IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips- ଯେଉଁ ଘରର ମହିଳା କରନ୍ତି ଏହି ୫ ଟି ଭୁଲ, ସେହି ଘରକୁ କେବେ ବି ଆସନ୍ତି ନାହିଁ ମା’ ଲକ୍ଷ୍ମୀ, ସ୍ବାମୀଙ୍କ ଉପରକୁ ମାଡି ଆସେ ବିପଦ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ନାରୀ ଜାତି କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରା ଯାଇଥାଏ ଏବଂ ନାରୀ ଙ୍କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ଦିଆ ଯାଇଥାଏ ।

ନାରୀ ଜାତିର ସମ୍ମାନ କରିବା ନିମନ୍ତେ ଭାରତୀୟ ସଂସ୍କୃତି ରେ ଆହ୍ୱାନ ଦିଆଯାଇଥାଏ । ଭାରତୀୟ ପରମ୍ପରା ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି । ନାରୀ କୁ ଗଙ୍ଗା ଠାରୁ ପବିତ୍ର ବୋଲି ବିବେଚନା କରା ଯାଇଛି ।

ଯେଉଁ ଘରେ ନାରୀର ସମ୍ମାନ କରା ଯାଇନଥାଏ ସେହି ଘରେ କେବେବି ମାତା ଲଷ୍ମୀ ବାସ କରନ୍ତି ନାହିଁ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ବିବାହିତା ମହିଳା ମାନେ ଅନ୍ୟ କାହାକୁ ଦେବା ଦ୍ବାରା ଘରେ ବିପଦ ଆସିଥାଏ ଏବଂ ତାଙ୍କ ସ୍ୱାମୀ ଅନେକ ପ୍ରକାର ସମସ୍ୟାର ସମୁଖୀନ୍ନ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ହିନ୍ଦୁ ଶାସ୍ତ୍ର ଅନୁସାରେ ଜଣେ ବିବାହିତା ମହିଳା ମାନଙ୍କ ପାଇଁ ମଙ୍ଗଳସୁତ୍ର ର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ମଙ୍ଗଳସୁତ୍ର ପ୍ରତ୍ୟେକ ବିବାହିତା ମହିଳା ମାନଙ୍କ ସନ୍ତକ ଅଟେ । ଯଦି କୌଣସି ବିବାହିତା ମହିଳା ନିଜ ମଙ୍ଗଳସୁତ୍ର କୁ ଅନ୍ୟ କାହାକୁ ବ୍ୟବହାର କରିବା ନିମନ୍ତେ ପ୍ରଦାନ କରିଥାନ୍ତି ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ସ୍ୱାମୀ ଙ୍କ ଜୀବନ ରେ ବିଭିନ୍ନ ପ୍ରକାର ବିପଦ ଆସିଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରତ୍ୟେକ ବିବାହିତା ମହିଳା ମାନଙ୍କ ପାଇଁ ସିନ୍ଦୂର ର ମହତ୍ତ୍ୱ ବହୁତ ଅଧିକ ରହିଥାଏ । ସର୍ବଦା ସ୍ନାନ କରିବା ପରେ ବିବାହିତା ମହିଳା ମାନେ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । ଯଦି କୌଣସି ବିବାହିତା ମହିଳା ନିଜର ସିନ୍ଦୁର ଅନ୍ୟ କୌଣସି ବିବାହିତା ମହିଳା ଙ୍କୁ ବ୍ୟବହାର କରିବା ନିମନ୍ତେ ପ୍ରଦାନ କରିଥାଏ ତେବେ ତାହା ଆଦୋୖ ଉଚିତ ନୁହେଁ । ଏହା ଦ୍ବାରା ସ୍ୱାମୀ ଙ୍କ ଉପରେ ଅନେକ ପ୍ରକାର ସମସ୍ୟା ଆସିଥାଏ ଏବଂ ଘରେ କ୍ଳେଶ ମଧ୍ୟ ସୃଷ୍ଟି ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, କୌଣସି ବିବାହିତା ମହିଳା ଙ୍କୁ ନିଜର ବ୍ୟବହାର ହୋଇଥିବା କାଜଲ ଅନ୍ୟ ଙ୍କୁ ବ୍ୟବହାର କରିବାକୁ ଦେବା ଉଚିତ ହୋଇନଥାଏ । ଏପରି କରିବା ଦ୍ୱାରା ସ୍ୱାମୀ ଙ୍କ ଭଲ ପାଇବା କମି ଯାଇଥାଏ । ଯଦି ବୈଜ୍ଞାନିକ ଦୃଷ୍ଟିକୋଣ ରୁ ଦେଖିବା ତେବେ ଅନ୍ୟର କାଜଲ ବ୍ୟବହାର କରିବା ଅଥବା ନିଜେ ବ୍ୟବହାର କରିଥିବା କାଜଲ କୁ ଅନ୍ୟ ଙ୍କୁ ବ୍ୟବହାର କରିବା ପାଇଁ ଦେବା ଦ୍ବାରା ଆଖିରେ ଇଂଫେକ୍ସନ ମଧ୍ୟ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, କେବେବି କୌଣସି ବିବାହିତା ମହିଳା ଙ୍କୁ ନିଜେ ପିନ୍ଧିଥିବା ଚୁଡ଼ି ଅନ୍ୟ ବିବାହିତା ମହିଳା ଙ୍କୁ ଦେବା ଆଦୋୖ ଉଚିତ ନୁହେଁ । ଏପରି କରିବା ଦ୍ୱାରା ଭାଗ୍ୟ କମଜୋର ହୋଇ ଯାଇଥାଏ ଏବଂ ଆପଣଙ୍କ ଜୀବନର ଖୁସି ଅନ୍ୟ ଙ୍କ ପାଖକୁ ପଳାଇଥାଏ । କାରଣ ଆପଣ ପିନ୍ଧିଥିବା ଚୁଡ଼ି ସହିତ ଆପଣଙ୍କ ଭାଗ୍ୟ ଜଡ଼ିତ ରହିଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, କୌଣସି ବିବାହିତା ମହିଳା ଙ୍କୁ ନିଜର ଟିକିଲି କୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସ୍ୱାମୀ ଙ୍କ ଉପରେ ବିପଦ ଆସିଥାଏ ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ଯଦି ଆପଣଙ୍କୁ ଅନ୍ୟ କାହାକୁ ନିଜର ଟିକିଲି ଦେବାକୁ ପଡ଼ିଥାଏ ତେବେ ଆପଣ ପ୍ରଥମେ ନିଜ ହାତ ନଚେତ କୌଣସି ପାତ୍ର ରେ ଟିକିଲି କୁ ଲଗାଇ ଦେଇ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button