ମନୋରଞ୍ଜନ

“କୁଛ କୁଛ ହୋତା ହେ” ର ‘ଅଞ୍ଜଳି’ ଏତେ ପରିବର୍ତ୍ତନ ହୋଇ ଯାଇଛନ୍ତି ଯେ ଆପଣ ଚିହ୍ନି ପାରିବେନାହିଁ

ବଡ ପରଦାରୁ ଆରମ୍ଭ କରି ଛୋଟ ପରଦାରେ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରୁଥିବା ସନା ସଇଦ ସେପ୍ଟେମ୍ବର ୨୨ ତାରିଖରେ ନିଜର ଜନ୍ମଦିନ ପାଳନ କରନ୍ତି। ବଡ ପରଦାରେ ସନା ଶାହରୁଖ ଖାନ , କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ସୁପରହିଟ ଫିଲ୍ମ ‘କୁଛ କୁଛ ହୋତା ହେ’ରେ ଶାହରୁଖଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ନାମ ଅଞ୍ଜଳି ଥିଲା। ଏହା ତାଙ୍କର କେବେ ମଧ୍ୟ ନ ଭୁଲି ପାରିବା ଭଳି ଚରିତ୍ର ଥିଲା।

Google
୧୯୮୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ସନା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ନିଜର ସମ୍ପୂର୍ଣ୍ଣ ଅଧ୍ୟୟନ ମୁମ୍ବାଇରୁ ଶେଷ କରିଛନ୍ତି। ସନା ସଇଦ ପ୍ରଥମଥର ପାଇଁ ଫିଲ୍ମ ‘କୁଛ କୁଛ ହୋତା ହେ’ ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଚୁଲବୁଲି ଚରିତ୍ରକୁ ବହୁତ ପ୍ରଶଂସା କରାଯାଇଥିଲା। ‘କୁଛ କୁଛ ହୋତା ହେ’ ଚଳଚ୍ଚିତ୍ର ପରେ ସନା ସଇଦ ‘ହର ଦିଲ ଜୋ ପ୍ୟାର କରେଗା’ ଏବଂ ‘ବାଦଲ’ ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Google
ଏହା ପରେ ସେ ହିନ୍ଦୀ ସିନେମାରୁ ଟିଭି ସିରିଏଲ ଆଡକୁ ଗତି କରିଥିଲେ। ସନା ୨୦୦୮ ମସିହାରେ ଟିଭି ସିରିଏଲ ‘ବାବୁଲ କା ଆଙ୍ଗନ ଛୁଟେ ନା’ ଏବଂ ‘ଲୋ ହୋ ଗଇ ପୂଜା ଇସ ଘର କି’ ରେ ଅଭିନୟ କରିଥିଲେ। ଛୋଟ ପରଦାରେ ମଧ୍ୟ ତାଙ୍କ ଅଭିନୟକୁ ପସନ୍ଦ କରା ଯାଇଥିଲା। ଏହା ବ୍ୟତୀତ ସେ ଅନେକ ରିଆଲିଟି ଶୋ ‘ଝଲକ ଦିଖଲା ଜା ୬’ , ‘ଝଲକ ଦିଖଲା ଜା ୭’ , ‘ନାଚ ବଲିଏ ୭’ ଏବଂ ‘ଝଲକ ଦିଖଲା ଜା ୯’ ରେ ମଧ୍ୟ ନଜର ଆସିଛନ୍ତି।

୨୦୧୨ ମସିହାରେ ସନା ସଇଦ ପୁଣିଥରେ ବଡ ପରଦାକୁ ଫେରିଥିଲେ। ସେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସନା ସଇଦ ନିଜର ହଟ୍ ଚିକ୍ ଲୁକ୍ ଯୋଗୁଁ ଚର୍ଚ୍ଚାରେ ରହିଥିଲେ। ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ରେ ସନାଙ୍କ ସହ ବରୁଣ ଧୱନ , ସିଦ୍ଧାର୍ଥ ମଲହୋତ୍ରା ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button