ରାଜ୍ୟ

ବିଦ୍ୟୁତ୍ ବିଲ୍‌ ସମସ୍ୟା: ସରକଣାରେ ଜଳ ଯୋଗାଣ ଠପ୍‌ – Ibnodisha

[ad_1]

ବାଲିଅନ୍ତା: ବିଦ୍ୟୁତ୍ ବିଲ୍‌ ପଇଠ ହୋଇନଥିବାରୁ ସରକଣା ପଞ୍ଚାୟତ ଗ୍ରାମ୍ୟ ଜଳ‌ ଯୋଗାଣ ପ୍ରକଳ୍ପକୁ ଦିଆଯାଇଥିବା ଲାଇନ୍‌ ସଂଯୋଗ କାଟିଦିଆଯାଇଛି। ଫଳରେ ପ୍ରାୟ ସପ୍ତାହେ ହେଲା ପାଣି ଯୋଗାଣ ଠପ୍ ହୋଇଯାଇଛି। ତେଣୁ ୧୫ଟି ୱାର୍ଡର ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକେ ବାଧ୍ୟ ହୋଇ କୂଅ, ପୋଖରୀର ଦୁଷିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ରଣପୁର, ସରକଣା, ବ୍ରାହ୍ମଣସୁଆଁଲୋ ଏବଂ ଦଣ୍ଡିଲୋ ବସୁଧା ପ୍ରକଳ୍ପରେ ଏହି ସମସ୍ୟା ଦେଖାଯାଇଛି। ଜଳ ଯୋଗାଣ ବନ୍ଦ ଯୋଗୁ ସପ୍ତାହେ ହେଲା ୧୦୫ ଷ୍ଟାଣ୍ଡ୍‌ ପୋଷ୍ଟରୁ ପାଣି ମିଳୁନାହିଁ ଏବଂ ହଜାର ହଜାର ଲୋକ ହଇରାଣ ହେଉଛନ୍ତି। ସେହିଭଳି ବିଭିନ୍ନ ଗ୍ରାମରେ ଥିବା ନଳକୂପ ପ୍ରାୟ ଅଚଳ ଅବସ୍ଥାରେ ରହିଛି। ତେଣୁ ନଳକୂଅ ପାଣି ବି ଲୋକଙ୍କ ସମସ୍ୟା ସମାଧାନ କରିପାରୁନାହିଁ। ଏସଂପର୍କରେ ବ୍ଲକ୍‌ର ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଳକାନନ୍ଦା ପାଣିଗ୍ରାହୀଙ୍କୁ ପଚାରିବାରେ ସେ ପ୍ରକଳ୍ପଗୁଡ଼ିକ‌ରେ ଲାଗିଥିବା ସ୍ମାର୍ଟ ମିଟର ବା ପ୍ରିପେଡ୍‌ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଭାଉଚର ସରିଯିବା ପରେ ଜଳ ଯୋଗାଣ ଆପେ ଆପେ ବନ୍ଦ ହୋଇଯାଉଛି। ଏହି ନୂଆ ସମସ୍ୟାର ସମାଧାନ ପାଇଁ ବିଚାରବିମର୍ଷ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କ କହିବା କଥା ସ୍ମାର୍ଟ ମିଟର ଲାଗିବା ପରେ ଯଥେଷ୍ଟ ଅଧିକ ପରିମାଣର ବିଲ୍‌ ଉଠୁଛି। ଆଗରୁ ଏତେ ଟଙ୍କା ଆସୁନଥିଲା। ତେଣୁ ଠିକ୍‌ ସମୟରେ ବିଲ୍‌ ପଇଠ କରିବା ସମ୍ଭବ ହେଉନାହିଁ। କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ ଅର୍ଥରୁ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ବିଲ୍‌ ଓ ଏସ୍‌ଇଏମ୍‌ କର୍ମଚାରୀଙ୍କ ଦରମା ପ‌ଇଠ କରିବା ମଧ୍ୟ ସମ୍ଭବ ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ସେ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button