ଆମକୁ ଉଦ୍ଧାର କର! ପୁଣି Chilika ମଝିରେ ଫସିଲା ଜାହାଜ… ଉଦ୍ଧାର ପାଇଁ ଡାକିଲେ ପର୍ଯ୍ୟଟକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟ ଫର୍ମ ଯାହା ଜରିଆରେ ଲୋକ ମାନେ ଘରେ ବସି ଅନେକ ଘଟଣା ଅଘଟଣ ବିଷୟରେ ଜାଣି ପାରୁଛନ୍ତି । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି ଆପଣ ମାନେ ଜାଣିଥିବେ । ଯାହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଉଛି । ତେବେ ଆପଣ ମାନେ ଜାଣିଥିବେ ଚିଲିକା ରେ ଅନେକ ଥର ଡଙ୍ଗା ଅଟକି ଯାଉଛି ।

ଯାହା ପାଇଁ ଶହ ଶହ ଯାତ୍ରୀ ଅଟକି ଯାଇଛନ୍ତି ଅଧା ନଦୀ ରେ । ଚିଲିକା ରେ ବର୍ତ୍ତମାନ କିଛି ଦିନ ହେବ ଅଧା ନଦୀ ରେ ଡଙ୍ଗା ଅଟକି ଯାଉଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ କିଛି ସମୟ ହେବ ଆଉ ଏକ ଭିଡିଓ ଚିଲିକା କୁ ନେଇ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ଏକ ଘଣ୍ଟା ଧରି ଚିଲିକା ରେ ଅଟକି ରହିଛି ଯାତ୍ରି ବାହି ଭସାପୋଲ ।
ଭସାପୋଲ ଟି ସାତପଡା ରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଭସାପୋଲ ରେ ଦୁଇଟି ଯାତ୍ରୀ ବାହି ବସ୍ ସମେତ ୧୦ ଟି ବାଇକି ସମେତ ୧୦୦ ରୁ ଉର୍ଦ୍ଦ ଯାତ୍ରୀ ଥିବା ଜଣା ପଡିଛି । ତେବେ ଭସାପୋଲ ରେ ଯାତ୍ରୀ ମାନଙ୍କ ଶହ 10 ଟି ବାଇକ ରହି ଥିବାରୁ ସମସ୍ଯା ସୃଷ୍ଟି ଦେଖା ଯାଇଛି । ଅନେକ ଯାତ୍ରୀ ମାନେ ଭସାପୋଲ ରେ ଅଟକି ଯାଇଛନ୍ତି ଆଉ ତାଙ୍କୁ ଉଧାର କରିବା ଲାଗି ଟିମ ବାହାରି ସାରିଛନ୍ତି ।

ତେବେ ବାରମ୍ବାର ଏଭଳି ଚିଲିକା ରେ ଅଘଟଣ ଘଟିବାରେ ଲାଗିଛି ଯାହାକୁ ନେଇ ସେଠାକୁ ଯାଉଥିବା ଯାତ୍ରୀ ମାନେ ନାହି ନ ଥିବା ହଇରାଣର ସମୁଖିନ୍ନ ହେଉଛନ୍ତି । କାହିଁଙ୍କି ଏଭଳି ଅଘଟଣ ଘଟୁଛି ତାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି । ଚିଲିକା ରେ ଏଭଳି ଦୃଶ୍ୟ ଏବ ଗତ କିଛି ଦିନ ହେବ ବାରମ୍ବାର ଦେଖା ଯାଉଛି ଯାହା ପାଇଁ ଯାତ୍ରୀ ମାନେ ଚିଲିକା ଯିବାକୁ ଭୟ କରିଲେଣି ।
ତେବେ ଏଭଳି ଭାବେ ଭସାପୋଲ ଅଧା ନଦୀ ରେ ଅଟକିଯିବା ନେଇ ଅନେକ ପ୍ରଶ୍ନ ଉଠୁଛି । ଲୋକ ମାନେ ଅଧା ନଦୀ ରେ ଚିତ୍କାର କରୁଛନ୍ତି ଆଉ ଉଧାର ଉଧାର କର ବୋଲି ଡାକୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ କଣ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । ଆଗକୁ ଆମେ ଆପଣ ମାନଙ୍କ ପାଇଁ ଏଭଳି ଅନେକ ଭିଡିଓ ନେଇ କରି ଆସିବୁ, ଧନ୍ୟବାଦ ।



