ରାଜ୍ୟ

ନବ ଦାସ ହତ୍ୟା ମାମଲା: ଗୋପାଳ ବିରୋଧରେ ହେଲା ଚାର୍ଜଫ୍ରେମ୍‌, ଅକ୍ଟୋବର ୫ରେ ପରବର୍ତ୍ତୀ ଶୁଣାଣି – Ibnodisha

[ad_1]

ଝାରସୁଗୁଡା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣି ହୋଇଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା। ଗୋପାଳ ନିଜକୁ ନିର୍ଦୋଷ କହିବା ସହ ନବ ଦାସକୁ ହତ୍ୟା କରିନଥିବା କହିଥିଲା। ତେଣୁ ସେ ମାମଲା ଲଢ଼ିବ ବୋଲି କହିଥିଲା ବୋଲି ଆଇନଜୀବୀ ନରେଶ ନାୟକ କହିଛନ୍ତି।

ଆଜି ଡିସଚାର୍ଜ ପିଟିସନ ଶୁଣାଣି ପୂର୍ବରୁ ଗୋପାଳର ଆଇନଜୀବୀ ମହେଶ ଜେନା ଅନୁପସ୍ଥିତ ଥିବାରୁ କୋର୍ଟରେ ଟାଇମ ପିଟିସନ ଦାଖଲ ହୋଇଥିଲା। କୋର୍ଟ ଟାଇମ ପିଟିସନ ଗ୍ରହଣ କରିନଥିବା ବେଳେ ଡିସଚାର୍ଜ ପିଟିସନ ଉପରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ ଉଭୟ ପକ୍ଷର ସମସ୍ତ ଦଲିଲ ଓ ତଥ୍ୟ ଉପରେ କୋର୍ଟରେ ଆଲୋଚନା ହୋଇଥିଲା ଗୋପାଳ ଖାଉଥିବା ମାନସିକ ରୋଗର ଔଷଧ ସମ୍ପର୍କରେ ବି ଆଲୋଚନା ହୋଇଥିବା ଆଇନଜୀବୀ ନରେଶ ନାୟକ କହିଛନ୍ତି। ଆସନ୍ତା ଅକ୍ଟୋବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button