୁରୁଷ ସର୍ବଦା ଧର୍ମର ମାର୍ଗ ରେ ଅଗ୍ରସର ଥାଏ ଏବଂ କେବେବି କୌଣସି କୁକର୍ମ କରି ନଥାଏ ସେହି ବ୍ୟକ୍ତି ଭାଗ୍ୟର ବହୁତ ଧନୀ ହୋଇଥାଏ ଏବଂ ଯେଉଁ ପୁରୁଷ ସର୍ଵଦା ଅଳ୍ପ ରେ ସନ୍ତୁଷ୍ଟ ରୁହେ, ଅର୍ଥାତ ନିଜ ପାଖରେ ଯେତିକି ଥାଏ ସେତିକି ରେ ସନ୍ତୁଷ୍ଟ ରୁହେ ସେହି ପୁରୁଷ ସର୍ବଦା ଖୁସି ରେ ରୁହେ ଏବଂ ସେହି ବ୍ୟକ୍ତି ଉପରେ ସଦା ସର୍ବଦା ଭଗବାନ ଙ୍କ ଆଶୀର୍ବାଦ ରହିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button