IBN ଓଡ଼ିଶା ବ୍ୟୁରୋ

ଭଲ କର୍ମ କରୁଥିବା ଲୋକଙ୍କୁ ସବୁବେଳେ କାହିଁକି ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ ? Krishna Vani

ନମସ୍କାର ବନ୍ଧୁଗଣ ଆପଣ ମାନେ ଲକ୍ଷ କରୁଥିବେ ସବୁବେଳେ ପୁଜାପାଠ କରୁଥିବା ବ୍ୟକ୍ତି କିମ୍ବା ଭଲ କର୍ମ କରୁଥିବା ବ୍ୟକ୍ତି ଦୁଃଖ ରେ ରୁହନ୍ତି । ଏବଂ ଆମ ମନରେ ପ୍ରଶ୍ନ ଆସିଥାଏ କି ସବୁବେଳେ ଆମେ ପୂଜା ପାଠ କରୁଛୁ ।

ଏବଂ ଭକ୍ତି ରେ ଲୀନ ହୋଇ ଯାଇଥାଉ । ଭଲ କାର୍ଯ୍ୟ ମଧ୍ୟ କରୁଛୁ କିନ୍ତୁ ତଥାପି ଆମ ଅସୁବିଧା ଦୁଃଖ କଷ୍ଟ ଦୁର ହେଉ ନାହିଁ କଣ ପାଇଁ । ଏବଂ ଏହାର ବିପରୀତ ରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେହିମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ ଏବଂ ଧର୍ମ କର୍ମ କରନ୍ତି ନାହିଁ କିମ୍ବା ଖରାପ କାମ କରିଥାନ୍ତି । ଏବଂ ଆମେ ସର୍ଵଦା ଧର୍ମ କର୍ମ ଏବଂ ପୂଜା ପାଠ କରି ମଧ୍ୟ ଦୁଃଖରେ ରହିଛୁ କଷ୍ଟ ରେ ରହୁଛୁ ।

ଏହି ଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ଲୋକମାନେ ମନରେ ଆସିଥାଏ । ତେବେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ଏବଂ ଜାଣିନେବା କି କଣ ପାଇଁ ଏହି ଭଳି ହୋଇଥାଏ କିମ୍ବା କଣ ପାଇଁ ଆମ ମନରେ ଏହି ଭଳି ପ୍ରଶ୍ନ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ । ଭଗବତ ଗୀତରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ହେ ମନୁଷ୍ୟ ତୁମେ କର୍ମ କରି ଚାଲ ଏବଂ ଫଳ ର ଚିନ୍ତା ମୋ ଉପରେ ଛାଡି ଦିଅ । ଏବଂ ମୁଁ ଠିକ ସମୟରେ ତୁମେ କରିଥିବା କର୍ମ ର ଉଚିତ ଫଳ ପ୍ରଦାନ କରିବି ।

ଆମେ ଦେଖିବାକୁ ପାଇଥାଉ କି ଭଲ ଲୋକ ଯେଉଁମାନେ ଭଗବାନ ଙ୍କୁ ସ୍ମରଣ କରନ୍ତି କିମ୍ବା ପୂଜା ଅର୍ଚ୍ଚନା ରେ ମନ ଲଗାନ୍ତି ସେମାନେ ଦୁଃଖ କଷ୍ଟ ପାଇଁ ଥାଆନ୍ତି । ଯେବେ କି ପାପି ବ୍ୟକ୍ତି ସୁଖରେ ରହିଥାଏ । ବେଳେବେଳେ ଏହା ବୁଝି ହୋଇ ନଥାଏ କି ଏଭଳି କଣ ପାଇଁ ହେଉଛି । କଣ ଈଶ୍ୱର ବିଚାର କରିବାରେ ଭୁଲ କରି ଦେଉଛନ୍ତି । ଏଭଳି କଣ ପାଇଁ ହେଉଛି ।
ଭଗବତ ଗୀତା ରେ ଲେଖା ଯାଇଛି କି ଜଣେ ଗାଈ ଜଗୁଆଳି ସର୍ଵଦା ଭଗବାନ ଙ୍କୁ ସ୍ମରଣ କରି ଏବଂ ତାଙ୍କର ପୂଜା ଅର୍ଚ୍ଚନା ସହ ତାଙ୍କର ସେବା ମଧ୍ୟ କରିଥାଏ ସେ ସବୁ ଦିନ ମନ୍ଦିର ଯାଇ ପୂଜା କରିଥାଏ ।

ତେବେ ଦିନେ ସେ ମନ୍ଦିର କୁ ଯାଇଥିଲା ଏବଂ ତା ଭକ୍ତି ରେ ପ୍ରସନ୍ନ ହୋଇ ଭଗବାନ ତାକୁ ଦର୍ଶନ ଦେଇଥିଲେ । ସେ ଏହା ଦେଖି ବହୁତ ଖୁସି ହୋଇଗଲା ଏବଂ କାନ୍ଦିବାକୁ ଲାଗିଲା ।
ସେ ଭଗବାନ ଙ୍କୁ କହିଲା ହେ ଈଶ୍ୱର ଆପଣ ସବୁଦିନ ଏହି ସ୍ଥାନରେ ଛିଡା ହୋଇ ନିଜ ଭକ୍ତ ମାନଂକୁ ଦର୍ଶନ ଦେଇ ଦେଇ ଥକି ଯାଉଥିବେ ତେବେ ଭଗବାନ ତାକୁ ପଚାରିଲେ କି ତୁମେ କଣ କରିବାକୁ ଚାହୁଁଚ ସେତେବେଳେ ସେ କହିଲା କି ଆପଣ ଗୋଟିଏ ଦିନ ମୋ ସ୍ଥାନ କୁ ଆସନ୍ତୁ ଏବଂ ମୁଁ ଆପଣ ଙ୍କ ସ୍ଥାନରେ ରହି ଛିଡା ହୋଇବି ଏକଥା ଶୁଣି ଭଗବାନ କହିଲେ ଠିକ ଅଛି କିନ୍ତୁ ତୁମେ କେବଳ ଏଠାରେ ଛିଡା ହେବ ଏବଂ ଶୁଣିବ ଏହା ଛଡା କିଛି କହିବ କିମ୍ବା କରିବ ନାହିଁ ।

ଭଗବାନ ଙ୍କ ଯିବା ପରେ ଜଣେ ଧନୀ ବ୍ୟକ୍ତି ଆସିଲା ଏବଂ ନିଜ ବ୍ୟବସାୟ ରେ ଭଲ ଲାଭ ହେଉ ବୋଲି ପ୍ରାର୍ଥନା କଲା ଏବଂ ଯିବା ବେଳେ ତାର ସୁନା ର ମୁଣି ଖସିଗଲା । ତାପରେ ଜଣେ ଗରିବ ବ୍ୟକ୍ତି ଆସି ନିଜ ଦୁଃଖ ପ୍ରକାଶ କଲା ଏବଂ ସେ ସେହି ମୁଣି କୁ ପାଇଁ ଚାଲି ଗଲା ଏହା ପରେ ଜଣେ ନାବିକ ଆସିଲା ଏବଂ ଯାତ୍ରା ଭଲ ହେଉ ବୋଲି ପ୍ରାର୍ଥନା କଲା ସେତେବେଳେ ସେହି ଧନୀ ବ୍ୟକ୍ତି ଆସି ସେହି ନାବିକ କୁ ଚୋରୀ କରିବା ପାଇଁ ବନ୍ଦୀ କରିବା ବେଳେ ସେହି ଗାଈ ଜଗୁଆଳି ସବୁ ସତ କଥା କହିଦେଲା ଏବଂ ଭଗବାନ ଆସିଲା ପରେ ସବୁ କଥା କହିଲା ।

ଏଥିରେ ଭଗବାନ କହିଲେ କି ତୁମେ କାହାର କାମ କରିନ ବରଂ ଖରାପ କରିବ । ସେ ଧନୀ ବ୍ୟକ୍ତି ଭୁଲ କାମ କରି ପଇସା ଅର୍ଜନ କରୁଛି ଯଦି ସେ ଗରିବ ଟି ସେ ପଇସା ରେ ନିଜ ପେଟ ପୋଷି ପାରିଥାନ୍ତା ତେବେ ତାର କିଛି ପାପ ଧୋଇ ଯିବ । ଏବଂ ସେ ନାବିକ ଯେଉଁ ସମୁଦ୍ରରେ ଯାଇଛନ୍ତି ସେଠାରେ ବହୁତ ବଡ଼ ଝଡ଼ ଆସିଛି ତେଣୁ ସେ କାରାବର ରେ ଥିଲେ ବଞ୍ଚି ଯାଇଥାନ୍ତା ଏହାର ଅର୍ଥ ଆମ ସହ ଯାହା ଘଟୁଛି ତାହା ହେବାର କିଛି ନା କିଛି ଭଲ କାର ହିଁ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button