IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମା’ ପାଇଁ ପୁଅ ମାଗିଲା ଭିକ, ସ୍ଟେଜ ପାଖକୁ ଆସି କାନ୍ଦିଲେ ଦର୍ଶକ…. ଦେଖନ୍ତୁ Video

ବେମାରିଆ ମାଆ ପଡିଛି ମେଡିକାଲ ବେଡରେ ଆଉ ଡାକ୍ତର ମାଗୁ ଛନ୍ତି ଟଙ୍କା ହେଲେ ଗରିବ ପୁଅ ପାଖରେ ମାର ଦେହ ଭଲ କରିବା ପାଇଁ ଟଙ୍କା ନାହିଁ । ଆଉ କରଜ କରିଥିବା ଟଙ୍କା ମୁଣ୍ଡ ଉପରେ ବୋଝ ପରି ବଢି ବଢି ଯାଉଛି । ସଂସାର ସତେ ଏକ ମଝି ନଈର ଡଙ୍ଗା ପରି ପାଲଟି ଯାଇଛି । ଆଉ ଯାହା ଟଳମଳ ହେବାରେ ଲାଗିଛି ।
ଟଳମଳ ହେଉଥିବା ଏହି ଡଙ୍ଗାକୁ ବଞ୍ଚେଇବା ପାଇଁ ଏହି ପରିବାର ଲାଗି ପଡିଛି ଲୋକଙ୍କ ସାହାର୍ଯ୍ୟ ଭିକ୍ଷା ମାଗି । ଆଉ ଯେଉଁ ଦୃଶ୍ୟ ଏତେ ସତ୍ୟ ଥିଲା ଆଉ ଯେଉଁ ଦୃଷ୍ଟ ଏତେ ଜୀବନ୍ତ ଆଉ ବାସ୍ତବିକ ଥିଲା ଯାହା ଦେଖି ନିଜ ଆଖିର ଲୁହ ବୋଲ ମାନୁ ନଥିଲା । ଲୋକ ମାନେ ସତକୁ ସତ ଟଙ୍କା ଦେବା ଆରମ୍ଭ କରିଥିଲେ ଏହି ଦୁଇ ଅଭିନେତାଙ୍କୁ । ଆଜ୍ଞା ହଁ ଏ ହେଉଛି ଯାତ୍ରା ବାଘା ଯତୀନର ଲୋକପ୍ରିୟ ନାଟକ ମଝି ନଈରେ ଜୀବନ ଡଙ୍ଗା ।

ସତେ ବା ଆଜି ଏ ମଝି ନଈରେ ଡଙ୍ଗାଟି ଟଳମଳ ହେଉଛି । ଦୁଃଖ ସେତିକିରେ ସରି ନାହିଁ । ଏପଟେ ଗର୍ଭବତୀ ଭଉଣୀକୁ ମେଡିକାଲ ନେବା ପାଇଁ ବି ଯେତେବେଳେ ଆମ୍ବୁଲାନ୍ସକୁ ଫୋନ କରା ଗଲା ସେତେବେଳେ ଆମ୍ବୁଲାନ୍ସ ବି ମାଗିଲା ଟଙ୍କା । ହେଲେ ଭାଇ ପାଖରେ ଟଙ୍କା ନ ଥିବାରୁ କେମିତି ନେବ ସେ ତା ଭଉଣୀକୁ ।

 

ସେଥିପାଇଁ ଗୋଟେ ବଡ ଶିଳା ପଥର ଆଣି ବାହୁଙ୍ଗିର ଗୋଟେ ପଟେ ରଖି ଆଉ ଗୋଟେ ପଟେ ବାହୁଙ୍ଗିରେ ନିଜ ଭଉଣୀକୁ ବସାଇ ମେଡିକାଲ ନେବା ପାଇଁ ବାହାରିଛି ଏ ଭାଇଟି । ଆଉ ଯେଉଁ ଦୃଶ୍ୟ ଦେଖି ଆଖିର ଲୁହ ସତେ ଅବା ବହି ଚାଲି ଥିଲା । ଦର୍ଶକ ଗାଲେରୀରେ ବସିଥିବା ମହିଳା ମାନେ ନିଜ କାନ୍ଦକୁ ଅଟକାଇ ପାରି ନ ଥିଲେ । ଆଉ ଉଠି ଚାଲି ଆସିଥିଲେ ସାହାର୍ଯ୍ୟ କରିବା ପାଇଁ ।

 

ସତେ ଯେମିତି ଲାଗି ଥିଲା ତାଙ୍କୁ କେହି ଦୁଃଖରେ ସାହାର୍ଯ୍ୟ ମାଗୁଛି । ଏହା ପରେ ଦର୍ଶକ ମାନେ ଦୃଶ୍ୟ ଦେଖି କାନ୍ଦି ପକାଇ ଥିଲେ ଆଉ ସମସ୍ତେ ଏହା ଦେଖି ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । ଗୋଟେ କଳାକାର ପାଇଁ ଏହା ଠାରୁ ବଡ ପୁରସ୍କାର ଆଉ କଣ ହୋଇପାରେ । ଯେଉଁ ବାଘ ଯତୀନ ଗଣନାଟ୍ୟ ର ମାଝି ନାଇଆ ରେ ଜୀବନ ଡଙ୍ଗା ଏତେ ସଫଳ ହୋଇପାରିଛି ତାହା ବର୍ତ୍ତମାନ ଦର୍ଶକ ବହୁତ ଭଲ ପାଉଛନ୍ତି ।

 

ସମାଜରେ ଘଟୁଥିବା ନିଛକ ସତ କାହାଣୀର ଦର୍ପଣ ଆଉ ପ୍ରତିବିମ୍ବ ହେଉଛି ଯାତ୍ରା ଜଗତ । ଯାହା କି ସମାଜରେ ଘଟୁଥିବା ସେଇ ଘଟଣାକୁ ଏଭଳି ଢଙ୍ଗରେ ଉପସ୍ଥାପିତ କରୁଛି । ଏହା ଏକ ନାଟକ ବାସ୍ତବ ନୁହେଁ ହେଲେ ନାଟକଟି ସମସ୍ତଙ୍କ ଆଖିରୁ ଲୁହ ଝରେଇ ଥିଲା । ଏହି କଥା ବସ୍ତୁ କୁ ପ୍ରତିଫଳିତ କରିଥିବା କଳାକାର ଙ୍କୁ ଛୁଟୁଛି ପ୍ରଶଂସା ର ସୁଅ । ଆଉ ଲୋକେ ହାତ ଟେକି ଦେଉଛନ୍ତି ସାହାଜ୍ଯ ।ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button