ପାକିସ୍ତାନରେ ଅଜବ ଘଟଣା: ନିଶା ମାଫିଆ ବାହାରିଲା ଆଣ୍ଟି-ନାର୍କୋଟିକ୍ସ ଫୋର୍ସ ମୁଖ୍ୟ – Ibnodisha

[ad_1]

ଲାହୋର: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବାକୁ ଥିବା ସଂସ୍ଥାର ମୁଖ୍ୟ ହିଁ ମୁଖ୍ୟ ନିଶା ମାଫିଆ ବାହାରିଲା । ସେ ଭାରତ ଓ ଅନ୍ୟ ଦେଶମାନଙ୍କୁ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବା ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ, ପାକିସ୍ତାନର ଆଣ୍ଟି ନାର୍କୋଟିକ୍ସ ଫୋର୍ସ (ଏଏନଏଫ) ଭାରତରେ ଏକ ବଡ଼ ଡ୍ରଗ୍ସ ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ କରିଛି । ଏହି ଡ୍ରଗ୍ସ ଚୋରା ଚାଲାଣ ନେଟୱର୍କକୁ ଆଉ କେହି ନୁହେଁ ବରଂ ଲାହୋର ପୁଲିସର ଆଣ୍ଟି ନାର୍କୋଟିକ୍ସ ୱିଙ୍ଗର ମୁଖ୍ୟ ମଜହର ଇକବାଲ ଚଳାଉଥିଲେ। ପାକିସ୍ତାନର ଡନ୍ ଖବରକାଗଜକୁ ଅଧିକାରୀମାନେ କହିଛନ୍ତି ଯେ ମଜହର ଇକବାଲଙ୍କ ନେତୃତ୍ୱାଧୀନ ନେଟୱାର୍କ ଭାରତକୁ ଡ୍ରଗ୍ସ, ବିଶେଷ କରି ହେରୋଇନ୍ ଚୋରା ଚାଲାଣ କରିବା ପାଇଁ ଡ୍ରୋନ୍ ବ୍ୟବହାର କରୁଥିଲା।
ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୯୯୪ ମସିହାରୁ ଇକବାଲକୁ ୬ ଥର ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୪୫ ଥର ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଅଧିକାଂଶ ମାମଲା ନିଶା କାରବାର ସହ ଜଡ଼ିତ। ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ସନ୍ଦେହଜନକ ଟ୍ରାକ୍ ରେକର୍ଡ ସତ୍ତ୍ୱେ ଇକବାଲଙ୍କୁ ଲାହୋର ପୁଲିସର ଆଣ୍ଟି ନାର୍କୋଟିକ୍ସ ବିଭାଗର ମୁଖ୍ୟ ପଦ ଦିଆଯାଇଥିଲା। ପାକିସ୍ତାନର ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହି ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ମଜହର ଇକବାଲ ବହୁ ସମ୍ପତ୍ତି ଅର୍ଜନ କରିଛନ୍ତି।
[ad_2]