ମନୋରଞ୍ଜନ

‘ଉଲଝ’ ସୁଟିଂ ସାରି ଭାବପ୍ରବଣ, କାହାଣୀ ସହ ଜଡ଼ିତ ଜାହ୍ନବୀଙ୍କ ଜୀବନର ଘଟଣା – Ibnodisha

[ad_1]

ଶ୍ରୀଦେବୀ ନନ୍ଦିନୀ ଜାହ୍ନବୀ କପୁର ୫ ବର୍ଷର ଫିଲ୍ମ ଜୀବନ ଭିତରେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। କିଛି ମାସ ତଳେ ବରୁଣ ଧୱନ୍ ସହ ତାଙ୍କ ଅଭିନୀତ ହିନ୍ଦୀ ସିନେମା ‘ବୱାଲ’ ଆସିଥିଲା। ସେଥିରେ ଜାହ୍ନବୀଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଏହି ଫିଲ୍ମର ସଫଳତା ପରେ ସେ ତାଙ୍କର ପରବର୍ତ୍ତୀ ଦେଶାତ୍ମବୋଧକ ସିନେମା ‘ଉଲଝ’ର ସୁଟିଂ ଶେଷ କରିଛନ୍ତି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ସୁଧାଂଶୁ ସାରିଆଙ୍କର ଏହି ସିନେମାରେ ଜାହ୍ନବୀଙ୍କ ସମେତ ଗୁଲସନ୍‌ ଦେବୈୟା ଓ ରୋଷନ୍‌ ମାଥ୍ୟୁ ଆଦି କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ନିକଟରେ ଜାହ୍ନବୀ ଇନ୍‌ଷ୍ଟାଗ୍ରାମ୍‌ରେ ସୁଟିଂ ସେଟ୍‌ର କିଛି ଆକର୍ଷଣୀୟ ଫଟୋ ସହ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି। ସେ ଏହି ସିନେମାରେ କାମ କରିବାର ଅନୁଭୂତିକୁ ବାଣ୍ଟି ଉଲ୍ଲେଖ କରିଛନ୍ତି କି, ‘ଉଲାଝ’ର କାହାଣୀ ସଂଯୋଗବଶତଃ ତାଙ୍କ ଜୀବନରେ ଘଟିଥିବା ଘଟଣା ସହିତ ଜଡ଼ିତ ଏବଂ ସେହି କାରଣରୁ ଏହା ତାଙ୍କ ପାଇଁ ଏକ ବିଶେଷ ପ୍ରକଳ୍ପରେ ପରିଣତ ହୋଇପାରିଛି। ‘ଉଲାଝ’ ନିର୍ମାଣ ସମୟରେ ସେ ଆହରଣ କରିଥିବା ଶିକ୍ଷାକୁ ବାଣ୍ଟିବା ସହ ଯିଏ ବି ଯେଉଁ କାମ କରୁଛନ୍ତି ତାହାକୁ ଭଲ ପାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି।

କାମ କରିବା ବେଳେ ବାହ୍ୟ ଚାପ ଓ ମତାମତକୁ ସେତେ ଗୁରୁତ୍ବ ଦେବା ଅନୁଚିତ। ଏଥି ସହିତ ନିଜର ସ୍ଥିତିକୁ ଖୋଜି ବାହାର କରିବା ଓ ନିଜ ବିଶ୍ବାସ ପ୍ରତି ସଚ୍ଚୋଟ ରହିବାର ମହତ୍ତ୍ବ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି। ଉକ୍ତ ସିନେମା ନିର୍ମାଣର ପ୍ରଥମରୁ ଶେଷ ଯାଏ ନିର୍ଦ୍ଦେଶକ ସୁଧାଂଶୁ ସାରିଆ ତାଙ୍କୁ ଉତ୍ସାହିତ କରିବା ସହ ତାଙ୍କ ଉପରେ ଭରସା ରଖିଥିବାରୁ ଜାହ୍ନବୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅପରପକ୍ଷେ, ହସି ହସି ପ୍ରତିବନ୍ଧକକୁ ସାମ୍ନା କରିବା ଏବଂ ଆହ୍ବାନକୁ ଉତ୍ସାହର ସହ ଗ୍ରହଣ କରିବାର ନିଜର ଦକ୍ଷତାକୁ ସେ ପ୍ରଶଂସା କରିଛନ୍ତି। ସେହିପରି ସୁଟିଂ ସେଟ୍‌ରେ ଅନ୍ତରଙ୍ଗ ଓ ପ୍ରେରଣାଦାୟୀ ପରିବେଶ ସୃଷ୍ଟି କରିଥିବା ଚଳଚ୍ଚିତ୍ରର ସିନେମାଟୋଗ୍ରାଫର ଶ୍ରୀଦେବ ଦୁବେଙ୍କୁ ମଧ୍ୟ ସେ ସାଧୁବାଦ ଜଣାଇଛନ୍ତି। ମୋଟାମୋଟି ଭାବେ ଏକ ଉପଶମକାରୀ ଅନୁଭୂତି ଦେଇଥିବା ‘ଉଲଝ’ର ସମଗ୍ର ଟିମ୍‌କୁ ସେ ଶ୍ରେୟ ଦେଇଛନ୍ତି। ଜାହ୍ନବୀ ତାଙ୍କର ପରବର୍ତ୍ତୀ ସିନେମା ‘ମି. ଆଣ୍ଡ୍‌ ମିସେସ୍‌ ମାହି’ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଶଂସକମାନେ ‘ଉଲଝ’ର ଶୁଭମୁକ୍ତିକୁ ଅପେକ୍ଷା କରି ରହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button