ମନୋରଞ୍ଜନ

ଝିଅର ବାହାଘର ପାଇଁ ପିତା ଖୋଜିଲେ ଅଦ୍ଭୁତ ଉପାୟ, ପୁଅ ମାନଙ୍କର ଲାଗିଲା ଲାଇନ

ଦୁନିଆର ସମସ୍ତ ମାତା ପିତାଙ୍କର ଇଚ୍ଛା ଥାଏ କି ତାଙ୍କର ଝିଅର ବାହାଘର କୌଣସି ଭଲ ଘରେ ହେଉ ଏବଂ ତାକୁ ଏକ ଭଲ ଜୀବନସାଥି ମିଳୁ । ଭଲ ଘର ଖୋଜିବା ପାଇଁ ମାତା ପିତାଙ୍କୁ ବହୁତ କଷ୍ଟ ମଧ୍ୟ କରିବାକୁ ପଡିଥାଏ, ତେବେ ଯାଇ ତାଙ୍କର ଝିଅର ବାହାଘର ହୋଇଥାଏ । ଏମିତିରେ ଜଣେ ପିତା ନିଜର ଝିଅ ବାହାଘର ପାଇଁ ବହୁତ ଚିନ୍ତିତ ଥିଲେ, କିନ୍ତୁ ଅଚାନକ ସେ ଏକ ଏମିତି କାମ କରିଲେ ଯାହା ଦ୍ଵାରା ତାଙ୍କ ଝିଅ ସହିତ ବିବାହ କରିବା ପାଇଁ ପୁଅ ମାନଙ୍କର ଲମ୍ବା ଲାଇନ ଲାଗିଗଲା ।

ଥାଇଲ୍ୟାଣ୍ଡରେ ରହୁଥିବା ଆରନାନ ରୋଡଖାଗ୍ନ ନାମକ ଜଣେ ବ୍ୟକ୍ତି ନିଜ ଝିଅର ବାହାଘରକୁ ନେଇ ବହୁତ ସମୟ ହେବ ଚିନ୍ତିତ ଥିଲେ, କିନ୍ତୁ ତାଙ୍କୁ ଭଲ ବର ମିଳୁ ନଥିଲା । ଶେଷରେ ସେ ଘୋଷଣା କରିଦେଲେ କି ଯିଏ ବି ତାଙ୍କ ଝିଅ ସହିତ ବିବାହ କରିବ ସେ ତାକୁ ୨ କୋଟି ଟଙ୍କା ଦେବେ ।

ରିପୋର୍ଟ ଅନୁସାରେ ଘୋଷଣା କରିଲେ କି ଯିଏ ବି ତାଙ୍କ ଝିଅ କାର୍ନସିତା ସହ ବିବାହ କରିବ, ସେ ତାକୁ ୧୦ ମିଲିୟନ ଥାଇ ବହଟ ଅର୍ଥାତ ପାଖାପାଖି ୨ କୋଟି ଟଙ୍କା ଦେବେ । ଏହା ସହିତ ସେ କିଛି ସର୍ତ୍ତ ବି ରଖିଲେ । ଯାହାକୁ କୌଣସି ବି ଯୁବକ ଅତି ସହଜରେ ପୁରା କରି ପାରିବ ।

ତାଙ୍କ ସର୍ତ୍ତ ଅନୁସାରେ ଯୁବକ ପରିଶ୍ରମୀ ହେବା ଦରକାର, ଯିଏକି ଟଙ୍କା ଆୟ କରିବାରେ ଇଚ୍ଛା ରଖୁଥିବ, କିନ୍ତୁ ଅଳସୁଆ ବିଲକୁଲ ବି ହୋଇ ନ ଥିବ । ଏହା ସହିତ ସେ କହିଲେ କି ତାଙ୍କର ଝିଅ ସହିତ ବିବାହ କରିବା ପାଇଁ ଯୁବକକୁ କୌଣସି ଡିଗ୍ରୀ ଆଣିବା ଦରକାର ନାହିଁ । କେବଳ ତାକୁ ଲେଖା ପଢା ଆସୁଥିବା ଦରକାର । କୁହାଯାଏ କି ଥାଇଲ୍ୟାଣ୍ଡରେ ବିବାହ ପାଇଁ ଯୁବକମାନେ ଯୌତୁକ ଦେଇଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ନିଜ ଝିଅ ସହିତ ବିବାହ କରିବା ପାଇଁ ଯୁବକକୁ ଯୌତୁକ ଦେବେ ବୋଲି କହିଛନ୍ତି ।

ତାଙ୍କର ଏହି ଘୋଷଣା ପରେ ତାଙ୍କ ଝିଅ ସହିତ ବିବାହ କରିବା ପାଇଁ ଯୁବକମାନଙ୍କର ଲାଇନ ଲାଗିଛି । କହିଦେଉଛୁ ଯେ ଏହି ବ୍ୟକ୍ତି ପାଖରେ ଡୂରିୟନର ଚାଷ ଜମି ଅଛି ଏବଂ ତାଙ୍କର ଏହି କାମରେ ତାଙ୍କ ଝିଅ ତାଙ୍କୁ ସାହାର୍ଯ୍ୟ କରନ୍ତି, ସେଥିପାଇଁ ସେ ଏମିତି ଏକ ଯୁବକକୁ ଖୋଜୁଛନ୍ତି ଯିଏ ତାଙ୍କର କାମକୁ ସମ୍ଭାଳିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button