IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅତି ଦରଦରେ Akhila Patnaikଙ୍କୁ କିଛି ଏମିତି କହିଲେ Pintu Nanda, ନିଜେ Video ଜାରି କରି ଜଣାଇଲେ ଅଖିଳ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ରେ ପୁଣି ଆଉ ଏକଇ ଦୁଖଦ ଖବର ଆସି ପହଞ୍ଚିଛି । ଆଉ ତାହା ପୁଣି  ଜେଣ ଲୋକପ୍ରିୟ କଳାକାର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ । ସେହି କଳାକାର ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ପିଣ୍ଟୁ ନନ୍ଦ । ଯିଏ କି ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ ରେ ଖଳନାୟକ ଭୂମିକାରେ ଖୁବ ନିଖୁଣ ଅଭିନୟ କରିଛନ୍ତି ।

ତେବେ ପିଣ୍ଟୁ ନନ୍ଦ ଏବେ ଲିଭର ଶିରୋଷିଆ ନାମକ ରୋଗରେ ପୀଡିତ ଅଛନ୍ତି ଆଉ ତାଙ୍କର ଚିକିତ୍ସା ପାଇଁ ଟଙ୍କା ସାହାଜ୍ଯ କରିବାକୁ ଓଡିଶା ବାସୀ ଙ୍କୁ ଅନୁରୋଧ କରା ଯାଉଛି । ଏହାରି ମଧ୍ୟରେ ଟିଭି ସିରିଏଲର ଅଭିନେତା ଅଖିଳ ପଟ୍ଟନାୟକ ଲାଇଭ ଭିଡିଓ କରି କିଛି ଏମିତି କହିଛନ୍ତି ଯାହା ଶୁଣିବା ପରେ ଆପଣଙ୍କ ଆଖିରେ ବି ଲୁହ ରହିବ ନାହି । ସେ କହିଛନ୍ତି ଯେ “ମୁଁ ଅଖିଳ ପଟ୍ଟନାୟକ ଜଣେ କଳାକାର ।

ମୋର ବନ୍ଧୁ ପିଣ୍ଟୁ ନନ୍ଦ ଙ୍କୁ ଦେଖା କରିବାକୁ ଦିଲ୍ଲୀ ଆସିଥିଲି । ମୋର ଆଜି ଭିଡିଓ କରିବାର ଗୋଟେ କାରଣ ଅଛି କିଛି ଦିନ ହେବ ଦେଖୁଛି ଶୁଣୁଛି ପିଣ୍ଟୁ ଙ୍କ ପାଇଁ ଏତିକି ଟଙ୍କା ଦରକାର ସେତିକି ଯୋଗାଡ ହୋଇ ନାହି । ମୁଁ ଆସିକି ବିଲ ଦେଖିଲି । ତାଙ୍କର ପ୍ରତିଦିନ ଦେଢ ଲକ୍ଷ, 80 ହଜାର କି 40 ହଜାର ଟଙ୍କା ଖର୍ଚ୍ଚ ହେଉଛି ।

ଡୋନର ଠିକ ହୋଇ ଅପରେସନ ହେବା ବେଳକୁ ପ୍ରାୟତଃ 20ରୁ 21 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଇଥିବ ବୋଲି ଆକଳନ କରା ଯାଉଛି । ବିଲ ଦେଖିକି ମୁଁ ଯେତିକି ଅନୁମାନ କରିଲି । ତେଣୁ ଏଠାରେ 5, 10, 20 ଟଙ୍କାର ଯେତିକି ଯଥାର୍ଥତା ଅଛି କିନ୍ତୁ ଯେଉଁ ମାନେ ଓଡିଶାରେ ବଡ ବଡ ବିଜେନ୍ସ କରୁଛନ୍ତି ସେମାନେ ରାଶି ପ୍ରଦାନ କରି ପାରିବେ ।

ମୋର ସମସ୍ତଙ୍କୁ ଅନୁରୋଧ କରୁଛି କିନ୍ତୁ ଜିଦି କରି ହେବ ନାହି ତଥାପି ପିଣ୍ଟୁ ଙ୍କ ପାଇଁ କିଛି ନା କିଛି ଟଙ୍କା ପ୍ରଦାନ କରନ୍ତୁ । ଅପେରସନ ପରେ ବହୁତ ଖର୍ଚ୍ଚ ଅଛି । ଏଠାରେ ରହିବାକୁ ଘର ବି ମିଳୁ ନାହି । ସମସ୍ତେ ସାହାଜ୍ଯ କରନ୍ତୁ ପିଲା ଟା ବଞ୍ଚିଯିବ । ପିଣ୍ଟୁ ବହୁତ ବ୍ଯାକୁଳ ହୋଇ କହିଲା ଯେ ତୁ ଟିକେ ଯାଇ କାହା କାରଣ ବିଗତ ଦିନରେ ତୁ ସମସ୍ତଙ୍କ ପାଇଁ ସାହାଜ୍ଯ ମାଗିଥିଲୁ ।

ପିଣ୍ଟୁ କଥା ଶୁଣିବା ପରେ ମୋ ଆଖି ଛଳ ଛଳ ହୋଇଗଲା ଆଉ ମୁଁ କହିଲି ଭାଇ ମୁଁ ନିଶ୍ଚୟ ଚେଷ୍ଟା କରିବି । ୟା ଭିତରେ ଆମ ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି । ତାଙ୍କ ଡୋରୀ ଯେବେ ଲାଗିଯିବ ନା ସମସ୍ତେ ଆଗେଇ ଆସିବେ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button