IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Shastra- ଶନିବାର ଦିନ ଏହି ଜିନିଷ କିଣିଲେ ପଡିଥାଏ ଶନି ମହାଦଶା, କଣ ଆପଣ କରୁ ନାହାଁନ୍ତି ତ ଏମିତି ଭୁଲ ?

ନମସ୍କାର ବନ୍ଧୁଗଣ ଶନିବାର ହେଉଛି ଶନିଦେବଙ୍କ ଦିନ । ପୁରାଣ ଅନୁସାରେ ଶନିଦେବ ସୂର୍ଯ୍ୟ ଦେଵତା ଙ୍କ ପୁତ୍ର ଅଟେ । ବ୍ରହ୍ମା ଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କ ପିତାଙ୍କ ଠାରୁ ମଧ୍ୟ ସେ ଶକ୍ତିଶାଳୀ ଥିଲେ ।

ପ୍ରତ୍ୟେକ ରାଶି ରେ ସୂର୍ଯ୍ୟ କେବଳ ଗୋଟିଏ ମାସ ପାଇଁ ଚନ୍ଦ୍ର ଦୁଇ ମାସ ପର୍ଯ୍ୟନ୍ତ ମଙ୍ଗଳ ଦେଢ଼ ମାସ ପର୍ଯ୍ୟନ୍ତ ବୁଧ ଏକ ମାସ ଶୁକ୍ର ଗୋଟିଏ ମାସ ବୃହସ୍ପତି ତେର ମାସ ପର୍ଯ୍ୟନ୍ତ କିନ୍ତୁ ଶନିଦେବ ଅଢେ଼ଇ ବର୍ଷ ରୁ ଆରମ୍ଭ କରି ସାଢ଼େ ସାତ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । ଏହି ଥିରୁ ଆମେ ଜାଣି ପାରିବା କି ଶନିଦେବ କେତେ ଶକ୍ତିଶାଳୀ ଏବଂ ତାଙ୍କ ମହିମା ମଧ୍ୟ ଅନେକ । ଆଜି ଆମେ ଶନିବାର ଦିନ କେଉଁ କେଉଁ ଵସ୍ତୁ କୁ ଘରକୁ ନ ଆଣିବା ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ ।

ଜାତକର କୁଣ୍ଡଳୀ ହିସାବରେ ଶନି ଆସିବାର ତିନି ମାସ ପୂର୍ବରୁ ହିଁ ତାର ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇ ଥାଏ । ପ୍ରତ୍ୟେକ ମନୁଷ୍ୟ ଜୀବନରେ ଶନିଦେବ ତିନି ରୁ ଚାରି ଥର ଆସିଥାନ୍ତି । ପ୍ରତ୍ୟେକ ମନୁଷ୍ୟ ନିଜର ଗ୍ରହ ହିସାବରେ ହିଁ ତାଙ୍କ ଉପରେ ଶନି ଙ୍କ ପ୍ରଭାବ ପଡ଼ିଥାଏ । ସର୍ଵଦା ଶନିଦେବଙ୍କ ଵକ୍ର ଦୃଷ୍ଟି ରୁ ବଞ୍ଚିବା ଆବଶ୍ୟକ । ଶନିଙ୍କ ସଂଖ୍ୟା ହେଉଛି ଆଠ । ତେବେ ଆସନ୍ତୁ ଏବେ ଜାଣିନେବା କି କେଉଁ ଵସ୍ତୁ କୁ କିଣିବା ଉଚିତ ନୁହେଁ ।

୧- ପ୍ରଥମ ଵସ୍ତୁ ଟି ହେଉଛି ଲୁହା କଣ୍ଟା । ଶନିବାର ଦିନ ଭୁଲରେ ବି କେବେ ଲୁହା କିମ୍ବା ଲୁହାର କୌଣସି ଵସ୍ତୁ କିଣିବା ଉଚିତ ନୁହେଁ । ରାଜା ବିକ୍ରମ ଆଦିତ୍ୟ ଶନିଙ୍କୁ ଲୁହାର ଆସନ ଦେଇଥିଲା ଯାହା ଉପରେ ଶନିଦେବ କ୍ରୋଧ ରେ ନିଜର ଵକ୍ର ଦୃଷ୍ଟି ପକାଇଥିଲେ । ସେବେଠାରୁ ଏହି ମାନ୍ୟତା ଅଛି କି ଶନିବାର ଦିନ କେବେବି ଲୁହା ର ଵସ୍ତୁ କିଣନ୍ତୁ ନାହିଁ ।

୨- ଦ୍ଵିତୀୟ ରେ ହେଉଛି ଚମଡା । ଶନିବାର ଦିନ କେବେବି ଚମଡା କିମ୍ବା ଚମଡ଼ାରେ ପ୍ରସ୍ତୁତ ଵସ୍ତୁ କୁ କିଣିବା ଉଚିତ ନୁହେଁ । ଏହା କିଣିବା ଦ୍ୱାରା ଆପଣଙ୍କ ସଫଳତା ରେ ବାଧା ଆସିଥାଏ ।

୩- ତୃତୀୟ ରେ ହେଉଛି ତେଲ । ଶନିବାର ଦିନ କୌଣସି ବି ପ୍ରକାରର ତେଲ କିଣିବା ଉଚିତ ନୁହେଁ । ସେ ଖାଇବା ତେଲ ହେଉ କିମ୍ବା ଦେହରେ ଲଗାଇବା ତେଲ କିମ୍ବା ପୂଜା ଅର୍ଚ୍ଚିନା ରେ ବ୍ୟବହାର ତେଲ କୌଣସି ବି ତେଲ କୁ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ଘରକୁ ଦୁଃଖ କଷ୍ଟ ଆସିଥାଏ ।

୪-ଚତୁର୍ଥ ଜିନିଷ ଟି ହେଉଛି କୋଇଲା । ଶନିବାର ଦିନ କେବେବି କୋଇଲା କୁ ଘରେ ଆଣିବା ଉଚିତ ନୁହେଁ । କୋଇଲା ର ରଙ୍ଗ କଳା ଅଟେ ଯାହାର ଅର୍ଥ ହେଉଛି ଶନିଦେବଙ୍କୁ ଘରକୁ ନିମନ୍ତ୍ରଣ କରିବା ସହ ସମାନ । ଏହାକୁ ଆଣିବା ଦ୍ୱାରା ଘରେ ଖରାପ ସମୟ ଆରମ୍ଭ ହୋଇ ଯାଇଥାଏ ।

୫- ପଞ୍ଚମ ରେ ହେଉଛି ଝାଡୁ । ଶନିବାର ଦିନ ଭୁଲରେ ବି ଘରକୁ ଝାଡୁ ଆଣନ୍ତୁ ନାହିଁ । ଶନିବାର ଦିନ କିଣିଥିବା ଝାଡୁ ଧନ ରତ୍ନ କମାଇଥାଏ ।

୬- ଷଷ୍ଠ ରେ ହେଉଛି କଳା ରାଶି । ଶନିବାର ଦିନ କଳା ରାଶି କିଣିବା ଉଚିତ ନୁହେଁ । ଯାହାର ଶନି ଦଶା ଚାଲି ଥିବ ସେ ସମୟରେ କଳା ରାଶି କୁ ଦାନ କରିବାର ଏକ ବିଶେଷ ମହତ୍ୱ ରହିଛି । କିନ୍ତୁ ଶନିବାର ଦିନ କଳା ରାଶି କୁ ଘରକୁ ଆଣିବା ଅର୍ଥାତ ଶନି ଦେଵଙ୍କୁ ଘରକୁ ଆଣିବା ସହ ସମାନ ।

୭- ସପ୍ତମ ରେ ହେଉଛି ଲୁଣ । ଶନିବାର ଦିନ ଲୁଣ କିଣିବା ମଧ୍ୟ ଉଚିତ ନୁହେଁ । ଶନିବାର ଦିନ କିଣା ଯାଇଥିବା ଲୁଣ ଘରେ ରୋଗର ବାତାବରଣ ସୃଷ୍ଟି କରି ପାରେ ।

୮- ଅଷ୍ଟମ ରେ ହେଉଛି କାଳୀ । ଶନିବାର ଦିନ କାଳୀ କୁ ମଧ୍ୟ କିଣିବା ଉଚିତ ନୁହେଁ । ଏହା କିଣିଲେ ଆପଣ ଙ୍କୁ କଳଙ୍କ ଲାଗିବାର ସମ୍ଭାବନା ରହିଛି । ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟ ଦେବଙ୍କ ରୂପେ ପୂଜା କରାଯାଏ । ସେ ସମସ୍ତ ଙ୍କ ସହ ସମାନ ଭାବରେ ଦେଖନ୍ତି ଏଵଂ ସଠିକ ନ୍ୟାୟ ମଧ୍ୟ କରନ୍ତି ।

ତେବେ ଏହାର ଉପଚାର ଆମେ କିପରି କରିବା ଚାଲନ୍ତୁ ସେ ବିଷୟରେ ଜାଣି ନେବା । ସର୍ଵ ପ୍ରଥମେ ହନୁମାନ ଙ୍କ ମନ୍ଦିର ଯାଇ ତାଙ୍କ ଦର୍ଶନ କରି ତାଙ୍କୁ ସିନ୍ଦୂର ଏବଂ ଫୁଲ ଚନ୍ଦନ ଚଢ଼ାନ୍ତୁ ।
ଶନିଦଶା କୁ ଦୁର କରିବା ପାଇଁ ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ହନୁମାନ ଚାଳିଶା ପାଠ କରନ୍ତୁ । ଏବଂ ଶନିବାର ଦିନ ସର୍ଵ ପ୍ରଥମେ ହନୁମାନ ମନ୍ଦିର ଯାଆନ୍ତୁ ।

ଦୀପ ଜଳାନ୍ତୁ । ଏବଂ ଶନି ମନ୍ଦିର ଯାଇ ତାଙ୍କର ଦର୍ଶନ କରନ୍ତୁ । ଶନିଦଶା ପଡ଼ିଥିଲେ ଆପଣ ନୀଳ ରଙ୍ଗ ର ମୁଦି ପରିଧାନ କରନ୍ତୁ ଏବଂ ମସୁରି ଡାଲି ଖାଆନ୍ତୁ ନାହିଁ । ଏବଂ ଲାଲ ମରିଚ ର ସେବନ ମଧ୍ୟ କରନ୍ତୁ ନାହିଁ । ଶନିବାର ଦିନ ଦହି ଖାଇବା ଅନୁଚିତ । ଏହା ଛଡା ଖଟା ଏବଂ ଆମ୍ଭ ମଧ୍ୟ ଖାଆନ୍ତୁ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button