IBN ଓଡ଼ିଶା ବ୍ୟୁରୋ

କେବଳ ୩୦ ଦିନରେ କେଶ ବଢିବ,ଲମ୍ବା ହେବ ଏବଂ କେଶ ଝଡିବା ବନ୍ଦ ହେବ…

ବନ୍ଧୁଗଣ ଯଦି ଆପଣଙ୍କର କେଶ ଜନିତ ସମସ୍ଯା ଅଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ହେୟାର ଅଏଲ ବା ଶ୍ୟାମ୍ପୋ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିଲେ ବହୁତ ସାରା ଫାଇଦା ଆପଣଙ୍କୁ ମିଳିବ । ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ ମନ୍ଦାର ଫୁଲ । ଯାହାକୁ ଠାକୁର ପୂଜା ରେ ବ୍ୟବହାର କରାଯାଏ । ମନ୍ଦାର ପତ୍ର ମଧ୍ୟ ଚମତ୍କାରୀ ହୋଇଥାଏ ।

ମନ୍ଦାର ଫୁଲ ପ୍ରୟୋଗ କରିବାର କାରଣ ଏଥିରୁ ଏମୀନୋ ଏସିଡ ମିଳିଥାଏ । ଯାହା କେଶ ପାଇଁ ଜରୁରୀ ଅଟେ । ପ୍ରଥମେ କିଛି ମନ୍ଦାର ଫୁଲ ନିଅନ୍ତୁ । ଏହା ପରେ ନଡିଆ ତେଲ ବା ଅନ୍ୟ କୌଣସି ତେଲ ନେଇ ପାରିବେ । ଲୁହା କଢେଇ ରେ ତେଲ ପକାଇବା ପରେ ମନ୍ଦାର ଫୁଲ ପକାନ୍ତୁ । ଏହା ପରେ 8ରୁ 10ଟି ମନ୍ଦାର ପତ୍ର ପକାନ୍ତୁ ।

ଅଧିକ ମନ୍ଦାର ଫୁଲ ଥିଲେ 10ରୁ 12ଟି ପ୍ରୟୋଗ କରନ୍ତୁ । ମନ୍ଦାର ଫୁଲ କମ ଥିଲେ ଏହାର ପତ୍ର ବ୍ୟବହାର କରିପାରିବେ । ଏବେ ଏହାକୁ ଲୋ ଫ୍ଲେମ ରେ ରଖି ବଏଲ କରନ୍ତୁ । ଏଥିରେ ଅଳ୍ପ ଭୃଶୁଙ୍ଗ ପତ୍ର ପକାନ୍ତୁ । ମନ୍ଦାର ଫୁଲ କଳା ହେବା ଯାଏଁ ଏହାକୁ ଫୁଟାନ୍ତୁ । ତେଲ ସଂପୂର୍ଣ୍ଣ ରୂପେ ଥଣ୍ଡା ହେବା ପରେ ଏହାକୁ ଛାଣି ନିଅନ୍ତୁ ।

ଏବେ ଏଥିରେ 2ଟି ଭିଟାମିନ କ୍ୟାପସୁଲ ମିଶାନ୍ତୁ ନଚେତ ଏକ ଚାମଚ ଜଡା ତେଲ ମିଶାଇ ପାରିବେ । କେସ ଅଧିକ ଖରାପ ଥିଲେ ଜଡା ତେଲ ନିହାତି ପ୍ରୟୋଗ କରନ୍ତୁ । ସପ୍ତାହକୁ 2 ଥର ଏହାର ପ୍ରୟୋଗ କରନ୍ତୁ । ଯେବେ ଆପଣ କେଶ ଶ୍ୟାମ୍ପୋ କରିବେ ପୂର୍ବ ଦିନ ରାତିରେ କେଶ ରେ ଲଗାନ୍ତୁ । ଏହାକୁ ବନାଇ 3ରୁ 4 ମାସ ରଖିପାରିବେ ।

ଏବେ ଆସନ୍ତୁ ଜାଣିବା ଶ୍ୟାମ୍ପୋ କିପରି ତିଆରି କରିବା । ପ୍ରଥମେ ଦେଢ କପ ଗରମ ପାଣି ନିଅନ୍ତୁ । ଏହାପରେ ବହୁତ ସାରା ମନ୍ଦାର ଫୁଲ ଓ ପତ୍ର ନିଅନ୍ତୁ । ମନ୍ଦାର ଫୁଲ ନ ମିଳିଲେ ଏହାର ପତ୍ର ବ୍ୟବହାର କରି ପାରିବେ । ଏହାକୁ ଢାଙ୍କି 1ରୁ 2 ଘଣ୍ଟା ଛାଡି ଦିଅନ୍ତୁ । ତା ପରେ ହାତରେ ଏହାକୁ ଚକଡି ଦିଅନ୍ତୁ । ନଚେତ ଏହାକୁ ବାଟି ପାରିବେ ।

ଭଲ ଭାବେ ଚକଟିବା ପରେ ଏହାକୁ ଛାଣି ନିଅନ୍ତୁ । ଏହାକୁ 2 ଥର ରେ ବ୍ୟବହାର କରନ୍ତୁ । ଯଦି ଆପଣ ରାତିରେ କେସ ରେ ତେଲ ଲଗାଇଛନ୍ତି ତେବେ ତା ପର ଦିନ ସକାଳୁ ଏହି ଶ୍ୟାମ୍ପୋ ଲଗାନ୍ତୁ । ଏହାକୁ ଲଗାଇବାର 15 ମିନିଟ ପରେ କେସ ଧୋଇ ଦିଅନ୍ତୁ । ଯଦି ତେଲ ପ୍ରୟୋଗ କରି ନାହାନ୍ତି ତେବେ ଏହି ଶ୍ୟାମ୍ପ ର ବ୍ୟବହାର କରନ୍ତୁ । ମାତ୍ର 2 ସପ୍ତାହ ର ପ୍ରୟୋଗ କରିବା ପରେ ଚମତ୍କାରୀ ରେଜଲ୍ଟ ଆପଣଙ୍କୁ ଦେଖିବାକୁ ମିଳିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button