IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଡାକ୍ତର କାହାନ୍ତି ପଚାରିଲେ ଅଭଦ୍ରାମି କରୁଛନ୍ତି ମ୍ୟାଡମ, Video ଦେଖି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଭିଡିଓ ଟି ଏକ ହସ୍ପିଟାଲ ର । ଏମିତି ରେ ବି ଅନେକ ସମୟରେ ହସ୍ପିଟାଲ କୁ ନେଇ ଅନେକ ବିବାଦ ଦେଖା ଯାଉଛି ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ ଆଉ ଦେଖିଥିବେ ମଦ୍ୟ । ତେବେ ଏହି ଭିଡିଓ ଟି କିଛି ଭିନ୍ନ ଧରଣର ରହିଛି ।

କାରଣ ଭାଇରାଲ ହୋଇଥିବା ଭିଡିଓ ରେ ଜଣେ ମ୍ୟାଡମ ଙ୍କୁ ସାଧାରଣ ଲୋକ ମାନେ ପଚାରୁଛନ୍ତି ଡାକ୍ତର କେତେବେଳେ ଆସିବେ ? ଆଉ ମ୍ୟାଡମ ଜଣକ ଉତ୍ତମ ଦେବେ କଣ ସେ ଓଲଟି ଲୋକ ମାନଙ୍କ ଉପରେ ଚିଲାଉଛନ୍ତି ଆଉ ଚିତ୍କାର କରି କହୁଛନ୍ତି ତୁମେ ମାନେ କିଏ ମୋତେ ପ୍ରଶ୍ନ କରିବାକୁ ? ମୁଁ କିଛି ଜାଣି ନାହି । ଏଭଳି ଅଭଦ୍ରାମି କରୁଛନ୍ତି ହସପିଟାଲ ରେ ମ୍ୟାଡମ ଜଣକ ।

ଯାହାକୁ ପ୍ରତିବାଦ କରିଛନ୍ତି ସେଠାରେ ଥିବା ରୋଗୀ ମାନଙ୍କର ପରିବାର ଲୋକେ । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଜଣେ ବ୍ୟକ୍ତି ମ୍ୟାଡମ ଙ୍କୁ ବାରମ୍ବାର ଗୋଟେ ପ୍ରଶ୍ନ ପଚାରୁଛନ୍ତି କି ମ୍ୟାଡମ ଡାକ୍ତର ଏବେ ଡିୟୁଟି ରେ କିଏ ଅଛନ୍ତି, ସେ କେତେବେଳେ ଆସିବେ ?

ଏମିତି ଅନେକ ପ୍ରଶ୍ନ କିନ୍ତୁ ମ୍ୟାଡମ ଜଣକ ଉତ୍ତର ଦେବେ କଣ ସେମାନଙ୍କ ଉପରେ ଗର୍ଜୁଛନ୍ତି ଆଉ ଶେଷରେ ପୁରା ଚୁପ ହୋଇ ଯାଉଛନ୍ତି । ବ୍ୟକ୍ତି ଜଣକ କହୁଛନ୍ତି ଯେଉଁ ମାନଙ୍କର ଟିକେଟ ହୋଇ ଡାକ୍ତର ଙ୍କୁ ଦେଖାଇବାକୁ ଆଉ ଯେଉଁ ମାନେ ଆସିୟୁ ରେ ଅଛନ୍ତି ସେମାନଙ୍କର ଦେଖାଶୁଣା କରିବାକୁ ଏ ହସପିଟାଲ ରେ ଗୋଟେ ହେଲେ ବି ଡାକ୍ତର ନାହାନ୍ତି କଣ ପାଇଁ ? ଏମିତି କେମିତି ଆପଣ ମାନେ କରି ପାରୁଛନ୍ତି ?

ଯେଉଁ ହସପିଟାଲ ରେ ଡାକ୍ତର ନାହାନ୍ତି ସେଠାରେ ଏତେ ରୋଗୀ ମାନଙ୍କର ଭିଡ କେମିତି ହେଉଛି ? ଡାକ୍ତର ନାହାନ୍ତି ତ ରୋଗୀ ଙ୍କର ଚିକିତ୍ସା କିଏ କରିବ ସେମାନେ ଏବେ କୁଆଡେ ଯିବେ ? ଯେଉଁ ମାନେ ଆସିୟୁ ରେ ଅଛନ୍ତି ସେମାନଙ୍କ ପରିବାର ଲୋକେ ବାରମ୍ବାର ଡାକ୍ତର ଙ୍କୁ ଖୋଜୁଛନ୍ତି କିନ୍ତୁ ଡାକ୍ତର ଙ୍କ ଦେଖା ଦର୍ଶନ ନାହି । ଏମିତି ଅନେକ ସମୟ ଧରି ବ୍ୟକ୍ତି ଓ ମ୍ୟାଡମ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଛି ।

ଆଉ ଶେଷରେ ଭିଡିଓ କରୁଥିବା ବ୍ୟକ୍ତି ଜଣକ ହସ୍ପିଟାଲ ର ଲିଷ୍ଟ ଦେଖାଇଛନ୍ତି ଯେଉଁଠି ଡାକ୍ତର ମାନଙ୍କର ନାମ ଓ ତାଙ୍କର ଯୋଗ୍ୟତା ଲେଖା ଯାଇଛି । କିନ୍ତୁ ଗୋଟେ ଶିଂଗଲ ଡାକ୍ତର ଙ୍କର ଏଠାରେ ଦେଖା ଦର୍ଶନ ନାହି । ସତରେ ଆମ ଦେଶରେ ଆଜି ବି ଏମିତି ହସ୍ପିଟାଲ ଅଛି ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button