ରାଜ୍ୟ

ଏକଛତ୍ରବାଦ ଶାସନ ପାଇଁ ଲୋକ ଭୋଟ୍‌ ଦେଇନଥିଲେ: ନରସିଂହ ମିଶ୍ର – Ibnodisha

[ad_1]

ଭୁବନେଶ୍ବର: ମଙ୍ଗଳବାର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ (ବିଜେଡ଼ି)ର ସଭାପତି ନବୀନ ପଟ୍ଟନାୟକ ଉପ-ସଭାପତି ପଦରୁ ହଟାଇବା ନେଇ ରାଜ‌ନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ସୌମ୍ୟଙ୍କ ଉପରେ ବିଜେଡିର ଆକ୍ସନକୁ ନେଇ ଘେରିଛନ୍ତି ବିରୋଧୀ ଦଳର ନେତାମାନେ।

ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କର ବୟାନ ଦେଇ କହିଛନ୍ତି, ‘‘ଓଡ଼ିଶାରେ ଗଣତନ୍ତ୍ର ନୁହେଁ, ଗୁମାସ୍ତା ଶାସନ ଚାଲିଛି। ଓଡ଼ିଶାରେ ଏବେ ବିପର୍ଯ୍ୟସ୍ତ ସ୍ଥିତି। ଦଳରେ ସେମାନେ କାହାକୁ ରଖିବେ କାହାକୁ କାଢ଼ିବେ ତାହା ତାଙ୍କ ଦଳ ଉପରେ ନିର୍ଭର କରେ। ହେଲେ ଏକଛତ୍ରବାଦ ଶାସନ ପାଇଁ ଲୋକ ଭୋଟ୍‌ ଦେଇନଥିଲେ। ତଥ୍ୟଭିତ୍ତିକ ସମାଲୋଚନାର ଅଧିକାର ସମସ୍ତଙ୍କ ନିକଟରେ ରହିିଛି। ଯିଏ ବ୍ଲାକ୍‌ମେଲ୍‌ ଶବ୍ଦ ବ୍ୟବହାର କରୁଛନ୍ତି, ସିଏ ପ୍ରଥମେ ଡିକ୍ସିନାରି ଦେଖନ୍ତୁ।’’

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଏହି ଘଟଣାରେ ନିଜର ମତ ରଖିଛନ୍ତି। ସେ ତାଙ୍କର ମତ ରଖି କହିଛନ୍ତି ଯେ ବିଜେଡ଼ି ନେତାମାନେ ଏବେ ଦଳରେ ଅଣନିଶ୍ବାସୀ ହୋଇପଡ଼ିଛନ୍ତି।

ଗତକାଲା ସୌମ୍ୟଙ୍କୁ ବିଜେଡ଼ି ଉପ-ସଭାପତି ପଦରୁ ହଟାଇବା ପ‌ରେ  ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ, ‘‘ଆଗରୁ କାରଣ ଦର୍ଶାଅ ନୋଟିସ୍ ପଠାଇ କାର୍ଯ୍ୟାନୁଷ୍ଠାନ ହେଉଥିଲା। ମାତ୍ର ସୌମ୍ୟରଂଜନଙ୍କ କ୍ଷେତ୍ରରେ ସେପରି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ। ମୋଟାମୋଟି ରାଜ୍ୟର ରାଜନୈତିକ ପରିସ୍ଥିତି ଭଲ ନାହିଁ। ଏମିତି କେତେ ଅଘଟଣା ଆହୁରି ଆଗକୁ ଘଟିବ।’’

ସେହିପରି ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ମଧ୍ୟ ସମାନ ଧରଣର ସନ୍ଦେହ ପ୍ରକଟ କରିଥିଲେ। ସେ କହିଥିଲେ, ‘‘ଯେ ସୌମ୍ୟରଂଜନଙ୍କ ଅପସାରଣକୁ ନେଇ ଯେଉଁ ଚିଠି ଜାରି କରାଯାଉଛି ସେଥିରେ ଥିବା ସ୍ବାକ୍ଷର ନବୀନବାବୁଙ୍କର କି ନାହିଁ, ତାହାକୁ ନେଇ ମୁଁ ସନ୍ଦେହରେ ଅଛି। ଚିଠିରେ ନବୀନବାବୁ ଦସ୍ତଖତ କରିଛନ୍ତି କି ପାଣ୍ଡିଆନ୍ କରିଛନ୍ତି ତାହା ସନ୍ଦେହଘେରରେ। ମତେ ଲାଗୁଛି ଏ ପର୍ଯ୍ୟନ୍ତ ନବୀନବାବୁ ଏହି ଘଟଣା ସଂପର୍କରେ ଅବଗତ ନଥିବେ, ତାଙ୍କର କେବଳ ଦସ୍ତଖତ ନିଆଯାଇଛି।’’

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ କହିଥିଲେ, ‘‘ସୌମ୍ୟରଞ୍ଜନ ପଟ୍ଟନାୟକ ହିମାଳୟ ସଦୃଶ, ତାଙ୍କୁ ପଥର ମାରିଲେ କ’ଣ ହେବ? ସୌମ୍ୟ ଯେଉଁଠି ଠିଆ ହେବେ ହିମାଳୟ ପରି ଠିଆ ହେବେ।’’

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button