ମନୋରଞ୍ଜନ

‘ଜବ ଉଇ ‌ମେଟ-୨’ରେ ପୁଣି ଏକାଠି ଧମାଲ କରିପାରନ୍ତି ସାହିଦ ଓ କରିନା – Ibnodisha

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ କରିନା କପୁର ଖାନ ଓ ସାହିଦ କପୁରଙ୍କ ଅଭିନୀତ ‘ଜବ ଉଇ ‌ମେଟ’ ବଲିଉଡର ଚର୍ଚ୍ଚିତ ସିନେମା ମଧ୍ୟରୁ ଅନ୍ୟତମ। ୨୦୦୭ରେ ରିଲିଜ ହୋଇଥିବା ରୋମାଣ୍ଟିକ-କମେଡି ବ୍ଲକବଷ୍ଟର ରହିଥିବା ସିନେମା ‘ଜବ ଉଇ ‌ମେଟ’କୁ ଆଜି ପର୍ଯ୍ୟନ୍ତ ବି ଦର୍ଶକ ଦେଖିବାକୁ ପସନ୍ଦ କରୁଛନ୍ତି। ଏହି ସିନେମାର ସିକ୍ବଲ କେବେ ଆସିବ ଦର୍ଶକ ତାହାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ଏହି କ୍ରମରେ ଖୁବଶୀଘ୍ର ପରଦାକୁ ‘ଜବ ଉଇ ‌ମେଟ’-୨ ଫେରୁଛି ବୋଲି ଖବର ମିଳିଛି।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ‘ଜବ ଉଇ ‌ମେଟ-୨’କୁ ରାଜ ମେହଟ୍ଟା ଦ୍ବାରା ଗାନ୍ଧାର ଫିଲ୍ମସ ବ୍ୟାନରରେ ପ୍ରଡ୍ୟୁସ କରାଯିବ। ତେବେ ସିନେମା ନିର୍ମାତା ‘ଜବ ଉଇ ‌ମେଟ-୨’ ନିର୍ମାଣକୁ ନେଇ କୌଣସି ଅଧିକାରିକ ଭାବେ ସୂଚନା ‌ଦେଇ ନାହାନ୍ତି।

‘ଜବ ଉଇ ‌ମେଟ-୨’ ଆସିବାର କିଛି ସଙ୍କେତ ମିଳିବା ପରେ ଦର୍ଶକ ଅନେକ ପ୍ରକାର ପ୍ରଶ୍ନ କରିଛନ୍ତି। ଯେମିତି କି ‘ଜବ ଉଇ ‌ମେଟ’ରେ ଯେଉଁ ଷ୍ଟାରକାଷ୍ଟମାନେ ଥିଲେ ‘ଜବ ଉଇ ‌ମେଟ-୨’ରେ ସେହିମାନେ ରହିବେ ତ? କରିନା ଓ ସାହିଦଙ୍କୁ ଆମେ ଗୀତା ଓ ଆଦିତ୍ୟ ଭୂମିକାରେ ଦେଖିବାକୁ ପାଇବୁ ତ ଇତ୍ୟାଦି ଇତ୍ୟାଦି।

ତେବେ ନିକଟରେ ପ୍ରେମଦିବସରେ ସାହିଦ କପୁରଙ୍କୁ ସାମ୍ବାଦିକମାନେ କିଛି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ସାହିଦ ‘ଜବ ଉଇ ‌ମେଟ-୨’କୁ ନେଇ ସାମାନ୍ୟ ସଙ୍କେତ ଦେଇଥିଲେ। ଯାହାକୁ ଅଧାର କରି ‘ଜବ ଉଇ ‌ମେଟ-୨’ ଆସିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚ‌ା ଚାଲିଛି। କିଛିଦିନ ପୂର୍ବେ ପ୍ରେକ୍ଷାଳୟରେ ‘ଜବ ଉଇ ‌ମେଟ’କୁ ଦ୍ବିତୀୟଥର ରିଲିଜ କରାଯାଇଥିଲା। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ବି ଲାଗିଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button