IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜି ଠାରୁ ରବି ଚଳିଲେ ସିଂହ ରାଶିକୁ ଏହି 5ଟି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି…

ବନ୍ଧୁଗଣ ହିନ୍ଧୁ ଧର୍ମ ମାନ୍ୟତା ଅନୁଯାୟୀ ପୃଥିବୀ ପୃଷ୍ଠ ରେ ସୂର୍ଯ୍ୟଙ୍କ ବ୍ଯତୀତ କୌଣସି ବି ଜୀବଜନ୍ତୁଙ୍କର ଅସ୍ତିତ୍ଵ ସମ୍ଭବ ବି ନୁହେଁ । ଏହାଙ୍କ ଠାରେ ଏପରି ଅପାର ଶକ୍ତି ରହିଛି ଯାହା ଦ୍ଵାରା ଅନ୍ୟ ଗ୍ରହ ମାନେ ଚଳାୟମାନ ହୋଇଥାନ୍ତି । ବୈଦିକ ଜ୍ଯୋତିଷରେ ସୂର୍ଯ୍ୟ ଙ୍କୁ ସଫଳତା ପ୍ରଦାନକାରୀ, ରାଜପଦ ଓ ଗୌରବ ଦେବା ଭଳି ଓ ବିଭିନ୍ନ ସ୍ଥାନ ରେ ଉଚ୍ଚ ପଦ କାରକ ବିଚାର କରା ଯାଇଥାଏ । ଆଜି ହେଉଛି ସିଂହ ସଙ୍କ୍ରାନ୍ତି ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଆଜି ଠାରୁ କିଛି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଏବେ ସିଂହ ରାଶିରେ ସୂର୍ଯ୍ୟ ଗୋଚର କରି ସାରିଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ସୂର୍ଯ୍ୟଙ୍କ ଗୋଚରରେ ଗଭୀର ପ୍ରଭାବ ପଡିବାର ଅଛି । ଏହି ସମୟରେ ଆପଣଙ୍କୁ ସରକାରୀ କାର୍ଯ୍ୟରେ ଲାଭ ମିଳିବାର ପ୍ରବଳ ସମ୍ଭାବନା ଅଛି । ସ୍ଵଭାବରେ ଅତିରିକ୍ତ ଊର୍ଜାର ପ୍ରଭାବ ରହିବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ମିଳିବ । ଅଟକିଥିବା କାମ ପୂରଣ ହେବ । ଦାମ୍ପତ୍ୟ ଜୀବନ ମଧୁମୟ ହେବ ।

ବୃଷ ରାଶି ; ସୂର୍ଯ୍ୟ ଆପଣଙ୍କ ରାଶିରେ 12ତମ ଭାବେ ଚଳନ କରିବେ । ଯେଉଁ କାରଣରୁ ଆପଣଙ୍କର ବିଦେଶ ଯାତ୍ରା କରିବାର ଯୋଗ ଅଛି । ଯେଉଁ ମାନେ ବିଦେଶରେ ଅଛନ୍ତି କ୍ଯାରିୟର କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଆପଣଙ୍କୁ ସାବଧାନ ରହିବାର ଅଛି । ଏଥିପାଇଁ ଖାଦ୍ୟପେୟ ଉପରେ ବିଶେଷ ଦ୍ରୁଷ୍ଟି ଦେବାର ଅଛି ।

ମିଥୁନ ରାଶି : ସୂର୍ଯ୍ୟ ଆପଣଙ୍କ ରାଶିରେ 11ତମ ଭାବେ ଚଳନ କରିବେ । ଏହି ସମୟରେ ଆୟରେ ବୃଦ୍ଧି ହୋଇପାରେ । ସମାଜ ରେ ଖ୍ଯାତି ବଢିବ । ଅଚାନକ ଧନ ଲାଭର ଯୋଗ ଅଛି । ଅଟକିଥିବା ଟଙ୍କା ଆପଣ ଫେରି ପାଇବେ । ବିଦ୍ୟାର୍ଥୀ ପରୀକ୍ଷା ରେ କୃତକାର୍ଜ୍ୟ ହେବେ । ଯେଉଁ ବି କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ ।

କର୍କଟ ରାଶି : ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କର ଗୋଚରକୁ ଅବଲମ୍ବନ କରାଯାଏ ସୂର୍ଯ୍ୟ ଆପଣଙ୍କ ରାଶିରେ 10ମ ଭାବେ ଗୋଚର କରିବେ । ଯେଉଁ କାରଣରୁ ଏହାର ଶୁଭ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପଦ ବୃଦ୍ଧି ହୋଇପାରେ । ସମାଜ ରେ ମାନ ସମାନ ବୃଦ୍ଧି ପାଇବ । ଯେଉଁ କାରଣରୁ ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ।

ସିଂହ ରାଶି : ସୂର୍ଯ୍ୟ ଆପଣଙ୍କ ରାଶିରେ ଚଳନ କରିବା କାରଣରୁ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଭାଗ୍ଯର ସହଯୋଗ ମିଳିବାରୁ ପରିସ୍ଥିତି ଆପଣଙ୍କର ଅନୁକୂଳ ହେବ । ଦୂର ଯାତ୍ରା ଆପଣଙ୍କ ପାଇଁ ଲାଭଜନକ ରହିବ । ସମାଜ ଆଗରେ ସକ୍ରିୟତା ବଢାଇବା ପାଇଁ ଆପଣ ଦାନ ଦକ୍ଷିଣା ଆଗରେ ରହି ପାରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button