ରାଜ୍ୟ

ପାଣି ଟାଙ୍କି ସଫା କଲାବେଳେ ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର – Ibnodisha

[ad_1]

ଗଜପତି : ଛାତ ଉପରେ ଝୁଲି ରହିଥିଲା ବିଦ୍ୟୁତ୍ ତାର। ଛାତ ଉପରକୁ ଯାଇ ପାଣି ଟାଙ୍କି ସଫା କରିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି ଜଣେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ମୋହନା ଥାନା ଚନ୍ଦ୍ରଗିରି ବନବିଭାଗ କାର୍ଯ୍ୟାଳୟ ପରିସରରେ। ସୂଚନା ପ୍ରକାରେ ଚନ୍ଦ୍ରଗିରି ବନ ବିଭାଗ କାର୍ଯ୍ୟାଳୟ ପରିସରରେ ବନପାଳଙ୍କ ସରକାରୀ ବାସଭବନ ରହିଛି । କିନ୍ତୁ ଛାତ ଉପରେ ବର୍ଷା ପାଣି ଜମିରହି ପାଣି ମଧ୍ୟ ଗଳୁଛି । ତେଣୁ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଚନ୍ଦ୍ରଗିରି ଗ୍ରାମର କୁନା ପ୍ରଧାନ ଓ ମଙ୍ଗୁଳୁ ମହାକୁଡ ଉଭୟେ ମିଶି ଛାତ ଉପରକୁ ଯାଇ ସଫା କରୁଥିଲେ । ଟାଙ୍କି ସଫା କରିବା ସମୟରେ ଛାତ ଠାରୁ ଖୁବ୍ କମ୍ ଉଚ୍ଚତାରେ ବିଦ୍ୟୁତ୍ ତାର ଝୁଲି ରହିଥିଲା l କୌଣସି କାରଣବସତଃ କୁନା ପ୍ରଧାନ ସେହି ଝୁଲନ୍ତା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବାରୁ ତାଙ୍କ ଶରୀରର ଅନେକ ସ୍ଥାନରେ ପୋଡ଼ି ଯାଇଥିଲା ।  ସଙ୍ଗେ ସଙ୍ଗେ ଗୁରୁତର କୁନାଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେଵେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମଙ୍ଗୁଳୁ ମହାକୁଡ଼ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button