IBN ଓଡ଼ିଶା ବ୍ୟୁରୋ

ପଣା ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ଏହି କାମ, ନଚେତ ଆପଣଙ୍କୁ ବର୍ବାଦ ହେବାରୁ କେହିବି ବଞ୍ଚେଇ ପାରିବେ ନାହିଁ (Pana Sankranti Special)

ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଏ । ଏହିଦିନ ଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ । ଏହିଦିନ ଗୋଟିଏ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆ ଯାଇଥାଏ, ଏଥିରୁ ଧୀରେ ଧୀରେ ପାଣି ଝରେ । ଯାହା ବର୍ଷାକୁ ସୁଚାଇ ଥାଏ । ଏହିଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେବାକୁ ଯାଉଛି । ତେଣୁ ଏହି ଶୁଭଦିନରେ ଏପରି କିଛି କାମ ରହିଛି ଯାହା ଭୁଲରେ ବି କରିବା ଉଚିତ ନୁହେଁ ।

ପଣା ସଂକ୍ରାନ୍ତି ଦିନକୁ ପ୍ରଭୁ ହନୁମାନଙ୍କର ସର୍ବୋତ୍ତମ ଦିନ ବୋଲି ମାନା ଯାଇଥାଏ । ତେଣୁ ଏହିଦିନ ହନୁମାନଙ୍କର ବ୍ରତ ଉପାସ ନିଶ୍ଚୟ କରନ୍ତୁ, ଯାହାଫଳରେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବ । ଯଦି ଆପଣ ଚାହୁଁଛନ୍ତି କି ପ୍ରଭୁ ହନୁମାଙ୍କ କୋପଦୃଷ୍ଟି ଆପଣଙ୍କ ଉପରେ ନପଡୁ ବୋଲି ତେବେ ଏହିଦିନ ଆପଣ କାହା ସହ ବି ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ମାନ୍ୟତା ରହିଛି କି ଏହିଦିନ ସମ୍ପର୍କ ସ୍ଥାପନ କରିବା ଦ୍ଵାରା ସନ୍ତାନ ବିକଳାଙ୍ଗ ଜନ୍ମ ହୋଇପାରନ୍ତି ।

ତେଣୁ ଏହିଦିନ ମନକୁ ସଂଯମରେ ରଖନ୍ତୁ ନଚେତ ଭୟଙ୍କର ବିପଦ ମାଡି ଆସିବ ଓ ଆପଣଙ୍କ କୁଣ୍ଡଳୀ ମଧ୍ୟ ବିଗିଡି ଯିବ । ଏହିଦିନ ଦୁଗ୍ଧରେ ବନା ଯାଇଥିବା ଯେକୌଣସି ଖାଦ୍ଯ ତଥା ମିଠା, ରାବିଡି ଆଦି ଘରକୁ ଆଣନ୍ତୁ ନାହିଁ । ଦୁଗ୍ଧକୁ ଚନ୍ଦ୍ରମାଙ୍କ କାରକ ବୋଲି ମାନାଯାଏ । ଆଉ ଚନ୍ଦ୍ରମା ଏବଂ ମଙ୍ଗଳ ଦୁଇ ବିରୋଧୀ ଗ୍ରହ । ତେଣୁ ଏପରି ଜିନିଷ ଘରକୁ ଆଣନ୍ତୁ ନାହିଁ ନଚେତ ଭୟଙ୍କର କ୍ଷତି ସହିବାକୁ ପଡିପାରେ ।

ଏହିଦିନ କୌଣସି ଲୁହା ଜିନିଷ କିଣିବା ମଧ୍ୟ ବର୍ଜିତ ମନାଯାଏ । ଷ୍ଟିଲ ଧାର ଥିବା ଜିନିଷ ତଥା କଇଁଚି, ଛୁରି ଆଦି ମଧ୍ୟ କିଣନ୍ତୁ ନାହିଁ । ଏହିଦିନ ନଖ ଏବଂ ବାଳ ମଧ୍ୟ କାଟିବା ଅନୁଚିତ । ନଚେତ ଭଗବାନ ହନୁମାନଙ୍କ କୋପଦୃଷ୍ଟିର ସାମ୍ନା କରିବାକୁ ପଡିପାରେ । ଯେଉଁମାନେ ଏହିଦିନ ମାଛ ମାଂସ ଓ ମଦ୍ୟପାନ କରିଥାନ୍ତି ସେମାନଙ୍କୁ ପ୍ରଭୁ ହନୁମାନ ବରବାଦ କରି ଦେଇଥାନ୍ତି । ସେହିପରି ଲୋକଙ୍କୁ ପ୍ରଭୁ ହନୁମାନ ଭିକାରି କରି ଛାଡନ୍ତି । ତେଣୁ ଏହିଦିନ ଏପରି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ ।

ହନୁମାନ ଶାନ୍ତିପ୍ରିୟ ଅଟନ୍ତି । ତେଣୁ ଯଦି ଆପଣଙ୍କ ମନରେ କିଛି କ୍ରୋଧଭାବ ରହିଛି ତେବେ ହନୁମାନଙ୍କ ପୂଜା କରନ୍ତୁ ନାହିଁ । କାରଣ ଏପରି ପୂଜା କରିବା ଦ୍ଵାରା କୌଣସି ଫଳ ମିଳି ନଥାଏ । ଏହିଦିନ ପ୍ରଭୁ ହନୁମାନଙ୍କୁ ସୁଗନ୍ଧିତ ପୁଷ୍ପ, ଫଳ ଓ ଲଡୁ ଦେବା ଦ୍ଵାରା ହନୁମାନ ଆପଣଙ୍କ ଉପରେ ଖୁସି ହୋଇଥାନ୍ତି ଓ ପ୍ରଚୁର ଆଶୀର୍ବାଦ କରିଥାନ୍ତି ।

ମଙ୍ଗଳବାର ଓ ଶନିବାର ଏହି ଦୁଇ ଦିନକୁ ପ୍ରଭୁ ହନୁମାନଙ୍କ ସର୍ବୋତ୍ତମ ଦିନ ବୋଲି କୁହାଯାଏ । ତେଣୁ ଏହିସବୁ କାମ କେବେବି କରନ୍ତୁ ନାହିଁ । ପଣା ସଂକ୍ରାନ୍ତି ଦିନ କଳା ରଙ୍ଗର ବସ୍ତ୍ର ମଧ୍ୟ ଭୁଲରେ ପିନ୍ଧନ୍ତୁ ନାହିଁ । ଏହିଦିନ ଧଳା, କମଳା ଏବଂ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଅଧିକ ଶୁଭ ମାନା ଯାଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button