IBN ଓଡ଼ିଶା ବ୍ୟୁରୋ

Pintu ସମସ୍ତଙ୍କ ପାଇଆନ ଗୋଟେ ବଡ ଉଦାହରଣ, ତାକୁ ଦେଖି ସମସ୍ତେ ବଦଅଭ୍ୟାସ ଛାଡିବା ଉଚିତ…. ଦେଖନ୍ତୁ କଣ କହୁଛନ୍ତି Ashok Pati

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଓଲିଉଡ କଳାକାର ପିଣ୍ଟୁ ନନ୍ଦ ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ଆଉ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ନିଆ ଯାଇଛି । ତେବେ ଏହାରି ମଧ୍ୟରେ ପିଣ୍ଟୁ ଙ୍କ ମ-ଦ ପିଇବାକୁ ନେଇ ଅନେକ ନିଜର ମତ ଦେଇ ସରାଇଲେଣି । ଏହାରି ମଧ୍ୟରେ ଆଉ ଜଣେ ଇଣ୍ଡଷ୍ଟ୍ରି ର କଳାକାର ଗଣମାଧ୍ୟମରେ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସେ କହିଛନ୍ତି ଯେ “ଦୁଖଦ ଘଟଣା ଆମ ପାଇଁ ବ୍ୟକ୍ତିଗତ ଭାବେ ମୋ ପାଇଁ ଆଉ ଇଣ୍ଡଷ୍ଟ୍ରି ପାଇଁ । କାରଣ ପିଣ୍ଟୁ ନନ୍ଦ ଜଣେ ବନ୍ଧୁ ମୋର । ଆଜି ନୁହେଁ କ୍ଯାରିୟର ଆରମ୍ଭ ସମୟରେ ଆମ ଦୁହିଙ୍କର ଚିହ୍ନା । ଆମେ ଆଚାର୍ଯ୍ୟ ବିହାରରେ ରହୁଥିଲୁ । ତେଣୁ ବେସୀ ଦୁଖ ଯେ ଭଲ ଅଭିନେତା ଟା । ଦୁଇ ପୁଅର ବାପା ସେ କାହାର ପୁଅ ସେ । ମୋ ପାଇଁ ଖାଲି କଷ୍ଟ ନୁହେଁ ପୁରା ଇଣ୍ଡଷ୍ଟ୍ରି, ପରିବାର ପାଇଁ କଷ୍ଟ ।

ଆଜି ତା ପାଖରେ ବିପଦ ଅଛି ସେ ଚିକିତ୍ସିତ ହେଉଛି । ତେଣୁ ଆମ ସମସ୍ତଙ୍କୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଡିବ କେମିତି ପିଣ୍ଟୁ ସୁସ୍ଥ ହୋଇ ଫେରି ଆସିବ । ବର୍ତ୍ତମାନ ଅର୍ଥ କେଉଁଠି ନା କେଉଁଠି ଯୋଗାଡ ହୋଇପାରେ କିନ୍ତୁ ସୁସ୍ଥ ହେବା ଈଶ୍ବରଙ୍କ ହାତରେ ଥାଏ । ଯେମିତି ସେ ବଞ୍ଚୁଥିଲା ହସ ଖୁସି ରେ ଚଳୁଥିଲା ସେମିତି ହୋଇ ଯାଉ । ତାକୁ ଭଲ ପାଉଥିବା ଲୋକ ମାନଙ୍କ ପାଖକୁ ଫେରି ଆସିବ ।

ଆଉ ଅଭିନୟ କରିବ । ଆମେ ପିଣ୍ଟୁ କୁ ବୁଝାଇବାକୁ ଅନେକ ଚେଷ୍ଟା କରିଛୁ । କିନ୍ତୁ ବଡ ଅଭ୍ଯାସ ଗୋଟେ ଜିନିଷ ଯାହା ପିଣ୍ଟୁ ର ଥିଲା । ସମସ୍ଯା କଥା ନିଶ୍ଚିନ୍ତ ଭାବେ ପିଣ୍ଟୁ ର ଯାହା ହେବା କଥା ହୋଇ ଗଲାଣି । ଏହି ସବୁ ପ୍ରକାରର ଅଭ୍ଯାସ ଯାହା ପାଖରେ ଅଛି ତା ଠାରୁ କେମିତି ଦୂରେଇ ରହି ପାରିବା । ଏଭଳି ବିପଦ ରୁ ଦୂରେଇ ରହିବା ଉଚିତ । କାରଣ ଏହା ଠାରୁ ବଡ ବିପଦ ଆଉ କିଛି ଭାଗ୍ୟରେ ନାହି ।

ପିଣ୍ଟୁ ସବୁବେଳେ କହେ ମୁଁ ଛାଡି ଦେଇଛି କମେଇ ଦେଇଛି ବନ୍ଦ କରି ଦେଇଛି । କିନ୍ତୁ ମୁଁ ଜାଣିଛି ଅଭ୍ଯାସ ଏମିତି ଏକ ଜିନିଷ ଯାହା ମଣିଷ ଚାହେଁ ଛାଡିବାକୁ କିନ୍ତୁ ଛାଡିପାରେ ନାହି । କିନ୍ତୁ ଭଗବାନ ସେଗୁଡାକ ମଣିଷ ଭିତରେ ତିଆରି କରିଥାନ୍ତି ।

ତେଣୁ ପିଣ୍ଟୁ ବାରମ୍ବାର ଚେଷ୍ଟା କରିଛି ଆଉ କହେ ଛାଡି ଦେଇଛି କିନ୍ତୁ ଛାଡି ପାରିଲା ନାହି । ତେଣୁ ଅନୁରୋଧ ରହିବ ସମସ୍ତଙ୍କୁ ଏହ ଗୋଟେ ଉଦାହରଣ ପିଣ୍ଟୁ ଙ୍କୁ ଦେଖିକି ସମସ୍ତେ ବଦଭ୍ୟାସ ଉପରେ କେମିତି ନିଜକୁ କଣ୍ଟ୍ରୋଲ ରେ ରଖିବା” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button