IBN ଓଡ଼ିଶା ବ୍ୟୁରୋ

କେଉଁ ମାନେ ଅଲକ୍ଷଣ ମଣିଷ ଦେଖିଲେ ଜାଣିବେ- Ajira anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ମଣିଷ ମାନଙ୍କ ଦ୍ୱାରା ହେଉଥିବା ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ ଯାହା କରିବା ଆଦୋୖ ଉଚିତ ନୁହେଁ ।

ଯଦି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟ କରିଥାଏ ତେବେ ସେହି ବ୍ୟକ୍ତି କୁ ଅଲକ୍ଷଣ ପ୍ରକୃତି ର ମଣିଷ ବୋଲି କୁହାଯାଏ । ଯଦି ଆପଣ ମାନେ ମଧ୍ୟ ଏଭଳି କାର୍ଯ୍ୟ କରୁଛନ୍ତି ତେବେ ଏଥିରୁ ବିରତ ରୁହନ୍ତୁ ।

ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ଵିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ବ୍ୟକ୍ତି କୌଣସି ସ୍ଥାନରେ ବସିବା ସମୟରେ ସେହି ସ୍ଥାନରେ ଗାର ଟାଣିଥାଏ ସେହି ବ୍ୟକ୍ତି କୁ ଅଲକ୍ଷଣ ପ୍ରକୃତି ର କୁହାଯାଏ । ଏହା ସହିତ ଯେଉଁ ବ୍ୟକ୍ତି ନିଜ ନଖ ରେ ମଧ୍ୟ ଗାର ଟାଣିଥାଏ ସେହି ବ୍ୟକ୍ତି ଅଲକ୍ଷଣ ସ୍ୱଭାବ ର ହୋଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ଗୋଡ଼ ଧୋଇବା ବେଳେ ନିଜର ଆଗ ଗୋଡ଼ କୁ ଅଳ୍ପ ଧୋଇଥାଏ ଏବଂ ପଛ ଗୋଇଠି କୁ ଧୋଇ ନଥାଏ ସେହି ବ୍ୟକ୍ତି ଅଲକ୍ଷଣ ପ୍ରକୃତି ର ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗାଧୋଇ ସାରିବା ପରେ ଦାନ୍ତ ଘଷି ଥାଆନ୍ତି । ଯଦି ଏପରି କ୍ଵଚିତ ହୋଇଥାଏ ତେବେ ତାହା ଠିକ ଅଛି । କିନ୍ତୁ ଯେଉଁ ବ୍ୟକ୍ତି ଏପରି ସବୁବେଳେ କରିଥାଏ ସେହି ବ୍ୟକ୍ତି ଅଲକ୍ଷଣ ପ୍ରକୃତି ର ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ବ୍ୟକ୍ତି ସ୍ୱଚ୍ଛ ଥିବା ସତ୍ତ୍ୱେ ମଧ୍ୟ ମଳିନ ବସ୍ତ୍ର ପିନ୍ଧିଥାଏ ସେହି ବ୍ୟକ୍ତି କୁ ଅଲକ୍ଷଣା କୁହାଯାଏ ଏବଂ ଯେଉଁ ବ୍ୟକ୍ତି ଖାଦ୍ୟ ଖାଇବା ସମୟରେ ଅନ୍ନ ପାଟିରେ ଥିବା ସହିତ ହାତ ରେ ଧରିଥାଏ ସେହି ବ୍ୟକ୍ତି କୁ ଅଲକ୍ଷଣ ପ୍ରକୃତି ର କୁହାଯାଏ ।

୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ବ୍ୟକ୍ତି ନିଜ ଦେହରେ ତାଳି ମାରିଥାଏ ସେହି ବ୍ୟକ୍ତି କୁ ଅଲକ୍ଷଣ ସ୍ୱଭାବ ର କୁହାଯାଏ ଏବଂ ଯେଉଁ ବ୍ୟକ୍ତି ଦିନରେ ଦୁଇ ଥର ରୁ ଅଧିକ ଶୋଇଥାଏ ସେଭଳି ବ୍ୟକ୍ତି କୁ ମଧ୍ୟ ଅଲକ୍ଷଣ ପ୍ରକୃତି ର କୁହାଯାଏ । ତେଣୁ ଯେଉଁ ମାନେ ଏହି ସବୁ କାର୍ଯ୍ୟ ର ଅଭ୍ୟାସ ରେ ପଡ଼ି ଯାଇଛନ୍ତି ସେମାନେ ତୁରନ୍ତ ଏହି ଅଭ୍ୟାସ କୁ ବଦଳାଇ ଦିଅନ୍ତୁ । ଏପରି କରିବା ଅନୁଚିତ ଅଟେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button