ଦେଶ

ନୁହ ହିଂସା: କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ ପରେ ସହରରେ ୧୪୪ ଧାରା, ୨ ଦିନ ପାଇଁ ଇଣ୍ଟରନେଟ୍‌ ବନ୍ଦ – Ibnodisha

[ad_1]

ହରିୟାଣା : ହରିୟାଣାର ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାନ ଗିରଫ ହେବା ପରେ ଶୁକ୍ରବାର ତାଙ୍କୁ କୋର୍ଟରେ ହାଜର କରାଯାଇଛି। ଏହି ସମୟ ମଧ୍ୟରେ ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇ କହିଛି ଯେ ଆଜି ଲୋକମାନେ ନିଜ ଘରର ଛାତ ଉପରେ ଶୁକ୍ରବାରର ନମାଜ ପାଠ କରିବା ଉଚିତ୍।

ଜୁଲାଇ ୩୧ରେ ହୋଇଥିବା ହିଂସାକାଣ୍ଡ ପରେ କଂଗ୍ରେସ ବିଧାୟକ ମାମନ ଖାନଙ୍କ ନାମ କ୍ରମାଗତ ଭାବେ ସାମ୍ନାକୁ ଆସୁଥିଲା। ସେପଟେ ସରକାରଙ୍କ ତରଫରୁ ନୁହରେ ଦୁଇ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ସେପ୍ଟେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ଏଠାରେ ଇଣ୍ଟରନେଟ୍‌ ବନ୍ଦ ରହିବ।

ଦୁଇ ଥର ନୋଟିସ ଦେବା ପରେ ମଧ୍ୟ ଯେତେବେଳେ ମାମନ ଖାନ ପୋଲିସ ନିକଟରେ ହାଜର ହୋଇ ନ ଥିଲେ, ଗୁରୁବାର ବିଳମ୍ବିତ ରାତିରେ ନୁହ ପୋଲିସ ତାଙ୍କୁ ଗିରଫ କରିଥିଲା। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବିଧାୟକଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମାମନ ଖାନଙ୍କୁ ପୋଲିସ ରାଜସ୍ଥାନରୁ ଗିରଫ କରିଥିଲା।

କହି ରଖୁଛୁ, ଏହା ପୂର୍ବରୁ ନୁହ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ବିଟୁ ବଜରଙ୍ଗୀଙ୍କୁ ଗିରଫ କରିଥିଲା। ପୋଲିସ ବିଟୁଙ୍କୁ ତାଙ୍କ ଫରିଦାବାଦସ୍ଥିତ ବାସଭବନରୁ ଗିରଫ କରିଥିଲା।

ହିଂସାକାଣ୍ଡର ଦିନକ ପରେ ଅଗଷ୍ଟ ୧ରେ ହରିୟାଣାର ଫରିଦାବାଦର ଡବୁଆ ଥାନାରେ ବିଟୁ ବଜରଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ନୁହରୁ ଆରମ୍ଭ ହୋଇଥିବା ଏହି ହିଂସା ଗୁରୁଗ୍ରାମ ଏବଂ ଆଖପାଖ ଜିଲ୍ଲାକୁ ମଧ୍ୟ ବ୍ୟାପିଯାଇଥିଲା।

ଜୁଲାଇ ୩୧ରେ ବ୍ରଜମଣ୍ଡଳ ଶୋଭାଯାତ୍ରା ପୂର୍ବରୁ ଫରିଦାବାଦରୁ ବାହାରିବା ସମୟରେ ବିଟୁ ବଜରଙ୍ଗୀ ଉତ୍ତେଜିତ ଭାଷଣ ଦେଇଥିଲେ। ସେ ନିଜକୁ ଗୋରକ୍ଷକ ବୋଲି ଦାବି କରନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button