ଅପରାଧ

ପାର୍କିଂ ବିବାଦକୁ ନେଇ ପତ୍ନୀ ଏବଂ ପୁଅ ଆଗରେ ବ୍ୟକ୍ତିଙ୍କୁ ହତ୍ୟା କଲେ ର୍ଦୁବୃତ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ପତ୍ନୀ ଏବଂ ପୁଅଙ୍କ ଆଗରେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ର୍ଦୁବୃତ୍ତ । ଦିଲ୍ଲୀର ଏକ ଘରେ ୬ ଜଣ ବ୍ୟକ୍ତି ଜବରଦସ୍ତି ପଶି ପାର୍କିଂ ବିବାଦ ପାଇଁ ତାଙ୍କ ପତ୍ନୀ ଏବଂ ପୁଅଙ୍କ ଆଗରେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରର ରହୁଥିବା ବ୍ୟକ୍ତି ଜଣକ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଗତକାଲି ରାତି ପ୍ରାୟ ୯ଟା ୪୫ ସମୟରେ ଏକ ପିସିଆର୍‌ କଲ୍ ପାଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେ, ପାଞ୍ଚରୁ ଛଅ ଜଣ ବ୍ୟକ୍ତି ବାଇକରେ ଆସି ଅରବିନ୍ଦ ମଣ୍ଡଳ ନାମକ ପୀଡିତାଙ୍କ ଘରେ ପଶି ତାଙ୍କୁ ଛୁରାମାଡ଼ କରୁଛନ୍ତି। ମନୋଜ ହାଲଡର ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହେବାପରେ ଅରବିନ୍ଦ ମଣ୍ଡଳ ସନ୍ଧ୍ୟାରେ ପୁଅ ଆକାଶଙ୍କ ସହ ସ୍କୁଲରୁ ଘରକୁ ଫେରୁଥିଲେ ।

ତେବେ ମୋଟରସାଇକେଲ ପାର୍କିଂକୁ ନେଇ ଦୁହିଁଙ୍କର ପୁରୁଣା ବିବାଦ ଥିଲା । ତେବେ ଗତ ସନ୍ଧ୍ୟାରେ ଏହି ମାମଲା ସମାଧାନ ହୋଇ ଅରବିନ୍ଦ ଘରକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ବେଳେ ଛଅ ଜଣ ବ୍ୟକ୍ତି ମୋଟରସାଇକେଲରେ ଅରବିନ୍ଦଙ୍କ ଘରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ପତ୍ନୀ ରେଖା ମଣ୍ଡଳଙ୍କୁ ଆକ୍ରମଣ କରିଥିଲେ। ଅରବିନ୍ଦ ଗୁରୁତର ଆହତ ହୋଇଥିଲେ ଏବଂ ପରେ ଚିକିତ୍ସା ସମୟରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜୁଛି ପୋଲିସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button