IBN ଓଡ଼ିଶା ବ୍ୟୁରୋ

Vastu Tips- ଏମିତି ପୋଷାକ ପିନ୍ଧୁଥିବା ଲୋକ ସାରା ଜୀବନ ରୁହନ୍ତି ଗରିବ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ବ୍ୟକ୍ତିତ୍ୱ ଭିନ୍ନ ହୋଇଥାଏ ଏବଂ ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ପୋଷାକ ମଧ୍ୟ ପରିଧାନ କରିଥାନ୍ତି । ଏହାଦ୍ୱାରା ବ୍ୟକ୍ତି ର ପରିଚୟ ସମ୍ବନ୍ଧରେ ମଧ୍ୟ ଜଣା ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ର ଅନୁସାରେ ଏଭଳି ପୋଷାକ ସମ୍ବନ୍ଧରେ କହିବୁ ଯାହା କୌଣସି ବି ବ୍ୟକ୍ତି କୁ ପରିଧାନ କରିବା ଉଚିତ ନୁହେଁ ।

ଏହାଦ୍ବାରା ସେହି ବ୍ୟକ୍ତି ର ଜୀବନ ରେ ଦାରିଦ୍ର୍ୟତା ର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପୋଷାକ ମନୁଷ୍ୟ କୁ କେବେବି ପିନ୍ଧିବା ଉଚିତ ନୁହେଁ ।

୧. ବନ୍ଧୁଗଣ ପ୍ରଥମତଃ, କୌଣସି ବ୍ୟକ୍ତି ସ୍ନାନ କରି ସାରିବା ପରେ ତୁରନ୍ତ ନୂଆ ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଏଭଳି ବ୍ୟକ୍ତି ସ୍ନାନ କରିବା ପରେ ନୂତନ ବସ୍ତ୍ର ପରିଧାନ କରିଥାଏ ଯିଏ ଅନ୍ତିମ ସଂସ୍କାର କରି ଗଙ୍ଗା ରେ ସ୍ନାନ କରିଥାଏ । ତେଣୁ ଆପଣ ପ୍ରଥମେ କିଣି ଥିବା ବସ୍ତ୍ର କୁ ପିନ୍ଧି ରଖି ଦିଅନ୍ତୁ ଏବଂ ସ୍ନାନ କରି ସାରିବା ପରେ ସେହି ବସ୍ତ୍ର କୁ ପରିଧାନ କରନ୍ତୁ । କିନ୍ତୁ ସ୍ନାନ କରିବା ପରେ ତୁରନ୍ତ କୌଣସି ନୂତନ ବସ୍ତ୍ର ର ପରିଧାନ କରନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ଵିତୀୟତଃ, କେବେବି କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଚେଷ୍ଟା କରନ୍ତୁ ଶନିବାର ଅତିରିକ୍ତ ଅନ୍ୟ କୌଣସି ବାର ରେ ଆପଣ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ କଳା ରଙ୍ଗ ଖରାପ ଶକ୍ତି ର କାରକ ଅଟେ । ତେଣୁ ଆପଣ ଏହି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଅଥବା କଳା ରଙ୍ଗର ବସ୍ତ୍ର ଅନ୍ୟ କାହାକୁ ଉପହାର ସ୍ୱରୂପ ମଧ୍ୟ ଭେଟ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, କେବେବି ଅନ୍ୟ କୌଣସି ବ୍ୟକ୍ତି ଙ୍କ ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ । ଅନ୍ୟ ର ପୋଷାକ ଯେତେ ସୁନ୍ଦର, ସଫା ସୁତୁରା ଏବଂ ଆକର୍ଷଣୀୟ ହେଲେ ମଧ୍ୟ କେବେବି ଅନ୍ୟ ର ପୋଷାକ ପରିଧାନ କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଗୁଣ ଓ ଭାଗ୍ୟ ପରସ୍ପର ଠାରୁ ଭିନ୍ନ ହୋଇଥାଏ । ତେଣୁ ଯଦି ଆପଣ ଅନ୍ୟ ର ପୋଷାକ ପରିଧାନ କରିବେ ତେବେ ସେହି ବ୍ୟକ୍ତି ର ଅବଗୁଣ ଆପଣଙ୍କ ଉପରେ କୁପ୍ରଭାଵ ପକାଇବ । ତେଣୁ ଏଭଳି ଭୁଲ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, କେବେବି ଜଳି ଯାଇଥିବା ପୋଷାକ ପରିଧାନ କରନ୍ତୁ ନାହିଁ । ଯଦି କୌଣସି କାରଣ ବଶତଃ ଆପଣଙ୍କ ପୋଷାକ ଜଳି ଯାଇଛି ଏବଂ ଆପଣ ତଥାପି ସେହି ପୋଷାକ ପରିଧାନ କରୁଛନ୍ତି ତେବେ ତାହା କରନ୍ତୁ ନାହିଁ । କାରଣ ଏହାଦ୍ବାରା ରାହୁ ଙ୍କ ଅଶୁଭ ଛାୟା ଆପଣଙ୍କ ଜୀବନରେ ପଡ଼ିଥାଏ । ତେଣୁ ଭୁଲ ରେ ମଧ୍ୟ ଜଳି ଯାଇଥିବା ପୋଷାକ ର ପରିଧାନ କରନ୍ତୁ ନାହିଁ ।

୫. ବନ୍ଧୁଗଣ ପଞ୍ଚମତଃ, କୌଣସି ବ୍ୟକ୍ତି କୁ କେବେବି ନିଜର ପୁରୁଣା ଚିରା ଫଟା ପୋଷାକ ପିନ୍ଧିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଏଭଳି ପୋଷାକ ପିନ୍ଧିଥାଏ ସେହି ବ୍ୟକ୍ତି ଶାରୀରିକ ରୂପରେ ଅସୁସ୍ଥ ରହିଥାଏ ଏବଂ ସେହି ବ୍ୟକ୍ତି ର ଶରୀର ରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ତେଣୁ ପୁରୁଣା ଓ ଚିରା ଫଟା ପୋଷାକ ପିନ୍ଧିବା ଅନୁଚିତ ଅଟେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button