ରାଜ୍ୟ

ଘରେ ବସି ରୋଜଗାର ଦେବି କହି ୧୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ; ଅଭିଯୁକ୍ତ ଗିରଫ – Ibnodisha

[ad_1]

ଖୋର୍ଦ୍ଧା: କମ୍ ଦିନରେ ଅଧିକ ଆୟର ପ୍ରଲୋଭନ ଦେଖାଇ ଗ୍ରାମାଞ୍ଚଳରେ ଚାଲିଥିବା ଚିଟଫଣ୍ଡ କେଳେଙ୍କାରୀ ଏବେ ଅନେକମାତ୍ରାରେ ଥମିଛି। ବର୍ତ୍ତମାନ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋ‌ଷ୍ଠୀଙ୍କ ଅଧିକ ସକ୍ରିୟତାରୁ ଫାଇଦା ଉଠାଇବାକୁ ଏକ ଅଭି‌ନବ ଠକେଇ ଆରମ୍ଭ ହୋଇଛି। ମହିଳାଙ୍କୁ ଘରେ ବସି ମାସିକ ୧୦-୨୦ ହଜାର ଟଙ୍କାର ଆୟର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିନେଇଛନ୍ତି। ଏହିଭଳି ଠକିବା ଖୋର୍ଦ୍ଧ ବ୍ଲକର କେତେକ ଗାଁରେ ସୀମିତ ନାହିଁ ଖୋର୍ଦ୍ଧା ସୀମାନ୍ତର ନୟାଗଡ଼, ପୁରୀ ଜିଲ୍ଲା, ଜଗତସିଂହପୁରର ଅନେକ ଗାଁକୁ ବ୍ୟାପିଛି।

ଅଭିଯୋଗ ଅନୁସାରେ, ଇନଫୋଭେଲି ଥାନା ଅନ୍ତର୍ଗତ ପାଇକରାପୁର ଜାଗସରାର ଅରୁନ୍ଧତୀ ବିହାରର ପ୍ଲଟ ନଂ ୯/୧୦ରେ ଇୟୁନୋଇଆ ୟୁନାଇଟେ୍‌ କମ୍ପାନି ନାମକ ଏକ କମ୍ପାନି ରହିଛି। ଏହି କମ୍ପାନିର ଅନୀଲ ସାହୁ (୩୦) ନାମକ ଜଣେ ଯୁବକ ଖୋର୍ଦ୍ଧା ବ୍ଲକ ନିଜିଗଡ଼ ତାପଙ୍ଗରେ ମହିଳାଙ୍କୁ ନେଇ ଏକ ବୈଠକ କରିଥିଲା। ବୈଠକରେ ଘରେ ବସି ଫିନାଇଲ୍‌, ପାମ୍ପଡ଼ ଆଦି ପ୍ରସ୍ତୁତ କରି ଦେଲେ ସେମାନଙ୍କୁ ମାସକୁ ୧୦ରୁ ୨୦ ହଜାର ଏପରିକି ୩୦ହଜାର ଟଙ୍କା ଆୟ ହୈବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହି ବାବଦକୁ ସେ ପ୍ରତି ମହିଳାଙ୍କ ଠାରୁ ସୁରକ୍ଷା ଅର୍ଥ ବାବଦରେ ୨ହଜାରରୁ ୫୦ ହଜାର ଟଙ୍କା ମାଗିଥିଲା। ପ୍ରଥମେ ଦୁଇତିନିଜଣ ମହିଳା ଏଥିରେ ଯୋଗ ଦେଇଥିଲେ। ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ପ୍ରଥମ ଦୁଇ ମାସ ମାସକୁ ୪-୫ ହଜାର ଟଙ୍କା ଦରମା ଦେଇଥିଲା। ଏହାଦେଖି ଅନ୍ୟ ମହିଳାମାନେ ମଧ୍ୟ ଟଙ୍କା ଜମା ଦେଇଥିଲେ। ଏଭଳି ‌ନିଜିଗଡ଼ ତାପଙ୍ଗରୁ ୫ଲକ୍ଷ ଟଙ୍କା ଆଦାୟ କରିଥିଲା। ଏହାପରେ ଆଉ ମହିଳାଙ୍କ ଫୋନ୍‌ଉଠାଇନଥିଲା କି ତାଙ୍କ ସହ ଯୋଗାଯୋଗ କରିନଥିଲା। ଏଭଳି ଠକାମୀର ଶିକାର ହୋଇଥିବା ନିଜିଗଡ଼ ତାପଙ୍ଗର  ଶୁଭାଙ୍ଗୀ ପାଲଟାସିଂହ ଗତ ୯ ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଥାନା ପୁଲିସ ଅନିଲକୁ ଧରି ପଚରାଉଚୁରା ଆରମ୍ଭ କରିଥିଲା। ପଚରାଉଚୁରାରେ ଅନିଲ କେବଳ ନିଜିଗଡ଼ ତାପଙ୍ଗ ନୁହେଁ ନିରାକାରପୁରରୁ ୫୦ହଜାର ଟଙ୍କା, ନୟାଗଡ଼ରୁ ୧ଲକ୍ଷ ୮୦ହଜାର,  ବନମାଳିପୁରରୁ କୋଡିଏ ହଜାର, ଜଗତସିଂହପୁର ନାଉଗାଁ ଓଜାମୁଦଣ୍ଡାରୁ ୫ଲକ୍ଷ ଟଙ୍କା, ଇନ୍‌ଫୋଭେଲିରୁ ୧ଲକ୍ଷଟଙ୍କା, ପୁରୀ ଡେଲାଙ୍ଗରୁ ୮୦ହଜାର ଟଙ୍କା, ସୁନ୍ଦରପଦା ଓଜଗତପୁରରେ ମଧ୍ୟ ଗତ କିଛି ଦିନ ପୂର୍ବେ ଟଙ୍କା ଆଦାୟ କରିଥିବା ସ୍ବୀକାର କରିଛି।

ଆଜି ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଥିବା ଓ ଥାନାକୁ ଆସିଲେ ଟଙ୍କା ମିଳିଯିବ ବୋଲି ମୋବାଇଲ୍‌ରେ କେହି ଜଣେ ମେସେଜ ଦେବାରୁ ଠକାମୀରେ ଶିକାର ହୋଇଥିବା ୧୫ରୁ ଊର୍ଦ୍ଧ୍ବ ମହିଳା ସଦର ଥାନାରେ ପହଞ୍ଚିଥିଲେ। ଏହାପରେ ଏହି ଠକାମୀର ଘଟଣା ପଦାରେ ପଡ଼ିଥିଲା। ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁ ଚରଣ ସ୍ବାଇଁ କହିଛନ୍ତି ଯେ ଏନେଇ ୨୫୬/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ପରେ ଗତକାଲି ସଂଧ୍ୟାରେ ଅଭିଯୁକ୍ତକୁ ଗିରଫକରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତର ଘର ଟିଟିଲାଗଡ଼ ସେ ଇନ୍‌ଫୋଭେଲି ରେ ରହୁଥିଲା। ତେବେ ଠକାମୀରେ ଶିକାର ହୋଇଥିବା ମହିଳାଙ୍କ କହିବା କଥାହେଲା ଏହି କମ୍ପାନିରେ ଅନୀଲ ନିଜକୁ ମାଲିକ ବୋଲି ପରିଚୟ ଦେଇଥିଲା। ଏଥିରେ ଅନେକ ପୁରୁଷ ଓ ମହିଳା କାମ କରୁଥିଲେ। କେବଳ ଜଣକୁ ନୁହେଁ କମ୍ପାନୀର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯାଉ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button