ମନୋରଞ୍ଜନ

କେବେ ମାତାପିତା ହେବାର ଯୋଜନା ରଖିଛ? ପ୍ରଶ୍ନର ଏହି ଉତ୍ତର ଦେଲେ ବିକି – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’ର ପ୍ରଚାର କରୁଥିବା ଦେଖାଯାଇଛି। ପ୍ରଚାର ସମୟରେ ଏକ ସାକ୍ଷାତକାରରେ ବିକି କୌଶଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି। ନିକଟରେ ଚର୍ଚ୍ଚା ହୋଇଥିଲା ​​ଯେ ବିକି କୌଶଲଙ୍କ ପରିବାର ତାଙ୍କ ଉପରେ ସନ୍ତାନ ଜନ୍ମ ନେଇ ଯୋଜନା କରିବା ପାଇଁ ଚାପ ପକାଉଛନ୍ତି। ବର୍ତ୍ତମାନ ବିକି କୌଶଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ରେଡିଓ ସିଟିକୁ ଦେଇଥିବା ଏକ ସାକ୍ଷାତକାରରେ ବିକି କୌଶଲ ହେଉଥିବା ଚର୍ଚ୍ଚାକୁ ମିଛ ବୋଲି ସ୍ପଷ୍ଟ କରିି କହିଛନ୍ତି ଯେ, ମୋର ଏବଂ କଟ୍ରିନାଙ୍କ ପରିବାର ଆମକୁ ଓ ଆମ କାମକୁ ବୁଝିଛନ୍ତି। ସେମା‌ନେ ଏପର୍ଯ୍ୟନ୍ତ ଆମ ଉପରେ ସନ୍ତାନ ଜନ୍ମ କରିବା ନେଇ ଚାପ ପକାଇନାହାନ୍ତି। ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ବିକି ଏବଂ ଅଭିନେତ୍ରୀ କଟ୍ରିନା କୈଫ ବିବାହ କରିଥିଲେ।

ଏହା ପୂର୍ବରୁ ବିକି ସକାଳ ସମୟରେ କଟ୍ରିନାଙ୍କ ସହ କଥା ହେବାକୁ ପସନ୍ଦ କରୁନଥିବା କହିଥିଲେ। ସେ କହିଥିଲେ ଯେ, “ଯେତେବେଳେ ଆମେ ସକାଳେ ଉଠୁ, ସେତେବେଳେ ଆମେ ଦୁଇଜଣ ଭିନ୍ନ ବ୍ୟକ୍ତି ଭଳି ବ୍ୟବହାର କରିଥାଉ।  ଖଟରୁ ଉଠି ସାରିଥିଲେ ବି ଭଲ ଭାବରେ ନିଦ ଭାଙ୍ଗିବା ପାଇଁ ମୋତେ ଦୁଇ ଘଣ୍ଟା ଲାଗେ। ମୁଁ ଖଟରୁ ଉଠିଲେ ବି, ଆରାମ କରେ, କଫି ପିଏ, କିଛି ଜଳଖିଆ ଖାଏ। ତେଣୁ ମୁଁ ସକାଳେ ଅଧିକ କଥାବାର୍ତ୍ତା କରିପାରେ ନାହିଁ। ୨-୩ଟା କଫି ପିଇବା ପରେ ଯାଇ ମୁଁ ସକ୍ରିୟ ଅନୁଭବ କରେ। ‌ହେଲେ କଟ୍ରିନା ସେଭଳି ନୁହନ୍ତି। ସେ ଖଟରୁ ଉଠିବା ମାତ୍ରେ ସକ୍ରିୟ ହୋଇପଡ଼ନ୍ତି। ତୁରନ୍ତ କାମ ବିଷୟରେ କଥା ହେବା ଆରମ୍ଭ କରିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ ଚାହାନ୍ତି। ହେଲେ ମୁଁ ତାହା କରିପାରେ ନାହିଁ। ୨-୩ଟା କଫି ପିଇବା ପରେ ଯାଇ ମୁଁ ତାଙ୍କ ସହ ଆଲୋଚନାରେ ସାମିଲ ହୋଇପାରେ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button