ରାଜ୍ୟ

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣା ଓରଫ ମଙ୍ଗୁ ଆହାତ – Ibnodisha

[ad_1]

କଟକ: କଟକରେ କମିସନରରେଟ ପୁଲିସର ଏନକାଉଣ୍ଟର | ଶୁକ୍ରବାର ରାତିରେ ଘଟି ଥିବା ଏହି ଏନକାଉଣ୍ଟରରେ କୁଖାତ ଡକାୟତ ମନୋଜ ମହାରଣା ଓରଫ ମଙ୍ଗୁ ଆହତ ହୋଇଛି | ମନୋଜର ବାମ ଗୋଡ଼ ରେ ଗୁଳି ବାଜିଛି ଗୁଳି ଏବଂ ଆହତ ଅବସ୍ଥା ରେ ଏସସିବି କାଜୁଏଲଟିରେ ମନୋଜକୁ ଭର୍ତ୍ତି କରାଯାଇଛି. କଟକ ଭାଣପୁର ବାସିନ୍ଦା ମନୋଜ ମହାରଣା ଓରଫ ମଙ୍ଗୁ କନ୍ଦରପୁର ଅଞ୍ଚଳ ରେ ହୋଇଥିବା ଡକାୟତି ରେ ମୁଖ୍ୟ ଅଭିଯୁକ୍ତ ଥିଲା . ଏବଂ ଘଟଣା ପର ଠାରୁ ସେ ଫେରାର ଥିଲା।

ଶୁକ୍ରବାର ରାତିରେ ସେ ଉତ୍ତମାପୁରରେ ଥିବା ଏକ ସ୍ଥାନରେ ଲୁଚି ରହି ଥିବା ଖବର ପାଇବା ପରେ ପୋଲିସ ସେଠାରେ ରେଡ କରିଥିଲା. ପୋଲିସ ହାତରୁ ଖସିଯିବା ପାଇଁ ସେ ସଦର ଥାନା ଆଇ ଆଇ ସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା.ଫଳରେ ଆତ୍ମ ରକ୍ଷା ପାଇଁ ପୋଲିସ ମଙ୍ଗୁକୁ ଗୁଳି କରିଥିଲା. ଘଟଣା ସ୍ଥଳ ରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ. ମନୋଜ ନାଁ ରେ ପୂର୍ଵରୁ ୮ ଟି ମାମଲା ରହିଛି |



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button