ଦେଶ

ସମ୍ଭାବ୍ୟ ଋଣ ଖିଲାପକାରୀଙ୍କୁ ଚକୋଲେଟ୍‌ ପଠାଇବ ଏସବିଆଇ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ) ମାସିକ କିସ୍ତିରେ ଖିଲାପ କରୁଥିବା, ବିଶେଷକରି ଏହାର ଖୁଚୁରା ଋଣଧାରୀଙ୍କୁ ଚକୋଲେଟ୍‌ ପ୍ୟାକେଟ୍‌ ପଠାଇ ଶୁଭେଚ୍ଛା ଜଣାଇବା ସହ ଠିକ୍‌ ସମୟରେ ଋଣ ପରିଶୋଧ ସୁନିଶ୍ଚିତ କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିବ।
ବ୍ୟାଙ୍କର କହିବା ଅନୁଯାୟୀ, ଋଣ ଖିଲାପ କରିବାକୁ ଯୋଜନା କରୁଥିବା ବ୍ୟକ୍ତି ବ୍ୟାଙ୍କର ରିମାଇଣ୍ଡର କଲର ଉତ୍ତର ଦେବେ ନାହିଁ! ତେଣୁ ସର୍ବଶ୍ରେଷ୍ଠ ଉପାୟ ହେଉଛି ସେମାନଙ୍କୁ ସେମାନଙ୍କ ଘରେ ଅଘୋଷିତ ଭାବରେ ଭେଟିବା। ଉନ୍ନତ ଋଣ ଆଦାୟ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରଯାଇଛି।

ଉଲ୍ଲେଖଯୋଗ୍ୟ, ଏସବିଆଇର ଖୁଚୁରା ଋଣ ଜୁନ୍‌ ୨୦୨୩ ତ୍ରୟମାସରେ ୧୬.୪୬ ପ୍ରତିଶତ ବୃଦ୍ଧି ପାଇ ୧୨,୦୪, ୨୭୯ କୋଟି ଟଙ୍କାରେ ପହଞ୍ଚିଛି। ଯାହା କି ପୂର୍ବ ବର୍ଷର ଏହି ଅବଧିରେ ୧୦,୩୪,୧୧୧ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ମୋଟ ଋଣ ୩୩,୦୩,୭୩୧ କୋଟି ଟଙ୍କାରେ ପହଞ୍ଚିଛି।

‘ଏହି ପରିପ୍ରେକ୍ଷୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ବ୍ୟବହାର କରୁଥିବା ଦୁଇଟି ଫିନଟେକ୍‌ ସହିତ ଆମେ ଆମର ଖୁଚୁରା ଋଣଦାତାଙ୍କୁ ସେମାନଙ୍କ ପରିଶୋଧ ଦାୟିତ୍ୱ ବିଷୟରେ ମନେ ପକାଇବା ପାଇଁ ଏକ ଅଭିନବ ଉପାୟ ଆପଣାଉଛୁ,’ ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ଏସ୍‌ବିଆଇର ବରିଷ୍ଠ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତିଓ୍ଵାରୀ କହିଛନ୍ତି ଯେ ଯେଉଁମାନେ ଋଣ ଖିଲାପ କରିବାର ସମ୍ଭାବନା ରହିଛି, ସେମାନଙ୍କୁ ଏହି ଫିନଟେକ୍‌ର ପ୍ରତିନିଧିମାନେ ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ଯୋଗାଯୋଗ କରିବେ ଏବଂ ସେମାନଙ୍କ ପାଇଁ ଚକୋଲେଟ୍‌ ପ୍ୟାକେଟ୍‌ ନେଇ ସେମାନଙ୍କୁ ଆଗାମୀ ଇଏମଆଇ (ମାସିକ କିସ୍ତି) ବିଷୟରେ ମନେ ପକାଇଦେବେ।

ତିଓ୍ଵାରୀଙ୍କ କହିବା ଅନୁଯାୟୀ, ଚକୋଲେଟ୍‌ର ପ୍ୟାକେଟ୍‌ ପ୍ରଦାନ କରିବା ଏବଂ ବ୍ୟକ୍ତିଗତ ଭାବରେ ଯୋଯୋଗ କରିବାର ଏହି ଅଭିନବ ପଦ୍ଧତି ବ୍ୟାଙ୍କ ପକ୍ଷରୁ ଆପଣାଯାଇଛି। କାରଣ ଏହା ଜଣାପଡିଛି ଯେ ଋଣ ଖିଲାପ କରିବାକୁ ଯୋଜନା କରୁଥିବା ଋଣଗ୍ରହୀତା ବ୍ୟାଙ୍କର ରିମାଇଣ୍ଡର କଲର ଉତ୍ତର ଦେବେ ନାହିଁ। ତେଣୁ ସର୍ବଶ୍ରେଷ୍ଠ ଉପାୟ ହେଉଛି ସେମାନଙ୍କୁ ସେମାନଙ୍କ ନିଜ ଘରେ ଅଘୋଷିତ ଭାବରେ ଭେଟିବା ଏବଂ ସେମାନଙ୍କୁ ଆଶ୍ଚର୍ଯ୍ୟ କରିବା ଏବଂ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ସଫଳତା ହାର ଅତ୍ୟଧିକ ରହିଛି ବୋଲି ସେ କହିଛନ୍ତି।

ତିଓ୍ଵାରୀ ଫିନଟେକ୍‌ର ନାମ ଗୋପନ ରଖି କହିଛନ୍ତି ଯେ ଏହି ପଦକ୍ଷେପ କେବଳ ପାଇଲଟ୍‌ ପର୍ଯ୍ୟାୟରେ ଅଛି ଏବଂ ପ୍ରାୟ ୧୫ ଦିନ ପୂର୍ବରୁ ଏହା କାର୍ଯ୍ୟକାରୀ ହୋଇଛି। ଯଦି ଏହା ସଫଳ ହୁଏ, ତେବେ ଆମେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button